Advertisment

ଅରୁଣଙ୍କ ଗଡ଼ରେ ଅରୁଣଙ୍କୁ ଅଡ଼ୁଆ ! ଘେରିଗଲେ ଚାଷୀ, ପଚାରିଲେ ପ୍ରଶ୍ନ...

କଟନିଛଟନି ବନ୍ଦ ଦାବିରେ ତାତିଲେ ଚାଷୀ। ଚାଷୀଙ୍କୁ ସାମ୍ନା କରି ନପାରି ଆଲୋଚନା କରିବା କହି ପଳାଇଲେ ନୟାଗଡ଼ ବିଧାୟକ ଅରୁଣ ସାହୁ।

ଅଦ୍ୟତନ ହୋଇଛି
Arun Sahoo

Arun Sahoo

Advertisment

ଅରୁଣଙ୍କ ଗଡ଼ରେ ଅରୁଣଙ୍କୁ ଅଡ଼ୁଆ । ନୟାଗଡ଼ ନିର୍ବାଚନ ମଣ୍ଡଳିକୁ ଅରୁଣଙ୍କ ଗଡ଼ କୁହାଯାଉଥିବା ବେଳେ ଏବେ ନିଜ ଗଡ଼ରେ ଅରୁଣଙ୍କୁ ଅଡ଼ୁଆ ହେଉଛି ।ଖୋଲାଖୋଲି ଭାବେ ଅରୁଣଙ୍କୁ ବିରୋଧ କରୁଛନ୍ତି ଚାଷୀ । ପ୍ରଶାସନିକ ଅଧିକାରୀଙ୍କ ଆଗରେ ଅରୁଣଙ୍କ ବିରୋଧରେ ନାରାବାଜି କରିଥିଲେ ଚାଷୀ । ଶେଷରେ ଉପଜିଲ୍ଲାପାଳ ବୁଝାସୁଝା କରିବା ପରେ ଶାନ୍ତ ପଡ଼ିଥିଲେ । 

Advertisment

ପୁରା କାହାଣୀଟି ହେଲା, ନୟାଗଡ଼ରେ ଧାନ ମଣ୍ଡି ଆରମ୍ଭରୁ ଟେନସନ । କଟନିଛଟନି ବନ୍ଦ ଦାବିରେ ତାତିଲେ ଚାଷୀ। ଚାଷୀଙ୍କୁ ସାମ୍ନା କରି ନପାରି ଆଲୋଚନା କରିବା କହି ପଳାଇଲେ ନୟାଗଡ଼ ବିଧାୟକ ଅରୁଣ ସାହୁ।

ଆଜି ନୟାଗଡ଼ରେ ଧାନ ମଣ୍ଡି ଉଦଘାଟନ କରିଥିଲେ ବିଧାୟକ ଅରୁଣ ସାହୁ ଓ ବରିଷ୍ଠ ପ୍ରାଶାସନିକ ଅଧିକାରୀ l ଏହି ସମୟରେ ପ୍ରଶାସନ ଓ ବିଧାୟକଙ୍କୁ ଚାଷୀମାନେ ବିରୋଧ କରିଥିଲେ । ପ୍ରଥମେ କଟନି ଛଟନି ବନ୍ଦ୍‌ର ପ୍ରତିଶ୍ରୁତି ଦେଇ ଧାନ ମଣ୍ଡି ଉଦଘାଟନ କରିବାକୁ ଦାବି କରିଥିଲେ । ମାତ୍ର ପ୍ରତିଶ୍ରୁତି ନଦେଇ ଧାନମଣ୍ଡି ଉଦଘାଟନ ହେବାରୁ ଚାଷୀ ନାରାବାଜି କରିବା ସହ ବିରୋଧ କରିଥିଲେ । ଅନ୍ୟପକ୍ଷରେ ସରକାରୀ ନିୟମ ଅନୁସାରେ ଧାନ କ୍ରୟ ହେବ । କଟନୀ ଛଟନୀ ହେବ ନାହିଁ ବୋଲି ଉପଜିଲ୍ଲାପାଳ କହିଥିଲେ ।

Advertisment

ସେହିଭଳି କୋରାପୁଟ ଜିଲ୍ଲାରେ ବି ସମାନ ସ୍ଥିତି । ଖରିଫ ମଣ୍ଡି ଆରମ୍ଭ ହୋଇ ସପ୍ତାହେ ବିତିଲାଣି । ହେଲେ ଏବେ ବି ଚାଷୀଙ୍କ ଧାନ କିଣା ହୋଇପାରୁନି । ଏକର ଏକର ଫସଲ ଧାନ ଏବେ ଅସ୍ଥାୟୀ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିରହିଛି। ମଣ୍ଡିରେ ଚାଷୀ ତାର ଧାନ ଆଣି ଅପେକ୍ଷା କରିଛି, ତେଣେ ଯୋଗାଣ ବିଭାଗ ଅଧିକାରୀ କିମ୍ବା ମିଲ ମାଲିକଙ୍କ ଦେଖା ନାହିଁ। ବୋରିଗୁମ୍ମା ବ୍ଲକ ତରଭଟା ଅସ୍ଥାୟୀ ମଣ୍ଡିରେ ଚାଷୀ ଶହ ଶହ କ୍ୱିଣ୍ଟାଲ ଧାନ ଧରି ବିକ୍ରି ପାଇଁ ଅପେକ୍ଷାରତ ।

ଗତ ଜିଲ୍ଲା ସ୍ତରୀୟ ଡିଏଲପିସି ବୈଠକରେ ଡିସେମ୍ବର ୧୪ରେ ଖରିଫ ମଣ୍ଡି ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲ। ହେଲେ ତାହା ଆରମ୍ଭ ହୋଇନଥିବାରୁ ଗତ ୧୯ତାରିଖରେ ଜିଲ୍ଲାର ଶତାଧିକ ଚାଷୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସମସ୍ତ ଆଲୋଚନା ପରେ ଗତ ୨୨ରେ ମଣ୍ଡି ଆରମ୍ଭ ହୋଇଥିଲେ ବି ଆଜି ଯାଏଁ ଧାନ କିଣାଯାଇନି। 

Advertisment
BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ