Advertisment

‘ବିଶ୍ୱାସରେ ବିଷ ଦେଇଥିଲେ ବବି, ଜଗନ୍ନାଥ ତାଙ୍କୁ ଶାସ୍ତି ଦେଇଛନ୍ତି’

ଟିକେଟ କଟାର ଗୁମର ଖୋଲିବା ସହ ପରାଜୟର ବି ପୋଲ୍ ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। କହିଛନ୍ତି ଯଦି ଟିକେଟ ନବୀନ ବାଣ୍ଟିଥାନ୍ତେ ତାହାଲେ ବିଜେଡି ହାରି ନଥାନ୍ତା।

Former BJD MLA Sunanda Das: ବିଜେଡି ଛାଡିବା ପରେ ବିସ୍ଫୋରକ ବୟାନ ଦେଲେ ସୁନନ୍ଦା

Former BJD MLA Sunanda Das: ବିଜେଡି ଛାଡିବା ପରେ ବିସ୍ଫୋରକ ବୟାନ ଦେଲେ ସୁନନ୍ଦା

Advertisment

ବିଜେଡି ଛାଡିଲେ, ବବିଙ୍କ ଉପରେ ବର୍ଷିଲେ। ଟିକେଟ କଟାର ଗୁମର ଖୋଲିବା ସହ ପରାଜୟର ବି ପୋଲ୍ ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। କହିଛନ୍ତି ଯଦି ଟିକେଟ ନବୀନ ବାଣ୍ଟିଥାନ୍ତେ ତାହାଲେ ବିଜେଡି ହାରି ନଥାନ୍ତା। ମୋତେ ଟିକେଟ ପାଇଁ ଆଶିଷ ସିଂ ଏବଂ ଡିଏସ୍ କୁଟ୍ଟେଙ୍କୁ ଭେଟିବାକୁ କୁହାଗଲା। କିନ୍ତୁ ବବି କହିଲେ ଟିକେଟ ଦେଲେ ମୁଁ ଦେବି, କାଟିଲେ ମୁଁ କାଟିବି। ଆଉ ପାଣ୍ଡିଆନ କହିଥିଲେ ମୁଁ ଯାଜପୁରରେ ମୁଣ୍ଡ ପୂରେଇଲେନି ବୋଲି ତୁମ ଟିକେଟ କଟିଲା। ଅମରଙ୍କ ପରେ ସୁନନ୍ଦା ବିଜେଡି ହାତ ଛାଡିବା ପରେ ଯାଜପୁର ବିଜେଡିରେ ଏବେ ହଲଚଲ ଆରମ୍ଭ ହୋଇଛି। 

Advertisment

ବିଶ୍ୱାସରେ ବିଷ ଦେଇଥିଲେ ବବି ! ମୋ ଟିକେଟ କାଟିଥିଲେ । ଜଗନ୍ନାଥ ତାଙ୍କୁ ଶାସ୍ତି ଦେଇଛନ୍ତି। ବିଜେଡି ଛାଡିବା ପରେ ଆଜି ଏମିତି ବିସ୍ଫୋରକ ବୟାନ ଦେଇଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ସୁନନ୍ଦା କହିଛନ୍ତି ୨୪ ନିର୍ବାଚନ ପୂର୍ବରୁ ତାଙ୍କୁ ବବି କହିଥିଲେ ଟିକେଟ ଦେବା ଲୋକ ମୁଁ, ଟିକେଟ କାଟିବା ଲୋକ ବି ମୁଁ। ଟିକେଟ କଟିବା ଚର୍ଚ୍ଚା ଭିତରେ ବି ବବି କହିଥିଲେ ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରି ଭୁଷିବା ମୋ ଅଭ୍ୟାସ ନୁହେଁ। କିନ୍ତୁ ଶେଷ ସମୟରେ ମୋ ଟିକେଟ କାଟିଦେଲେ। ଏମିତି କି ପଞ୍ଚାୟତ ନିର୍ବାଚନ ବେଳୁ ହିଁ ତାଙ୍କ ବିରୋଧରେ ବବି ବରୀରେ ତିଆରି କରିଥିଲେ ପାରାଲାଲ୍ ସଙ୍ଗଠନ। 

ବିଜେପିରୁ ବିଶ୍ୱ ମଲ୍ଲିକଙ୍କୁ ଆଣି ସୁନନ୍ଦା ନିର୍ବାଚିତ ପ୍ରତିନିଧି ହୋଇଥିଲେ ବି ସରକାରୀ କାମରେ ଭାଗ ବସା ଯାଉଥିଲା। ପଞ୍ଚାୟତ ନିର୍ବାଚନରେ ଯେମିତି ସୁନନ୍ଦା ବ୍ଲକ ଅଧ୍ୟକ୍ଷ ପଦ ନ ହାତେଇ ପାରନ୍ତି ତେଣୁ, ବବିଙ୍କ ନିର୍ଦ୍ଦେଶରେ ବରୀ ଏବଂ ରସୁଲପୁରର ୨ ବିଡିଓ କ୍ରସ୍ ଭୋଟିଂ ମଧ୍ୟ କରିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁନନ୍ଦା।। 

Advertisment

ତେବେ ୨୪ରେ ଟିକେଟ କଟିବା ପରେ ସେ ଦଳ ପାଇଁ କାମ କରିଥିବା କହିଛନ୍ତି। କିନ୍ତ ନିର୍ବାଚନ ପରଠାରୁ ତାଙ୍କୁ ଦଳରେ କୋଣ ଠେସା କରାଯାଇଛି । କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଇନଥିବାରୁ ସେ ଦଳ ଛାଡିଥିବା କହିଛନ୍ତି। ତେବେ ସୁନନ୍ଦାଙ୍କ ଅଭିଯୋଗ ନେଇ ବବିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ବବିଙ୍କୁ ଟାର୍ଗେଟ୍ କରିବା ସହ ସୁନନ୍ଦା ଖୋଲିଛନ୍ତି ବିଜେଡି ଟିକେଟ୍ ବଣ୍ଟା ଓ ନିର୍ବାଚନ ପରିଚାଳନାର ପୋଲ୍। କହିଛନ୍ତି ଯଦି ନବୀନ ଟିକେଟ ବାଣ୍ଟିଥାନ୍ତେ ତାହେଲେ ଦଳର ପରାଜୟ ହୋଇନଥାନ୍ତା। କୋଟେରୀ ଗ୍ରୁପ ପାଣ୍ଡିଆନ, ଆଶିଷ ସିଂ, ଡିଏସ କୁଟ୍ଟେ ଏବଂ ବବି ଟିକେଟ ଦାୟିତ୍ୱରେ ଥିଲେ। ବିଜେଡିରେ ମନମୁଖୀ ଶାସନ ଓ ମନଇଛା ଟିକେଟ ବଣ୍ଟନ ଯୋଗୁଁ ଦଳ ହାରିଲା। ଏମିତି କି ତାଙ୍କୁ ବି ଟିକେଟ ପାଇଁ ଆଶିଷ ସିଂ ଏବଂ କୁଟ୍ଟେଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦୁଇ ଆଇପିଏସ୍ ମଧ୍ୟ ସୁନନ୍ଦାଙ୍କୁ ଟିକେଟ ପ୍ରତଶ୍ରୁତି ଦେଇଥିଲେ। ପରେ ଟିକେଟ କଟିବାରୁ ପାଣ୍ଡିଆନ ତାଙ୍କୁ ଡାକି କହିଥିଲେ ମୁଁ ଯାଜପୁରରେ  ମୁଣ୍ଡ ପୂରେଇଲିନି ବୋଲି ତମ ଟିକେଟ କଟିଲା। ଅନ୍ୟପଟେ ସୁନନ୍ଦାଙ୍କୁ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ବିଶ୍ୱରଂଜନ ମଲ୍ଲିକ। ସୁନନ୍ଦା ନିର୍ବାଚନରେ ବିଜେପି ପାଇଁ କାମ କରୁଥିଲେ, ସେ ଦଳ ଛାଡିଲେ କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି।

Advertisment

ଏକଦା ବିଜେଡିର ଗଡ଼ ଥିବା ଯାଜପୁରରେ ଏବେ ଦଳ ଭୁଷୁଡିବା ଆରମ୍ଭ କରିଛି। ସୁନନ୍ଦାଙ୍କ ପୂର୍ବରୁ ଦଳ ଛାଡିଛନ୍ତି ବରିଷ୍ଠ ନେତା ଅମର ଶତପଥୀ। ସେ ବି ପରାଜୟର କାରଣ ନେଇ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଥିଲେ। କେବଳ ଯାଜପୁର ନୁହେଁ ଶୋଚନୀୟ ପରାଜୟ ଆଉ ଦଳର ପରିଚାଳନାକୁ ନେଇ ବିଜେଡି ହାତ ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା।କିନ୍ତୁ ଏତେ ପରେ ବି ନବୀନ ନା ସମୀକ୍ଷା କରୁଛନ୍ତି ନା ଆକ୍ସନ ନେଉଛନ୍ତି ।

BJD Pranab Prakash Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ