Advertisment

ଅଡ଼ୁଆରେ ସଚିବ ଓ ସରକାର ! କେନ୍ଦ୍ରରୁ ଆସିଛି କଡ଼ା ନିର୍ଦେଶ, କେମିତି କରିବେ ସାମ୍ନା..?

ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି, ରଜାନୈତିକ ସଭାସମିତି କରିବା, ବିଭିନ୍ନ ପ୍ରକାର ପ୍ରକଳ୍ପ ଘୋଷଣା କରିବା, ପୋଲିସ୍ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲର ଉଲ୍ଲଂଘନ, ଅର୍ଡର ଅଫ୍ ପ୍ରିସିଡେନସିର ଉଲ୍ଲଂଘନ, ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ଅବମାନନା ଏବଂ ଦୁର୍ବ୍ୟବହାର, ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ଆଦି ଅଭିଯୋଗ ଫାଇଭ୍-ଟି ସଚିବଙ୍କ ନାଁରେ ରହିଛି।

ଅଦ୍ୟତନ ହୋଇଛି
DoPT asks Odisha chief secretary to take action against IAS officer

DoPT asks Odisha chief secretary to take action against IAS officer

Advertisment

ଅଡୁଆରେ ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ୍। ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ବା DoPTର ଚିଠି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଥିଲେ। ସେଇ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ । ଆଇଏଏସ୍ କ୍ୟାଡର ନିୟମର କରୁଛନ୍ତି ଖୋଲାଖୋଲି ଉଲ୍ଲଂଘନ । ବାରମ୍ବାର ଆଇନ ଉଲ୍ଲ୍ଂଘନ ନେଇ ଡିଓପିଟିରେ କଂପ୍ଳେନ୍ । ମୁଖ୍ୟ ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରାଳୟର ନିର୍ଦ୍ଦେଶ । ଅକଳରେ ରାଜ୍ୟ ପ୍ରଶାସନର ପାୱାରଫୁଲ୍ ସଚିବ ଭି.କେ. ପାଣ୍ଡିଆନ୍।

୨ ହଜାର ମସିହା ବ୍ୟାଚର୍ ଏହି ଆଇଏଏସ୍ ଅଫିସରଙ୍କୁ ନେଇ ରାଜ୍ୟ ସରକାର ବି ଅଡୁଆରେ। କାରଣ ପାଣ୍ଡିଆନ୍‌ଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପାଖରେ ଗତ ୨୪ ତାରିଖରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଲିଖିତ ଅଭିଯୋଗ କରିଥିଲେ। ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି, ରଜାନୈତିକ ସଭାସମିତି କରିବା, ବିଭିନ୍ନ ପ୍ରକାର ପ୍ରକଳ୍ପ ଘୋଷଣା କରିବା, ପୋଲିସ୍ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରିବା, ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲର ଉଲ୍ଲଂଘନ, ଅର୍ଡର ଅଫ୍ ପ୍ରିସିଡେନସିର ଉଲ୍ଲଂଘନ, ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ଅବମାନନା ଏବଂ ଦୁର୍ବ୍ୟବହାର, ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ଆଦି ଅଭିଯୋଗ ଫାଇଭ୍-ଟି ସଚିବଙ୍କ ନାଁରେ ରହିଛି।

Advertisment

ଚିଠି ମାଧ୍ୟମରେ ଅଭିଯୋଗ କରିବା ସହ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମର ଫଟୋ, ଭିଡିଓ ଆଦି ସିଡି ଓ ପେନ୍ ଡ୍ରାଇଭ୍ ମାଧ୍ୟମରେ ଦାଖଲ କରାଯାଇଥିଲା। ଏସବୁ ଅଭିଯୋଗ ପାଇବାର ମାତ୍ର ୪୮ ଘଣ୍ଟା ଭିତରେ DoPT ସଚିବଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖିଛି। ଆଉ ଏହା ପରେ ପୁଣି ଥରେ ଫାଇଭ୍ ଟି ସଚିବଙ୍କୁ ନିଶାନା କରିଛନ୍ତି ମନମୋହନ ଓ ଅପରାଜିତା। ତେବେ ଏନେଇ ଫାଇଭ୍ ଟି ସଚିବ କିମ୍ବା ରାଜ୍ୟ ସରକାରଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

ଗତ କିଛି ଦିନ ହେଲା ରାଜନୈତିକ ସ୍ତରରେ ଫାଇଭ୍ ଟି ସଚିବଙ୍କୁ ଘନଘନ ଆକ୍ରମଣ ହେଉଛି। ଏବେ କିନ୍ତୁ ପ୍ରଶାସନିକ ସ୍ତରରେ ବି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଆସିଛି। ସେପଟେ ପୂର୍ବତନ ମୁଖ୍ୟଶାସନ ସଚିବ ତଥା କଂଗ୍ରେସ୍ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ଡିଓପିଟିଙ୍କ ପାଖରେ ଫାଇଭ୍ ଟି ସଚିବଙ୍କ ନାଁରେ ଫେରାଦ ହୋଇଛନ୍ତି। ମନ୍ତ୍ରାଳୟକୁ ସେ ଏକ ଚିଠି ଲେଖି, ବିଭିନ୍ନ ଉଦାହରଣ ସହ ସର୍ବଭାରତୀୟ ସର୍ଭିସ୍ କଣ୍ଡକ୍ଟ ରୁଲ୍ ର ପାଣ୍ଡିଆନ୍ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାରୁ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ୍ ଆଶା କ୍ଷୀଣ ବୋଲି ସେ କହିଛନ୍ତି।

Advertisment

ବଡ଼ ପ୍ରଶ୍ନ ଡିଓପିଟି ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି ପରେ କି ପଦକ୍ଷେପ ନେବେ ରାଜ୍ୟ ସରକାର ? କ୍ୟାଡର୍ କଣ୍ଟ୍ରୋଲ ଅଥରଟି ରାଜ୍ୟ ସରକାର ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବେ କି ? ନା ଚିଠିକୁ ପକାଇ ରଖିବେ ? ମୁଖ୍ୟମନ୍ତ୍ରୀ ଆକସନ୍ ପାଇଁ ଅନୁମତି ଦେବେ ତ ? ଯଦି ଅନୁମତି ନଦିଅନ୍ତି ତେବେ କଣ ରହିଛି ବିକଳ୍ପ ବ୍ୟବସ୍ଥା, ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦିନକୁ ଦିନ ବଢୁଥିବା ଫାଇଭ୍-ଟି ବିବାଦ ଆଗକୁ କେଉଁ ମୋଡ଼ ନେଉଛି ଏବଂ ଏଭଳି ଅକଳ ସ୍ଥିତିକୁ ରାଜ୍ୟ ସରକାର କିଭଳି ସାମ୍ନା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।

BJD BJP Odisha Politics VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ