Advertisment

କଟକ ଛତ୍ରବଜାର ଅର୍ବାନ ହାଟରେ ପିଣ୍ଡି ବଣ୍ଟନ ପ୍ରସଙ୍ଗ, ସିଏମସି କାଉନସିଲ୍ ବୈଠକରେ ହୋହଲ୍ଲା

ବିଜେପି କର୍ପୋରେଟର ସିଏମସିରେ ହୋଇଥିବା ଜମି ଜାଲିଆତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଜବାବ ମାଗିଥିଲେ। ସେହିପରି ବାଲିଯାତ୍ରାରେ ପ୍ରତିବର୍ଷ ଅସ୍ଥାୟୀ ଶୌଚାଳୟ ସ୍ଥାପନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁଣି ଚଳିତବର୍ଷ ୨୪ ଲକ୍ଷ ଟଙ୍କା ଖର୍ଚ୍ଚକରି ହେଉଥିବା ଶୌଚାଳୟ ସ୍ଥାପନକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଛି।

CMC Meeting

CMC Meeting

Advertisment

କଟକ ଛତ୍ରବଜାର ଅର୍ବାନ ହାଟରେ ପିଣ୍ଡି ବଣ୍ଟନ ପ୍ରସଙ୍ଗକୁ ନେଇ ତାତିଲେ କର୍ପୋରେଟର। ସିଏମସି କାଉନସିଲ୍ ବୈଠକରେ ହୋହଲ୍ଲା। କମିଟିର ନିଷ୍ପତ୍ତିକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଛି। ଘଟଣାରେ ସ୍ପଷ୍ଟୀକରଣ ମାଗିବା ସହ ବୈଠକରେ ସିଏମସି ମେୟର ଓ କମିଶନରଙ୍କୁ ଘେରାଉ କରିଛନ୍ତି କଂଗ୍ରେସ କର୍ପୋରେଟର। ପିଣ୍ଡି ବଣ୍ଟନରେ ସ୍ୱଚ୍ଛତା ରଖିବାକୁ ସିଏମସି ଏକ କମିଟି ଗଠନ କରିଥିଲେ ମଧ୍ୟ ମନଇଚ୍ଛା ପିଣ୍ଡି ଟୋକନ୍ ବାଣ୍ଟି ବ୍ୟବସାୟୀଙ୍କୁ ଅର୍ବାନ ହାଟରେ ବସାଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ କର୍ପୋରେଟର।

Advertisment

ସେପଟେ ବିଜେପି କର୍ପୋରେଟର ସିଏମସିରେ ହୋଇଥିବା ଜମି ଜାଲିଆତି ପ୍ରସଙ୍ଗ ଉଠାଇ ମେୟରଙ୍କୁ ଜବାବ ମାଗିଥିଲେ। ସେହିପରି ବାଲିଯାତ୍ରାରେ ପ୍ରତିବର୍ଷ ଅସ୍ଥାୟୀ ଶୌଚାଳୟ ସ୍ଥାପନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁଣି ଚଳିତବର୍ଷ ୨୪ ଲକ୍ଷ ଟଙ୍କା ଖର୍ଚ୍ଚକରି ହେଉଥିବା ଶୌଚାଳୟ ସ୍ଥାପନକୁ ବିରୋଧ କରି ପ୍ରବଳ ପାଟିତୁଣ୍ଡ ହୋଇଛି।

Odisha News Cuttack CMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ