third phase election campaign
ନିର୍ବାଚନ ପ୍ରଚାରରେ କମ୍ପୁଛି ମଇଦାନ। ଏହାରି ଭିତରେ ଆଜି ସରୁଛି ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ କ୍ୟାମ୍ପେନିଂ। ତୃତୀୟ ପର୍ଯ୍ୟାୟ ଭୋଟ୍ ଲାଗି ଆଜି ସଂଧ୍ୟାରେ ସରୁଛି ପ୍ରଚାର। ତୃତୀୟ ପର୍ଯ୍ୟାୟରେ ୧୨ ରାଜ୍ୟର ୯୩ ଲୋକସଭା ଆସନରେ ମତଦାନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟ୍ ଗ୍ରହଣ।
ତୃତୀୟ ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୋଆ, ଗୁଜରାଟ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମତଦାନ ଅନୁଷ୍ଠିତ ହେବ ।ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଛି ଗୁଜରାଟ, କର୍ଣ୍ଣାଟକ ଭଳି ବଡ଼ ରାଜ୍ୟ।ଗୁଜରାଟ ସୁରତରେ ବିନା ପ୍ରତିଦ୍ବନ୍ଦ୍ବିରେ ବିଜେପି ଜିତିବା ପରେ ବାକି ୨୫ ଆସନ ପାଇଁ ପଡ଼ିବ ଭୋଟ୍।
କର୍ଣ୍ଣାଟକର ୧୪, ଉତ୍ତରପ୍ରଦେଶର ୧୦, ମହାରାଷ୍ଟ୍ରର ୧୧ ସିଟ୍ ରେ ମତଦାନ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ସମାଜପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ସମସ୍ତ ଦଳର ଷ୍ଟାର୍ କ୍ୟାମ୍ପେନର ନିଜ ଦଳ ବଳକୁ ପ୍ରଚାରରେ ଲଗାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714876763.jpg)