Dhamnagar MLA Bishnu Sethi passes away
୬୧ ବର୍ଷ ବୟସରେ ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ସମୟରେ ତାଙ୍କର ଦେହାନ୍ତ ହୋଇଛି। ବିଷ୍ଣୁ ସେଠୀଙ୍କ ପରଲୋକ ନେଇ ଏମ୍ସ ଆଡିସନାଲ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। କିଡନୀ ରୋଗରେ ପୀଡ଼ିତ ହୋଇ ମାସେ ହେଲା ସେ ICUରେ ଥିଲେ।
ବିଷ୍ଣୁ ସେଠୀଙ୍କ ପରଲୋକରେ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳଙ୍କଠୁ ଆରମ୍ଭ ବିଭିନ୍ନ ପାର୍ଟିର ନେତା ଓ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ‘ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରୁଛି।’
ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ରାଜ୍ୟପାଳ କହିଛନ୍ତି, ‘ବିଷ୍ଣୁ ସେଠୀ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଥିଲେ।’
ବିଷ୍ଣୁ ସେଠୀଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିବା ସହ ଟ୍ୱିଟ୍ କରି କହିଛନ୍ତି, ବିରୋଧୀ ଦଳ ଉପନେତା ଭାବରେ ବିଧାନସଭାରେ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରିବାରେ ତାଙ୍କର ବଳିଷ୍ଟ ଭୂମିକା ଥିଲା। ସେ ତ୍ରୈମାସିକ ସାହିତ୍ୟ ପତ୍ରିକା ଘାସଫୁଲର ସଂପାଦକ ଭାବରେ ମଧ୍ୟ ଲୋକପ୍ରିୟତା ଅର୍ଜନ କରିଥିଲେ।’
ବିଷ୍ଣୁ ସେଠୀଙ୍କ ବିୟୋଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ବିଜେପି ପାଇଁ ଅପୂରଣୀୟ କ୍ଷତି। ରାଜ୍ୟ ରାଜନୀତିରେ ତାଙ୍କ ଅବଦାନ ମନେ ରହିବ।’
ସେହିପରି ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବରଗଡ଼ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663563814.jpg)