Advertisment

ଭାବପ୍ରବଣ ଉପାସନା: ବାପାଙ୍କ ଆଇ-କାର୍ଡ ଦେଖାଇଲେ, ମୁଣ୍ଡିଆ ମାରି ଗୃହ ଭିତରେ ପଶିଲେ

ଉପାସନା ଆହୁରି କହିଥିଲେ, ସେ ବିଧାନସଭାର ପବିତ୍ର ଗୃହ ଭିତରକୁ ପ୍ରବେଶ କରିବା ବେଳେ ସାରା ବ୍ରହ୍ମଗିରିବାସୀଙ୍କ ସାହସ ତାଙ୍କ ସାଥୀରେ ଅଛି। ଏକଥା ମଧ୍ୟ ସେ ନିର୍ବାଚନ ପୂର୍ବରୁ ବ୍ରହ୍ମଗିରିବାସୀଙ୍କୁ ଜଣାଇଦେଇଛନ୍ତି।

ଅଦ୍ୟତନ ହୋଇଛି
Upasana Mahapatra Showed Her Father I Card And Enters To The Odisha Assembly

Upasana Mahapatra

Advertisment

ସରିଯାଇଛି ନିର୍ବାଚନ। ଆଜି ଥିଲା ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ। ଅଧିକାଂଶ ନୂଆମୁହଁ ଆଜି ପ୍ରଥମ କରି ଶପଥ ନେବାକୁ ଆସୁଥିବାରୁ ବିଧାନସଭା ବାହାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥଲା। କେହି କେହି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭାବବିହ୍ୱଳ ହେଉଥିବା ବେଳେ ଆଉ କେହି ରୋଚକ ଉତ୍ତର ଦେଉଥିବା ଦେଖିବାକୁ ମିଳିଛି।

Advertisment

ତେବେ ସବୁଠୁ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ବ୍ରହ୍ମଗିରିର ନବ ନିର୍ବାଚିତା ବିଧାୟିକା ଉପାସନା ମହାପାତ୍ର ବିଧାନସଭା ଭିତରକୁ ପ୍ରବେଶ କରୁଥିଲେ। ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ତାଙ୍କ ବାପା ଲୁଲୁ ମହାପାତ୍ରଙ୍କୁ ମନେ ପକାଇ ବେଶ୍ କିଛି ସମୟ ଭାବବିହ୍ୱଳ ହୋଇଯାଇଥିଲେ।

ପଢନ୍ତୁ ଏହି ଖବର: ସାଂସଦ ହେଲି, ବିଧାୟକ ହେଲି ଏବେ ସରପଞ୍ଚ ହେବାକୁ ଇଚ୍ଛା

ତେବେ ନିର୍ବାଚନ ପୂର୍ବରୁ ସେ ବ୍ରହ୍ମଗିରିବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ତାଙ୍କର ପ୍ରାଥମିକତା ହେବ ବୋଲି ଦୃଢ଼ତାର ସହ କହିଥିଲେ। ପରେ ପରେ ସେ ତାଙ୍କ ବାପାଙ୍କ ୩୦ ବର୍ଷ ତଳର ଆଇ-କାର୍ଡ ଦେଖାଇ ଏଥିରେ ତାଙ୍କ ବାପାଙ୍କ ସାହସ ଓ ଆଶୀର୍ବାଦ ରହିଛି ବୋଲି କହିଥିଲେ। ସୂଚନାଯୋଗ୍ୟଯେ, ଉପାସନା ହେଉଛନ୍ତି ରାଜ୍ୟ ବିଧାନସଭାର ସର୍ବକନିଷ୍ଠ ବିଧାୟିକା। ସର୍ବକନିଷ୍ଠ ବିଧାୟିକା ଭାବେ ସେ ନୂଆ ନୂଆ ଅନୁଭୂତି ସାଉଁଟିବାକୁ ଯେତିକି ବ୍ୟଗ୍ର ତା’ଠୁ ଅଧିକ ବ୍ୟଗ୍ର ଅଭିଜ୍ଞ ବିଧାୟକମାନଙ୍କ ଠାରୁ ଅନେକ କିଛି ଶିକ୍ଷା ଲାଭ କରିବା। ସେମାନଙ୍କ ମାର୍ଗ ଦର୍ଶନରେ ସେ ଆଗକୁ ତାଙ୍କ ସେବାକାର୍ଯ୍ୟ ଜାରି ରଖିବେ ବୋଲି ସାମ୍ବାଦିକମାନଙ୍କୁ କହିଥିଲେ। 

Advertisment

ଉପାସନା ଆହୁରି କହିଥିଲେ, ସେ ବିଧାନସଭାର ପବିତ୍ର ଗୃହ ଭିତରକୁ ପ୍ରବେଶ କରିବା ବେଳେ ସାରା ବ୍ରହ୍ମଗିରିବାସୀଙ୍କ ସାହସ ତାଙ୍କ ସାଥୀରେ ଅଛି। ଏକଥା ମଧ୍ୟ ସେ ନିର୍ବାଚନ ପୂର୍ବରୁ ବ୍ରହ୍ମଗିରିବାସୀଙ୍କୁ ଜଣାଇଦେଇଛନ୍ତି।

ଏହି ଅବସରରେ ସେ ସାମ୍ବାଦିକଙ୍କ ସହଯୋଗ କାମନା କରିବା ସହ କାହା ଦ୍ୱାରା ପ୍ରଭାବିତ ନହୋଇ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ପରେ ପରେ ସେ ମୁଣ୍ଡିଆ ମାରି ଗୃହ ଭିତରୁ ପ୍ରବେଶ କରିଥିଲେ।

Advertisment

ପଢନ୍ତୁ ଏହି ଖବର: ୨୫ ବର୍ଷ ପରେ ବିଧାନସଭାରେ ବଦଳିଲା ନବୀନଙ୍କ ସିଟ୍...

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ