/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655788364.jpg)
Special story
ସଂକଟରେ ମହାରାଷ୍ଟ୍ର ସରକାର । ଉଦ୍ଧବଙ୍କ ନେତୃତ୍ୱରେ ଗଠିତ ମହାବିକାଶ ଅଘାଡ଼ି ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ଶିବସେନାର ୧୧ଜଣ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରୁନି । ବର୍ତ୍ତମାନ ଏକନାଥ ସିନ୍ଧେ ଏବଂ ଅନ୍ୟ ବିଧାୟକମାନେ ସୁରଟର ଏକ ୫ ତାରକା ହୋଟେଲରେ ଅଛନ୍ତି ବୋଲି କୁହାଯାଉଛି । ସୂତ୍ର ଅନୁସାରେ ସମସ୍ତ ବିଧାୟକ ସୋମବାର ସନ୍ଧ୍ୟା ୭ଟାରେ ଏକ ଚାର୍ଟାର୍ଡ ​​ବିମାନରେ ସୁରଟକୁ ଯାତ୍ରା କରିଥିଲେ ।
ବିଧାନପରିଷଦ ନିର୍ବାଚନରେ କ୍ରସ ଭୋଟିଂ ପରେ ଉଦ୍ଧବ ସରକାରଙ୍କ ପ୍ରତି ସଂକଟ ବଢ଼ିଥିବା କୁହାଯାଉଛି । ବିଜେପିର ଜଣେ ପ୍ରାର୍ଥୀ କ୍ରସ୍ ଭୋଟିଂରେ ଜିତିବାରୁ MVAରେ ସଙ୍କଟ ଦେଖାଦେଇଥିବା ଅନୁମାନ କରାଯାଉଛି । ତେବେ MVA ପ୍ରାର୍ଥୀ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୋରେ ହାରିବା ପରେ ଏପରି ସ୍ଥିତି ଉପୁଜିଛି । ଏନେଇ ଆଜି ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସମସ୍ତ ବିଧାୟକଙ୍କୁ ଏହି ସଭାରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଏନସିପି ମୁଖ୍ୟ ଶରଦ ପାଓ୍ୱାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।
ମରାଠୀ ମିଡିଆ ଚ୍ୟାନେଲରେ ପ୍ରକାଶିତ ଖବର ଅନୁଯାୟୀ, ଗତ କିଛି ଦିନ ହେବ ଏକନାଥ ଦଳର ପ୍ରଦର୍ଶନକୁ ନେଇ ଖୁସି ନଥିଲେ । ଫଳାଫଳ ପରେ ସମସ୍ତ ବିଧାୟକ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ରେ ଭେଟିଥିଲେ । ଆଉ ତାହା ପର ଠାରୁ ଏକନାଥ ସିନ୍ଧେ ଏବଂ ଅନ୍ୟ ୧୧ ଜଣ ବିଧାୟକ ଏହି ସଭାରୁ ନିଖୋଜ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)