Advertisment

ବିଜେପି ଛାଡ଼ିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ

ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ହେଉଛନ୍ତି ଶିଶିର ଗମାଙ୍ଗ।

ଅଦ୍ୟତନ ହୋଇଛି
Ex-Odisha CM Giridhar Gamang And His Son Quit BJP

Ex-Odisha CM Giridhar Gamang And His Son Quit BJP

Advertisment

ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ। ଏନେଇ ଉଭୟ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ହେଉଛନ୍ତି ଶିଶିର ଗମାଙ୍ଗ। ଉଭୟ ବାପପୁଅ ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ ଉଭୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଏନେଇ ଗିରିଧର ଗମାଙ୍ଗ କହିଛନ୍ତି, ‘ଦଳରେ ଦେଖି ନଦେଖିବା ଭଳି ବ୍ୟବହାର କରାଯାଉଥିଲା। ଦଳୀୟ କାର୍ଯ୍ୟକ୍ରମକୁ ଡାକିଲେ ଯାଉଥିଲି, ନଡ଼ାକିଲେ ଯାଉନଥିଲି। କିଛି ଦିନ ହେଲା ଡାକିଲେ ଯିବି, ନଡ଼ାକିଲେ ଯିବିନି ନୀତିରେ ଚାଲିଥିଲି।’

୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ। ଏବେ ବିଜେପି ଛାଡ଼ିବା ବେଳେ ଆଗାମୀ ଦିନରେ ଜାତୀୟ ଦଳରେ ଯୋଗ ଦେବେ ବୋଲି ଉଭୟ କହିଛନ୍ତି। ‘ଦଳରେ ଦେଖି ନଦେଖିବା ଭଳି ବ୍ୟବହାର କରାଯାଉଥିଲା। ଦଳୀୟ କାର୍ଯ୍ୟକ୍ରମକୁ ଡାକିଲେ ଯାଉଥିଲି, ନଡ଼ାକିଲେ ଯାଉନଥିଲି। ଦକ୍ଷିଣ ଓଡ଼ିଶାର ଜଣେ ନେତାଙ୍କ ପ୍ରରୋଚନାରେ ଆମକୁ ଅଣଦେଖା କରାଯାଉଥିବା’ ବୋଲି ଶିଶିର ଗମାଙ୍ଗ କହିଛନ୍ତି।

Advertisment

ସେପଟେ କଂଗ୍ରେସ ଛାଡିବା ବେଳେ କାହା ବିରୋଧରେ କହିନଥିଲି ଏବଂ ବିଜେପି ଛାଡିଲା ବେଳେ କାହା ବିରୋଧରେ କହିବି ନାହିଁ ବୋଲି ବାପା ଗିରିଧର ଗମାଙ୍ଗ କହିଛନ୍ତି। ଆଗାମୀ ଦିନରେ BRSରେ ମିଶିବା ନେଇ ପୁଅ ଶିଶିର ଗମାଙ୍ଗ କହିଛନ୍ତି।

BJP Giridhar Gamang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ