BJD Leader Debashish Samantray
କଟକ: ଦେବୀଙ୍କ ମୃଣ୍ମୟୀ ପ୍ରତିମାର ଉଚ୍ଚତା ୪ ଫୁଟ୍ରେ ସୀମିତ ରଖିବା ନିଷ୍ପତ୍ତିକୁ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମର୍ଥନ। ସେ ସରକାରଙ୍କୁ ସମର୍ଥନ କରିବା ସହ ସାଂସଦ ଭର୍ତ୍ତୃହରିଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ଦେବାଶିଷ କହିଛନ୍ତି, ସରକାରଙ୍କ ନିଷ୍ପତ୍ତିକୁ ଭର୍ତ୍ତୃହରିଙ୍କ ବିରୋଧ ପଛର ଯୁକ୍ତି ଜାଣିହେଉନି। ଯେବେଠୁ ମୂର୍ତ୍ତି ଉଚ୍ଚତା ବିବାଦ ଉଠିଛି, ସାଂସଦ କେବେ ଉପସ୍ଥିତ ନଥିଲେ। ହେଲେ ନିଷ୍ପତ୍ତି ପରେ ବିଭ୍ରାଟ ସୃଷ୍ଟି କରିବା ଉଚିତ୍ ନୁହେଁ। ନିଷ୍ପତ୍ତି କେବଳ କଟକ ସହର ପାଇଁ ନୁହେଁ ସାରା ରାଜ୍ୟ ପାଇଁ ନିଆଯାଇଛି।
ତାସହ ଦେବାଶିଷ ଯୁକ୍ତି ରଖିଛନ୍ତି, ଶାସ୍ତ୍ରରେ ତ କାହିଁ କେଉଁଠି ମୂର୍ତ୍ତିର ଉଚ୍ଚତା ନେଇ ଲେଖାଯାଇନି। ତୃତୀୟ ଲହରକୁ ଆଖିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, ତେବେ ଭର୍ତ୍ତୃହରି ତ ଜଣେ ବିଜ୍ଞ ସାଂସଦ ସେ କିପରି ବୁଝି ପାରୁନାହାନ୍ତି ବୋଲି ଦେବାଶିଷ ପ୍ରଶ୍ନ ଉଠାଇଛନ୍ତି।
ଗତକାଲି ଶାନ୍ତି କମିଟି ବୈଠକରେ ଭର୍ତ୍ତୃହରି କହିଥିଲେ, ମୂର୍ତ୍ତି ଛୋଟ ଅର୍ଥ ବିଘ୍ନ। ମୂର୍ତ୍ତି ଉଚ୍ଚତା ୪ ଫୁଟରେ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ହାସ୍ୟାସ୍ପଦ ବୋଲି କହି ଆଉ ଦୁଇ ଫୁଟ ଅଢ଼େଇ ଫୁଟରେ କଣ କରୋନା ଡରି ପଳାଉଛି ବୋଲି ତାଛଲ୍ୟ କରିବାକୁ ବି ପଛାଇ ନଥିଲେ ଭର୍ତ୍ତୃହରି।
ମୂର୍ତ୍ତି ଉଚ୍ଚତା ବିବାଦ ସଂପର୍କରେ ଆଲୋଚନା ପାଇଁ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଆବାହକତ୍ୱରେ ବସିଥିବା ବୈଠକ ବସିଥିଲା ଓସିଏ କନ୍ଫରେନ୍ସ ହଲ୍ରେ ବିଭିନ୍ନ ପୂଜା କମିଟି ସଦସ୍ୟ ଓ ରାଜନେତାଙ୍କ ଉପସ୍ଥିତିରେ ବସିଥିବା ଏଇ ବୈଠକରେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଜୋର୍ଦାର ହୋହଲ୍ଲା ବି ହୋଇଥିଲା।
ବୈଠକରେ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି ଉଠିଛି। ୧୬ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ନିବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୂର୍ତ୍ତି ଉଚ୍ଚତା ଓ ପରଦା କଟକଣା ହଟାଇବାକୁ ଆଉଥରେ ନିବେଦନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ବିଜେପି ପକ୍ଷରୁ ଆସନ୍ତାକାଲି(ସୋମବାର) କଟକ ବନ୍ଦ ଡାକରା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us