BJD Leader
ପୁଣି ଜଣେ ବିଜେଡି ନେତା ଅଡ଼ୁଆରେ । ବିଜେଡି ନେତାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । ଜାଲ୍ ଜାତି ପ୍ରମାଣପତ୍ର ଦେଇ ନାମାଙ୍କନ ଭିରିଥିବା ଅଭିଯୋଗ ଆଣିଲେ ବିରୋଧୀ । ବରଗଡ଼ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜୀବ କହଁର ଜାଲ ଜାତି ପ୍ରମାଣପତ୍ର ଦେଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କଂଗ୍ରେସ ଓ ବିଜେପି ନେତା ।
ଏନେଇ ଅତାବିରା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ଖାଲି ସେତିକି ନୁହେଁ, ଜାଲ୍ ଜାତି ପ୍ରମାଣ ପତ୍ର ଦେଇ ସେ ନାମାଙ୍କନ ଭରିଥିବା ପ୍ରମାଣ ଦେବା ପରେ ମଧ୍ୟ ରାଜୀବଙ୍କ ନାମାଙ୍କନ କାଏମ ରହିଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ରାଜୀବ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଏନେଇ ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତିକ୍ରିୟା ମିଳି ପରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BJD_Leader_1679116180.jpg)