Advertisment

ବିଜେପିରେ ମିଶିଲେ ଚମ୍ପାଇ ସୋରେନ୍‌, ୨ ଦିନ ତଳେ JMMରୁ ଦେଇଥିଲେ ଇସ୍ତଫା

ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଜେଏମ୍‌ଏମ୍ ମଧ୍ୟ ଛାଡ଼ିଥିଲେ ।

Champai Soren

Champai Soren

Advertisment

ବିଜେପିରେ ମିଶିଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ରାଞ୍ଚିରେ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଚମ୍ପାଇ ସୋରେନ ପଦ୍ମ ଧରିଛନ୍ତି । ସେ ତାଙ୍କ ବହୁ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଛନ୍ତି ।

Advertisment

ଦୁଇ ଦିନ ତଳେ ଚମ୍ପାଇ ସୋରେନ ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ଜେଏମ୍‌ଏମ୍ ମଧ୍ୟ ଛାଡ଼ିଥିଲେ । ସେ ଜେଏମ୍ଏମ୍ ମୁଖ୍ୟ ଶିବୁ ସୋରେନଙ୍କ ପାଖକୁ ଏକ ଚିଠି ଲେଖି କହିଥିଲେ ଯେ ଏବେ ଦଳ ଯେଉଁ ଭଳି ଢଙ୍ଗରେ କାର୍ଯ୍ୟ କରୁଛି, ତାହା ତାଙ୍କୁ ଦଳ ଛାଡ଼ିବାକୁ ବାଧ୍ୟ କରିଛି। ଏହା ସହିତ ଦଳ ଆପଣାଉଥିବା ନୀତିଗୁଡ଼ିକ ସହିତ ମଧ୍ୟ ସେ ସହମତ ନ ଥିବା ଉଲ୍ଲେଖ କରିଥିଲେ ।

ସୂଚନା ଅନୁସାରେ ଚମ୍ପାଇ ସୋରେନ ଚଳିତ ବର୍ଷ ଫେବ୍ରୁଆରୀ ୨ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ଭାବେ ୫ ମାସ ରହିବା ପରେ ସେ ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ହେମନ୍ତ ସୋରେନ୍‌ ଜେଲରୁ ଆସିବା ପରେ ଚମ୍ପାଇ ସୋରେନ୍‌ ଇସ୍ତଫା ଦେଇଥିଲେ । ଜୁଲାଇ ୪ରେ ପୁଣି ଥରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରଠୁ ଅସନ୍ତୋଷ ଥିଲେ ଚମ୍ପାଇ ସୋରେନ୍‌ ।

Advertisment

BJP JMM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ