Advertisment

ନବୀନ ଓଡ଼ିଶା ଆଳରେ ମୈଦାନକୁ ପ୍ରାର୍ଥୀଙ୍କୁ ଓହ୍ଲାଇଲା କି ବିଜେଡି ?

MP, MLAଙ୍କୁ ଛାଡ଼ି ଟିକେଟ୍ ଲବିରେ ଥିବା ୧୯ ନେତା ହେଲେ ସଂଯୋଜକ ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ଗେମ୍ ଚେଞ୍ଜର ବଦଳରେ ବୁମେରାଂ ହେବ କି ଆମ ଓଡ଼ିଶା ନବୀନ ଓଡ଼ିଶା ? ଯୋଜନା ଆଳରେ ମଇଦାନକୁ ପରୋକ୍ଷରେ ପ୍ରାର୍ଥୀଙ୍କୁ ଓହ୍ଲାଇଲା କି ବିଜେଡି? ସଂଯୋଜକ ପଦବି ପାଇଲେ ୨୪ ନିର୍ବାଚନ ପାଇଁ ଲବିରେ ଥିବା ନେତା। ଯୋଜନା ଆଳରେ କର୍ମୀ ଓ ଲୋକଙ୍କ ସହ ଆଗୁଆ ସଂପର୍କ ମଜଭୁତ କରିବାକୁ ଷ୍ଟ୍ରାଟେଜି।

Advertisment

ଆମ ଓଡିଶା ନବୀନ ଓଡିଶାର ଭଦ୍ରକ ଜିଲ୍ଲା ସଂଯୋଜକ ଦାୟିତ୍ବ ମିଳିଛି ଡାକ୍ତର ସଞ୍ଜୟ ଦାସଙ୍କୁ। ଧାମନଗର ବିଧାୟକ ଟିକଟ ପାଇଁ ବି ଲବିରେ ଅଛନ୍ତି ସଞ୍ଜୟ। ନିର୍ବାଚନମଣ୍ଡଳୀରେ ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ସଞ୍ଜୟଙ୍କୁ ଆଗରେ ଦେଖିବାକୁ ମିଳୁଛି। ଏମିତି କି ପଦଯାତ୍ରା ବେଳେ ଭଦ୍ରକ ସାଂସଦ ମୁକ୍ତିକାନ୍ତ ମଣ୍ଡଳ ତାଙ୍କୁ ପ୍ରାର୍ଥୀ ବୋଲି ମଧ୍ୟ ଘୋଷଣା କରିଥିଲେ।

ସେହିପରି କନ୍ଧମାଳ ବାଲିଗୁଡାର ପୂର୍ବତନ ବିଧାୟକ ରାଜୀବ ପାତ୍ର। ଗତଥର ତାଙ୍କ ଟିକେଟ କାଟି ସେଠାରୁ ଚକ୍ରମଣି କହଁରଙ୍କୁ ଟିକେଟ ଦେଇଥିଲା ଦଳ। ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ପଦରେ ଥାଇ ରାଜୀବ ଏବେ ବାଲିଗୁଡାରୁ ଆଶାୟୀ ରହିଛନ୍ତି। ଅନ୍ୟପଟେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବେ ଉପବାଚସ୍ପତି।

Advertisment

ଚର୍ଚ୍ଚା ହେଉଛି ହୁଏତ ଏଠି ବି ରାଜୀବଙ୍କୁ ସାମ୍ନାକୁ ଆଣିପାରେ ବିଜେଡି। ତେଣୁ ରାଜୀବଙ୍କୁ ଜିଲ୍ଲାର ଆମ ଓଡିଶା ନ ସଂଯୋଜକ ପଦବି ଦେଇ ସଙ୍ଗଠନ ସହ ସୁସଂପର୍କ ରଖିବାକୁ ଦଳ ଯୋଜନା କରିଥିବା କୁହାଯାଉଛି। ସେହିପରି ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଦାୟିତ୍ବ ମିଳିଛି ଭୁବନେଶ୍ବର ଲୋକସଭା ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କୁ। କୁହାଯାଉଛି ୨୪ରେ ସେ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇପାରନ୍ତି। ଏପରି ଲବିରେ ଥିବା ୧୯ ଜଣ ନେତାଙ୍କୁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଜିଲ୍ଲା ସଂଯୋଜକ ଭାବେ ମିଳିଛି ଦାୟିତ୍ବ।

ପ୍ରଶ୍ନ ଉଠୁଛି, ବିଧାୟକ ଓ ସାଂସଦମାନଙ୍କୁ ଛାଡି କାହିଁକି ସଂଗଠନରେ ଥିବା ଲୋକଙ୍କୁ ସଂଯୋଜକ ଭାବେ ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ ? ଏହା ପଛରେ କଣ ରହିଛି ଷ୍ଟ୍ରାଟେଜି? କୁହାଯାଉଛି ଏହି ପଦବି ସହ ସରକାରୀ କ୍ଷମତା ନେଇ ଏଣିକି ଜିଲ୍ଲାର ପ୍ରଶାସନିକ ବା ସରକାରୀ କାର୍ଯ୍ୟକ୍ରମରେ ବି ରହିପାରିବେ ପଦବିରେ ଥିବା ନେତା। ଏହା ସହ ପ୍ରକଳ୍ପ ଶୁଭାରମ୍ଭରୁ ନେଇ ଶେଷ ହେବା ଯାଏଁ ତଦାରଖ କରିବା କାର୍ଯ୍ୟ ଥିବାରୁ ଦଳୀୟ କର୍ମୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଗୁଆ ସଂପର୍କ ବୃଦ୍ଧି କରିବାରେ ସକ୍ଷମ ହେବେ। ତେବେ ନିଜ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ଓ ସାଂସଦମାନେ ସଂଯୋଜକମାନଙ୍କର ଉପସ୍ଥିତିକୁ ଗ୍ରହଣ କରିବେ ତ ?

Advertisment
Congress BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ