Advertisment

Royal Family Dispute: ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ବଲାଙ୍ଗିର ରାଜାଘର ଗୁମର

ସଂଗୀନ ଅଭିଯୋଗ ଆଣିଲେ ଅନଙ୍ଗ ଉଦୟଙ୍କ ବୋହୁ ଅଦ୍ରିଜା ସିଂଦେଓ । ଅର୍କେଶ ଡିଭୋର୍ସ ଦେବାକୁ ଚାହିଁବାର କାରଣ ଜାଣିପାରୁନି କହିଲେ ଅଦ୍ରିଜା । କୋର୍ଟରେ ମାମଲା ବିଚାରାଧୀନ ରହିଛି କହିଲେ ଅର୍କେଶ ସିଂଦେଓ ।

ଅଦ୍ୟତନ ହୋଇଛି
undefined

Arkesh Singhdeo Vs Adrija singdeo

Advertisment

ଦାଣ୍ଡରେ ପଡ଼ି ହାଟରେ ଗଡୁଛି ବଲାଙ୍ଗିର ରାଜା ଘର କଳି । ବିବାଦ ଘେରରେ ଶୈଳଶ୍ରୀ ପ୍ୟାଲେସ । ରାଜକୁମାର ଅର୍କେଶ ନାରାୟଣ ସିଂଦେଓ, ତାଙ୍କ ବିରୋଧରେ ଘରୋଇ ହିଂସାର ସଂଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ପତ୍ନୀ ଅଦ୍ରିଜା ମଂଜରୀ ସିଂଦେଓ ।

Advertisment

ଗଣମାଧ୍ୟମ ଆଗରେ ସିଧାସଳଖ ମୁହଁ ଖୋଲି ବରିଷ୍ଠ ବିଜେଡି ନେତା ଅନଙ୍ଗଉଦୟ ସିଂଦେଓଙ୍କ ବୋହୁ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ ଅଦ୍ରିଜା ଅଭିଯୋଗ କରିଛନ୍ତି- ୨୦୧୭ ନଭେମ୍ବର ୨୩ରେ ସେ ଅର୍କେଶଙ୍କୁ ବିବାହ କରିଥିଲେ। ସେବେଠୁ କେତେବେଳେ ବଲାଙ୍ଗିରରେ ତ କେତେବେଳେ ଡେରାଡୁନରେ ଦୁହେଁ ରହୁଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ବଲାଙ୍ଗିର ଏମଏଲଏ ପାଇଁ ଲଢୁଥିବା ସ୍ୱାମୀ ଅର୍କେଶଙ୍କ ପାଇଁ ପ୍ରଚାର ବି କରିଥିଲେ ।

ତେବେ ଗତ ଜାନୁଆରୀ ମାସରେ ମାଆ କ୍ୟାନସରରେ ଆକ୍ରାନ୍ତ ଥିବା ସତ୍ତ୍ୱେ ଶ୍ୱଶୁର ଘର ଲୋକଙ୍କ କଥାରେ ପଞ୍ଚାୟତ ନିର୍ବାଚନ ଓ ମାର୍ଚ୍ଚରେ ମ୍ୟୁନିସିପାଲିଟି ନିର୍ବାଚନ ପ୍ରଚାର ପାଇଁ ଡେରାଡୁନରୁ ବଲାଙ୍ଗିର ଆସିଥିଲେ ଆଦ୍ରିଜା । କିନ୍ତୁ ଗତ ଅଗଷ୍ଟ ମାସରେ ହଠାତ୍ ଡିଭୋର୍ସ ମାଗିଥିଲେ ସ୍ୱାମୀ ଅର୍କେଶ । ଯାହାର କାରଣ ଏଯାଏଁ ବି ତାଙ୍କୁ ଅଜଣା ବୋଲି କହିଛନ୍ତି ଅଦ୍ରିଜା । ଖାଲି ସେତିକି ନୁହେଁ ଶ୍ୱଶୁର ଘର ଲୋକେ ତାଙ୍କ ଉପରେ ବିଭିନ୍ନ ସମୟରେ ଶାରିରୀକ ଓ ମାନସିକ ନିର୍ଯାତନା ମଧ୍ୟ ଦେଇ ଆସୁଥିବା ଡେରାଡୁନ୍ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଅଦ୍ରିଜା ।

Advertisment

ହେଲେ ଏତେସବୁ ଭିତରେ ଅଦ୍ରିଜା ଆଣିଥିବା ଅଭିଯୋଗକୁ ଅଧିକ ଖୋରାକ ଯୋଗାଇଛି ମେ ୧୩ ତାରିଖର ସିସିଟିଭି ଫୁଟେଜ୍ । ଯେଉଁଥିରେ ରହିଥିଲା ଅର୍କେଶ-ଅଦ୍ରିଜା ରହୁଥିବା ଡେରାଡୁନ୍ ଘରର ଭିଡିଓ । ଅଦ୍ରିଜାଙ୍କ ବାପାଙ୍କ ସହ ଅର୍କେଶଙ୍କ ଯୁକ୍ତିତର୍କ ଚାଲିଥିବା ଭିଡିଓରେ ଦେଖାଯାଇଛି । ଏହି ଘଟଣା ପରେ ଅଦ୍ରିଜା ନିଜ ସୁରକ୍ଷା ପାଇଁ ଉତ୍ତରାଖଣ୍ଡ ପୋଲିସଠୁ ବଲାଙ୍ଗିର ପୋଲିସ୍ ପର୍ଯ୍ୟନ୍ତ ଜଣାଇଥିଲେ ବି କେହି ସାହାଯ୍ୟ କରିନଥିଲେ। ଏମିତିକି ଗତ ୨୦୧୯ ନିର୍ବାଚନବେଳେ ସ୍ୱାମୀ ଅର୍କେଶଙ୍କ ନିର୍ବାଚନ ଲଢ଼ିବା ପାଇଁ ନିଜେ ଶ୍ୱଶୁର ବି ତାଙ୍କୁ ଟଙ୍କା ମାଗିଥିବା କହି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଦ୍ରିଜା ।

ଏଣେ ଅଦ୍ରିଜା ସିଂଦେଓ ଆଣିଥିବା ଏକାଧିକ ସଂଗୀନ ଅଭିଯୋଗ ଉପରେ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ କିମ୍ବା ଦେଢ଼ଶୂର କଳିକେଶ ନାରାୟଣଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ସ୍ୱାମୀ ଅର୍କେଶ କହିଛନ୍ତି, ‘୬ରୁ ୮ ମାସ ହେଲାଣି ଅଦ୍ରିଜା ତାଙ୍କ ପରିବାର ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଛନ୍ତି । ପୋଲିସ ସୁପାରିଶରେ ଉକ୍ତ ଘରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗେଇବାକୁ ଚେଷ୍ଟା କରି ବିଫଳ ହୋଇଛି । ଏ ସମ୍ପର୍କରେ ପୋଲିସକୁ ବି ଅବଗତ କରିଛନ୍ତି । ତିନି ଦିନ ତଳେ ଡେରାଡୁନ ଘରେ ଅଦ୍ରିଜାଙ୍କ ବାପା ଗୁଣ୍ଡା ଆଣି ମୋ ସହ ପାଟିତୁଣ୍ଡ କରିଥିଲେ। ତାସହ ଏମିତି କିଛି ଦାବି ରଖିଥିଲେ, ଯାହା ପୂରଣ କରିବା ଅସମ୍ଭବ। ଯେହେତୁ ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି, ତେଣୁ କୋର୍ଟରେ ବିଚାର କରିବାକୁ ଦିଅନ୍ତୁ’ ବୋଲି କହିଛନ୍ତି ଅର୍କେଶ ।

Advertisment

ଘଟଣା ଯାହା ହୋଇଥାଉନା କାହିଁକି ଅର୍କେଶ-ଅଦ୍ରିଜାଙ୍କ ଏ ହାଇ ପ୍ରୋଫାଇଲ୍ ରାଜା ଘର କଳିକୁ ନେଇ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ଇଏ ବଡ଼ ଘର ବଡ଼ ଗୁମର କଥା ।

BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ