Advertisment

ବୋରୱେଲ୍ ପାଇଁ ବ୍ୟାଙ୍କ୍ ଆଗରେ ଅସମ୍ଭାଳ ଭିଡ଼, ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଆବେଦନ ନିୟମକୁ ନେଇ ଚାଷୀ କ୍ଷୁବ୍ଧ

ଗଭୀର ନଳକୂପ ଯୋଜନାରେ ଆବେଦନ ପାଇଁ ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଡିସେମ୍ବର ୧୬ ଶେଷ ତାରିଖ ହୋଇଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଥିବା ୟୁନିଅନ ବ୍ୟାଙ୍କରେ ଦେଖିବାକୁ ମିଳୁଛି ଚାଷୀଙ୍କ ଏଭଳି ଗହଳି।

farmers face difficulty in bank

farmers face difficulty in bank

Advertisment

ଉଠା ଜଳସେଚନ ନିଗମରୁ ବୋରୱେଲ୍ ପାଇବାକୁ ବ୍ୟାଙ୍କରେ ଚାଷୀଙ୍କ ଲମ୍ବା ଲାଇନ୍ । ଅଭିଯୋଗ, କେବଳ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଆକାଉଣ୍ଟ କରି ଆବେଦନ କରିବାକୁ ନିୟମ ଥିବାରୁ ପ୍ରବଳ ଗହଳି ହେଉଛି। ବ୍ରାଞ୍ଚ ସଂଖ୍ୟା କମ୍ ଥିବାରୁ ଦିନ ଦିନ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଡିସେମ୍ବର ୧୬, ଶେଷ ତାରିଖ ଥିବା ବେଳେ ଆବେଦନ ହୋଇନଥିବାରୁ ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ଚାଷୀ।

Advertisment

ଗଭୀର ନଳକୂପ ଯୋଜନାରେ ଆବେଦନ ପାଇଁ ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଡିସେମ୍ବର ୧୬ ଶେଷ ତାରିଖ ହୋଇଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଥିବା ୟୁନିଅନ ବ୍ୟାଙ୍କରେ ଦେଖିବାକୁ ମିଳୁଛି ଚାଷୀଙ୍କ ଏଭଳି ଗହଳି। ନବରଙ୍ଗପୁରରେ ବ୍ୟାଙ୍କ ଖୋଲିବା ଆଗରୁ ହିଁ ଲମ୍ବା ଲାଇନ। ଉମରକୋଟରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଏଠି ତ ମହୁଫେଣାକୁ ମହୁମାଛି ଘେରିଲା ଭଳି ବ୍ୟାଙ୍କରେ ପଶିବାକୁ ଉଦ୍ୟମ କରୁଛନ୍ତି ଚାଷୀ। ପୁରା ଜିଲ୍ଲାରେ ମାତ୍ର ୩ ଗୋଟି ୟୁନିଅନ ବ୍ୟାଙ୍କ ଥିବା ବେଳେ ଉମରକୋଟ ବ୍ରାଞ୍ଚରେ ୫ ବ୍ଲକର ହଜାର ହଜାର ଚାଷୀ ଆବେଦନ କରିବାକୁ ଲଗାଇଛନ୍ତି ଲମ୍ବା ଲାଇନ୍।

ଆଉ ସମ୍ବଲପୁର ଧୁତୁରାପଡାରେ ଥିବା ୟୁନିଅନ ବ୍ୟାଙ୍କର । ବ୍ୟାଙ୍କ ଭିତରେ ସୋରିଷ ବୁଣିବାକୁ ବି ଜାଗା ନାହିଁ। ବଡ଼ କଥା ହେଲା ଜିଲ୍ଲାରେ ୟୁନିଅନ ବ୍ୟାଙ୍କ କମ୍ ଥିବାରୁ ଦୂର ଦୂରାନ୍ତରୁ ଆସି ଲାଇନ ଲଗାଇବାକୁ ପଡ଼ୁଛି । କିଏ ୭୦ କିଲୋମିଟର ତ କିଏ ୧୦୦ କିଲୋମିଟର ଦୂରରୁ ଆସିଛନ୍ତି । ଚାଷୀଙ୍କ ପାଇଁ ବଡ଼ କଷ୍ଟ ଥିଲା ଇଂରାଜୀରେ ଫର୍ମ ଫିଲଫ୍ କରିବା । କାହିଁକି ନା ହେଲ୍ପ ଡେସ୍କ ନଥିଲା। ରାୟଗଡାରୁ ନେଇ କୋରାପୁଟ ସବୁଠି ଚିତ୍ର ସମାନ। ଏମିତି ସ୍ଥିତିରେ ଆବେଦନର ଶେଷ ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ଚାଷୀ।

Advertisment

ଉଠା ଜଳସେଚନ ନିଗମ ପକ୍ଷରୁ ସବସିଡିରେ ବୋରୱେଲ ପାଇଁ ଗତ ୪ ତାରିଖରୁ ଆରମ୍ଭ ହୋଇଛି ଆବେଦନ। ଶେଷ ତାରିଖ ରହିଛି ୧୬। ଏହି ଯୋଜନାରେ ସବସିଡିରେ ବୋରୱେଲ ପାଇଁ ଅନଲାଇନରେ ଆବେଦନ କରି ୟୁନିଅନ ବ୍ୟାଙ୍କରେ ଡ୍ରାଫ୍ଟ ରାଶି ଜମା କରିବକୁ ହେବ। ଏସ୍‌ସି ଏବଂ ଏସ୍‌ଟି ୧୦ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ୨୦ ହଜାର ଟଙ୍କା ଆକାଉଣ୍ଟରେ ଡିପୋଜିଟ କରିବାକୁ ହେବ। ହେଲ ପ୍ରଶ୍ନ ଉଠୁଛି ଆବେଦନ ପାଇଁ କାହିଁକି କେବଳ ଗୋଟିଏ ବ୍ୟାଙ୍କକୁ ଅନୁମତି ଦେଇଛି ଉଠା ଜଳସେଚନ ନିଗମ ? ଅନ୍ୟ ବ୍ୟାଙ୍କଗୁଡିକୁ ଦେଇଥିଲେ ସହଜରେ ଚାଷୀ ଆବେଦନ କରିପାରିଥାନ୍ତେ। ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ ନିଗମର ଉପଦେଷ୍ଟା କହିଛନ୍ତି ଆବେଦନର ଶେଷ ତାରିଖ ଘୁଞ୍ଚାଯାଇପାରେ। ନିଗମ ପକ୍ଷରୁ ସୂଚନା ଦିଆଯାଇଛି ଏକାଧିକ ବ୍ୟାଙ୍କ ସହ କାରବାରରେ ଲିଙ୍କ୍‌ ସମସ୍ୟା ହେବାରୁ କେବଳ ଗୋଟିଏ ବ୍ୟାଙ୍କକୁ ବଛା ଯାଇଛି।

Odisha BJP Borewell
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ