Advertisment

ପ୍ରସାଦ କାହାକୁ ଇଙ୍ଗିତ କରି କହିଲେ, ‘ମୁଁ ବେପାରୀ ନୁହେଁ, ଡିଲ କରିବି; ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ’

‘ମୁଁ ବେପାରୀ ନୁହେଁ, ଡିଲ କରିବି । ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ ।’ ଏଭଳି କହିବା ସହ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଗୋଷ୍ଠୀକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Prasad Harichandan

Prasad Harichandan

Advertisment

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ପଦାରେ ପଡ଼ିଲା କଂଗ୍ରେସ ଦଳର ଅନ୍ତଃକନ୍ଦଳ । ଯୁଦ୍ଧ ପୂର୍ବରୁ ଏକାଠି ହୋଇ ଲଢିବା ବଦଳରେ ଦଳରେ ଫାଟ ହେବା ଭଳି ପୁରୁଣା ଖୋଇକୁ ନେଇ ପୁଣି ଚର୍ଚ୍ଚା । ଏଥର ପଂଚାୟତ ନିର୍ବାଚନରେ ପୁରୀ ସତ୍ୟବଦୀର ୬ଟି ଜୋନରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ଏବଂ ଏଥିପାଇଁ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନଙ୍କ ଉପରେ ଅଭିଯୋଗ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରସାଦ । ସେ କହିଛନ୍ତି, ‘ମୁଁ ବେପାରୀ ନୁହେଁ, ଡିଲ କରିବି । ମୋର ଖଣି ବ୍ୟବସାୟ କି ମିଡିଆ ନାହିଁ ।’ ଏଭଳି କହିବା ସହ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଗୋଷ୍ଠୀକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Advertisment

ଚଳିତ ପଞ୍ଚାୟତ ନିର୍ବାଚନରେ ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ୬ଟି ଜୋନ୍‌ରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ପଛରେ କିଏ କରିଛି ଡିଲ୍ ? କାହା ଚାପ ନା କାହା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନିର୍ବାଚନ ଲଢେଇଠୁ ଦୂରେଇ ରହିଲା କଂଗ୍ରେସ ? ଏହି ମାମଲାରେ କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନଙ୍କ ଭୂମିକାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ବିଷୋଦ୍‌ଗାର କରିଛନ୍ତି ପ୍ରସାଦ । ପ୍ରେସମିଟ୍‌ରେ କାହା ନାଁ ନନେଇ ଦଳୀୟ ନେତୃତ୍ୱକୁ ସିଧା ନିଶାନା କରିଛନ୍ତି ପ୍ରସାଦ । କହିଛନ୍ତି ‘ଡିଲ୍ ମୁଁ କରିନି, ଯେଉଁମାନେ କରିଛନ୍ତି ତାର ପ୍ରମାଣ ଅଛି, ଠିକ ସମୟରେ ଦସ୍ତାବିଜ ଖୋଲିବି ବୋଲି ବିସ୍ଫୋରକ ଚେତାବନୀ ଦେଇଛନ୍ତି ।’ ତା ସହ କଂଗ୍ରେସ ପ୍ରତି ତାଙ୍କ ଅନୁଗତ୍ୟ, ଦଳୀୟ ନେତୃତ୍ୱ ଉପରେ କ୍ଷୋଭ ଏବଂ ତାଙ୍କ ନାଁରେ ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ମୁହଁ ଖୋଲିବା ବେଳେ ପ୍ରେସମିଟରେ କାନ୍ଦି ପକାଇଥିଲେ ପ୍ରସାଦ ।

ଏପଟେ ଠିକ୍ ନିର୍ବାଚନ ପୂର୍ବରୁ ପ୍ରସାଦଙ୍କ ଏଭଳି ମନ୍ତବ୍ୟ ଦଳ ଭିତରେ ସୃଷ୍ଟି କରିଛି କମ୍ପନ । ଏପରିକି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରମାଣ ଦେବାକୁ ସେ ଚ୍ୟାଲେଞ୍ଜ୍ କରିବା ସହ ଏହାର ଜବାବ ସ୍ୱରୂପ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସଫା ସଫା କହିଛନ୍ତି । ଏଣେ ପ୍ରସାଦଙ୍କ ଏଭଳି ଶୀର୍ଷ ନେତୃତ୍ୱଙ୍କ ଉପରେ କ୍ଷୋଭ, ଅଭିଯୋଗ ପରେ ମାମଲାର ସମାଧାନ ଲାଗି ଦଳର ଛାମୁଆ ନେତାଙ୍କୁ ନେଇ ଆଲୋଚନା ହେବା ଦରକାର ବୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ମାହୋଲ ସରଗରମ୍ ଥିବା ବେଳେ ପୁରୀ ଜିଲ୍ଲାରେ କଂଗ୍ରସର ଦୁର୍ବଳ ସାଂଗଠନିକ ସ୍ଥିତି କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି ।

Advertisment

ପଂଚାୟତ ନିର୍ବାଚନ ଲଢେଇ ପାଇଁ ରାଜ୍ୟର ସବୁ ରାଜନୈତିକ ଦଳ ଏବେ ଭିନ୍ନ ଭିନ୍ନ ଷ୍ଟ୍ରାଟେଜି ଅାପଣାଉଥିବା ବେଳେ ନିର୍ବାଚନ ପୂର୍ବରୁ କଂଗ୍ରେସର ପୁରୁଣା ରୋଗ ଫେରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

BJD BJP Politics Congres Panchayat Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ