Advertisment

Bijay Patnaik On KIIT Row: ପୂର୍ବତନ ମୁଖ୍ୟ ଶାସନସଚିବଙ୍କ ବିସ୍ଫୋରକ ବୟାନ...କିଟ୍‌କୁ କାରଣ ଦର୍ଶାଅ ନୋଟିସ୍ ଜାରି ହେଉ

ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
ବିଜୟ ପଟ୍ଟନାୟକଙ୍କ ବିସ୍ପୋରକ ବୟାନ

ବିଜୟ ପଟ୍ଟନାୟକଙ୍କ ବିସ୍ପୋରକ ବୟାନ

Advertisment

କିଟ୍ ଜମି ଜାଲିଆତି ଅଭିଯୋଗ ନେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଜମି ଜାଲିଆତି ଅଭିଯୋଗ ପରେ ବିଭିନ୍ନ ଦଳର ନେତା ତଦନ୍ତ ଦାବି କରୁଥିବା ଏବଂ ଏହାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ବିଜୟଙ୍କ ବର୍ତ୍ତମାନର ବୟାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। 

Advertisment

ବିଜୟ କହିଛନ୍ତି, ସେ ମୁଖ୍ୟ ଶାସନସଚିବ ଥିବା ସମୟରେ କିଟ୍ ଜମି ଜାଲିଆତି ନେଇ ଅଭିଯୋଗ ଆସିଥିଲା। Estate ଅଫିସରଙ୍କ କୋର୍ଟରେ ମାମଲା ହୋଇଥିଲା। ସରକାରୀ ଜମି, ଜଙ୍ଗଲ ଜମି ଜବରଦଖଲ, ବିନା approval ରେ ନିର୍ମାଣ ଅଭିଯୋଗ ଆସିଥିଲା। ଅଭିଯୋଗ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଓ ନିର୍ଦ୍ଦେଶ ଦିଆଯାଇଥିଲା। 2010 ରୁ 2012 -2013 ଭିତରେ ଏସବୁ ଅଭିଯୋଗ ଆସିଥିଲା।

Advertisment

ପରେ ପରେ ବିଜେଡ଼ି ଟିକେଟରେ ଅଚ୍ୟୁତ ସାମନ୍ତ ରାଜ୍ୟସଭା ଯାଇଥିଲେ । ଏଥିରେ ସନ୍ଦେହ ନାହିଁ ଯେ, ବିଜେଡ଼ି ସରକାର ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିଲେ। ଏବେ ରାଜ୍ୟରେ ସରକାର ବଦଳିଛି। ବିଜେପି ସରକାର ଦେଖାଇବା ଦରକାର ଯେ ସେମାନେ ବିଜେଡ଼ି ଠାରୁ ଭିନ୍ନ।
କିଟ୍‌ରେ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏହା ସାଧାରଣ ଘଟଣା ନୁହେଁ । ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦିଆଯାଇଛି ନେପାଳ ଉପରେ।

ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।

Advertisment

ଏହି ଅବସରରେ ସରକାରଙ୍କୁ ବିଜୟ ପଟ୍ଟନାୟକ କେତେ ଗୁଡ଼ିଏ ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଉଛି-

1) କିଟ୍‌କୁ Deemed university ମାନ୍ୟତା ଦିଆଯିବ ନା ନାହିଁ ସେନେଇ ଭାରତ ସରକାର ଓ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା।

2) ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କିମ୍ବା ନୂଆ ନିୟମ ଆସୁ। ରାଜ୍ୟପାଳଙ୍କ officeରେ ସିଧାସଳଖ ଯେପରି ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ। କାରଣ କିଟ୍ ଘଟଣା ପରେ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢ଼ିବାକୁ ଏବେ ଭୟ କରିବେ।

Show Cause Notice KIIT Bijay Pattnaik KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ