ଅପେକ୍ଷା କର, ‘ସୁଭଦ୍ରା’ ଯୋଜନାକୁ ନେଇ ଭ୍ରମିତ କର ନାହିଁ: ପ୍ରଭାତୀ ପରିଡ଼ା

ସୁଭଦ୍ରା ଯୋଜନା ସଂପର୍କରେ କୌଣସି ଭ୍ରମିତ ଖବର ଦେଖାନ୍ତୁ ନାହିଁ । କିଛି ପ୍ରମୁଖ ଗଣମାଧ୍ୟମରେ ମିଛ ଖବର ବୁଲୁଛି । ତାହା ଠିକ ନୁହେଁ ।

Subhadra Yojana

ସୁଭଦ୍ରା ଯୋଜନା ସଂପର୍କରେ କୌଣସି ଭ୍ରମିତ ଖବର ଦେଖାନ୍ତୁ ନାହିଁ । କିଛି ପ୍ରମୁଖ ଗଣମାଧ୍ୟମରେ ମିଛ ଖବର ବୁଲୁଛି । ତାହା ଠିକ ନୁହେଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏଭଳି ମନ୍ତବ୍ୟ ଦେବା ସହ ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟରେ ଅଛି । ସରକାର ଯାହା ଯୋଜନା କରିଛନ୍ତି ତାକୁ ଦେଖାନ୍ତୁ, ଭୁଲ ଖବର ଦେଖାନ୍ତୁ ନାହିଁ । ଶହେ ଦିନ ମଧ୍ୟରେ ପୁରା ଡାଇଗ୍ରାମ ଆସିବ । ରୂପରେଖ ଯାହା ଆସିବ ସେହି ଅନୁସାରେ କାର୍ଯ୍ୟ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଅଧିକ ପଢ଼ନ୍ତୁ: ‘ଖୁବଶୀଘ୍ର ଘୋଷଣା ହେବ ରତ୍ନଭଣ୍ଡାର ଖୋଲିବା ତାରିଖ ଓ ଗାଇଡଲାଇନ୍’

ଅପରପକ୍ଷେ ବୃକ୍ଷରୋପଣ ଉଦ୍ଦେଶ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ‘ମା ପାଇଁ ଗଛଟିଏ’କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ କର୍ମଚାରୀଙ୍କୁ ଗଛ ଲଗାଇବାକୁ କହିଛନ୍ତି । ଆସନ୍ତା ସପ୍ତାହରେ ୨ହଜାର ଗଛ ଲଗାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଡକ୍ୟୁମେଣ୍ଟ ପଠାଇବୁ ବୋଲି କହିଛନ୍ତି ।

ମିଶନ ଶକ୍ତିର ମାଆମାନେ ନିଜ ବାଡ଼ି କିମ୍ବା ରାସ୍ତା କଡ଼ରେ ଗୋଟିଏ ଲେଖା ଗଛ ଲଗେଇବେ । ଆଉ ଯିଏ ଯେଉଁ ଗଛ ଲଗେଇବେ ନିଜ ମାଆର ଯତ୍ନ ନେଲା ଭଳି ସେ ଗଛର ଯତ୍ନ ନେବେ । କାରଣ ପୃଥିବୀ ହେଉଛି ଆମ ମାଆ ସେଥିପାଇଁ ତା’ର ସୁରକ୍ଷା ପାଇଁ ଅର୍ଥାତ ପରିବେଶର ସୁରକ୍ଷା ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ତା’ର ଯତ୍ନ ନେବେ ବୋଲି କିଛିଦିନ ତଳେ କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅଧିକ ପଢ଼ନ୍ତୁ: ପରିବା ଦର ବୃଦ୍ଧି: ‘ଆଳୁ, ପିଆଜ ଯୋଗାଇବ ନାଫେଡ’

ରୁରାଲ ଟୁରିଜିମ ଉପରେ ବି ଖସଡ଼ା ପ୍ରସ୍ତୁତ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ର ପ୍ରଭାତୀ ପରିଡ଼ା । ଗତ କିଛିଦିନ ତଳେ ମଧ୍ୟ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ଏହି ସୁଭଦ୍ରା ଯୋଜନା ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।