Advertisment

Prabhat Biswal's Revelation: ପ୍ରଭାତଙ୍କ ବିସ୍ଫୋରକ ବୟାନ; କିଏ ସେଇ ୨ ମନ୍ତ୍ରୀ, ଯିଏ ତାଙ୍କୁ ଫସାଇଥିଲେ ?

୧୨ ବର୍ଷ ତଳର ମିଡ୍ ନାଇଟ ଅପରେସନ୍ କଥା ମନେ ପକାଇଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । ମେ’ ୨୯କୁ ଜୀବନରେ କେବେ ଭୁଲି ପାରିବିନି । ମିଡ୍ ନାଇଟ୍ ଅପରେସନରେ ସାମିଲ ନଥିଲି । ସେତେବେଳର ଦୁଇ ଜଣ ମନ୍ତ୍ରୀ ତାଙ୍କୁ ଫସାଇ ଦେଇଥିଲେ ବୋଲି ବଡ଼ ବୟାନ ଦେଲେ ।

ଅଦ୍ୟତନ ହୋଇଛି
Prabhat Biswal

Prabhat Biswal

Advertisment

କିଏ ସେଇ ଦୁଇ ମନ୍ତ୍ରୀ ? କିଏ ଚୋରି କରି ପ୍ରଭାତଙ୍କ ମୁଣ୍ଡରେ ଅଠା ବୋଳିଲେ ? କାହା ପାଇଁ ପ୍ରଭାବିତ ହେଲା ତାଙ୍କର ରାଜନୈତିକ କ୍ୟାରିୟର ? କେଉଁ ଦଳୀୟ ନେତାଙ୍କୁ ତେରଚ୍ଛା ବାଣ ମାରିଲେ ପ୍ରଭାତ ? ୧୨ ବର୍ଷ ତଳର ମିଡ୍ ନାଇଟ ଅପରେସନ୍ କଥା ମନେ ପକାଇ ଆଜି ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିସ୍ଫୋରକ ବୟାନ ପରେ ଏବେ ରାଜନୈତିକ ମହଲରେ ଉଙ୍କି ମାରିଛି ଏମିତି କିଛି ପ୍ରଶ୍ନ । 

Advertisment

ମିଡ୍ ନାଇଟ ଅପରେସନ୍ କଥା ମନେପକାଇ ଆଜି ପ୍ରଭାତ ବିଶ୍ବାଳ କହିଛନ୍ତି ଯେ, ମେ’ ୨୯କୁ ମୁଁ ଜୀବନରେ କେବେ ଭୁଲି ପାରିବେନି । ମିଡ୍ ନାଇଟ୍ ଅପରେସନରେ ସାମିଲ ନଥିଲି । ସେତେବେଳର ଦୁଇ ଜଣ ମନ୍ତ୍ରୀ ମୋତେ ଫସାଇ ଦେଇଥିଲେ । ସେହି ଦୁଇ ନେତାଙ୍କ ପାଇଁ ମୋର କ୍ୟାରିୟର ପ୍ରଭାବିତ ହୋଇଛି । ସେହି ଦୁଇ ମନ୍ତ୍ରୀଙ୍କ ଲାଗି ମୁଁ ଆଜି ଧଳା ପୋଷାକରୁ ନାଲି ପୋଷାକ ପିନ୍ଧୁଛି । ସେମାନେ ଚୋରି କରି ମୋ ମୁଣ୍ଡରେ ଅଠା ବୋଳିଲେ । ଏବେ ସେମାନେ ଫଳ ଭୋଗୁଛନ୍ତି ବୋଲି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ପ୍ରଭାତ ବିଶ୍ବାଳ । 

ଅଧିକ ପଢନ୍ତୁ: ଫିଜିକାଲ ଟେଷ୍ଟ ବେଳେ ଚାଲିଗଲା ପରୀକ୍ଷାର୍ଥୀଙ୍କ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Advertisment

ଏଥିସହ ସେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ପାଣ୍ଡିଆନ୍ ଦଳ କଥା ଯେପରି ବୁଝୁଥିଲେ ସେତେବେଳେ ପ୍ୟାରୀ ବାବୁ ମଧ୍ୟ ଦଳ କଥା ବୁଝୁଥିଲେ। ଭଗବାନ ଅଛନ୍ତି ସବୁ ବିଚାର ହେବ ।

୧୩ ବର୍ଷ ତଳେ ରାଜ୍ୟ ରାଜନୀତିର ଘଟିଥିବା ବହୁ ବର୍ଚ୍ଚିତ ଘଟଣାକୁ ନେଇ ପ୍ରଭାତ ମୁହଁ ଖୋଲିଥିବା ବେଳେ କିଏ ସେହି ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଯାହାଙ୍କ ପାଇଁ ତାଙ୍କ ରାଜନୈତିକ କ୍ୟାରିୟର ପ୍ରଭାବିତ ହେଲା ସେମାନଙ୍କର ନାଁ ନେଇ ନାହାନ୍ତି । 

Advertisment
BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ