ଷୋଳମପୁର ଗାଁରେ ନିର୍ବାଚନୀ ହିଂସା, ପିଟିଲେ ଓ ଭାଙ୍ଗିଲେ ଅନେକ ଗାଡ଼ି

ନିର୍ବାଚନ ପୂର୍ବରୁ ଭଣ୍ଡାରୀପୋଖରୀରେ ଗଣ୍ଡଗୋଳ । ଭଦ୍ରକ ଭଣ୍ଡାରୀପୋଖରି ବ୍ଲକ ଷୋଳମପୁର ଗାଁରେ ନିର୍ବାଚନୀ ହିଂସା। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

Election violence

News Summary

ନିର୍ବାଚନ ପୂର୍ବରୁ ଭଣ୍ଡାରୀପୋଖରୀରେ ଗଣ୍ଡଗୋଳ 

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ  ସରିଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି ।  ପିପିଲି, ଧର୍ମଶାଳା, ହିନ୍ଦୋଳ ସମେତ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ସେହିପରି ନିର୍ବାଚନ ପୂର୍ବରୁ ଭଦ୍ରକ ଭଣ୍ଡାରୀପୋଖରୀରେ ବ୍ଲକ ଷୋଳମପୁର ଗାଁରେ ନିର୍ବାଚନୀ ହିଂସା। ଦେଖାଦେଇଛି ା

ଗତକାଲି ଗାଁର ଗୋଷ୍ଠୀର କିଛି ଲୋକ ଅନ୍ୟ ଏକ ଗୋଷ୍ଠୀ ଉପରକୁ ଆକ୍ରମଣ କରିଥିଲେ । ସଂଘବଦ୍ଧ ହୋଇ ଠେଙ୍ଗାବାଡ଼ି ଓ ମାରଣାସ୍ତ୍ର ଧରି ଜଣକ ଘରେ ପଶି ଆକ୍ରମଣ କରିଥିଲେ । ଘରେ ପଶି କିଛି ଲୋକଙ୍କୁ ଆକ୍ରମଣ କରିବା ସହ ଆସବାବପତ୍ରକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

 ଘଟଣାରେ ୪ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି । ଏହାସହ ୬ଟି ବାଇକ୍, ୩ଟି କମ୍ପୁଟର ସମେତ ଅନେକ କିଛି ନଷ୍ଟ ବି ହୋଇଛି । ଆସନ୍ତାକାଲି ଭଣ୍ଡାରିପୋଖରୀରେ ନିର୍ବାଚନ ଥିବା ବେଳେ ଏହି ଘଟଣା ରାଜନୀତିକୁ ସରଗରମ କରିଛି । ଘଟଣାକୁ ନେଇ ଅଭିଯୋଗ ହୋଇଥିବା ଗୋଷ୍ଠୀର ପ୍ରତିକ୍ରିୟା ମିଳିପାରିନି ।