Advertisment

ଜିତୁଛ ବୋଲି ଭାବନି ଯାହା ପାରିବ କରିବ: ସୌମ୍ୟ

ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା। ଏନେଇ ଆଜି ପୁରୀରେ ଦଳ ପାଳୁଛି ସିଲଭର ଜୁବ୍‌ଲି।

 BJD MLA Soumya Patnaik

BJD MLA Soumya Patnaik

Advertisment

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୌମ୍ୟ ପଟ୍ଟନାୟକ। ଧାମନଗର ଉପନିର୍ବାଚନ ପରାଜୟ ପରେ ଶିକ୍ଷା ଲାଭ କରିଛୁ। ମଝିରେ ମଝିରେ ଅତିବେଶି ସଫଳତା ମଣିଷକୁ ଅହଂକାରୀ କରିଦିଏ। ଜଗନ୍ନାଥ ଶିକ୍ଷା ଦେଲେ; ସବୁଥିରେ ଜିତୁଛ ବୋଲି ଭାବନି ଯାହା ପାରିବ କରିବ। ସଫଳତାରେ ଅହଂକାର କର ନାହିଁ, କୃତଜ୍ଞତା ପ୍ରକାଶ କରି ଆଗେଇ ଚାଲ। ଧାମନଗରରେ ଅହଂକାର ପାଇଁ ପଦ୍ମପୁରରେ କୃତଜ୍ଞତା ପ୍ରକାଶ କରି ପାପ ଧୋଇଲୁ ବୋଲି ସୌମ୍ୟ କହିଛନ୍ତି। 

Advertisment

ବିଜେଡିକୁ ଆଜି ୨୫ ପୂରି ୨୬ ଚାଲିଲା। ଏନେଇ ଆଜି ପୁରୀରେ ଦଳ ପାଳୁଛି ସିଲଭର ଜୁବ୍‌ଲି। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି। ଦଳର ବରିଷ୍ଠ ନେତା ଏଥିରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ବାର୍ତ୍ତା ଦେବେ। ଦୀର୍ଘ ୨୫ ବର୍ଷର ସଫଳତା ଅପେକ୍ଷା ଦଳକୁ ଏବେ ଘାରିଛି ଅନ୍ତଃ କନ୍ଦଳ ଚିନ୍ତା। ନିକଟରେ ଶେଷ ହୋଇଥିବା ଧାମନଗର ଉପନିର୍ବାଚନରେ ଗୋଷ୍ଠୀକନ୍ଦଳ ଯୋଗୁ ରାଜେନ୍ଦ୍ର ଦାସଙ୍କୁ ଟିକଟ ମିଳିଲା ନାହିଁ। ଆଉ ସେ ବିଦ୍ରୋହ କରି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ଦଳକୁ ବେଶ୍ ମହଙ୍ଗା ପଡିଲା।

କେବଳ ଏହି ଗୋଟିଏ ଘଟଣା ନୁହେଁ, କିଛି ଦିନ ପୂର୍ବରୁ ଠିକା କାମକୁ ନେଇ ବିଜେପୁର ନିର୍ବାଚନ ମଣ୍ଡଳୀରେ ଘଟିଥିଲା ତୁମୁଳକାଣ୍ଡ। ମୁହାଁମୁହିଁ ହୋଇଥିଲେ ମନ୍ତ୍ରୀ ରୀତା ସାହୁ ଓ ବିଧାୟକ ସୁଶାନ୍ତ ସିଂହଙ୍କ ଗୋଷ୍ଠୀ। ଏନେଇ ବିଜେଡି ବିଧାୟକ ସୌମରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ସବୁବେଳେ ସଫଳତା ପାଇଥିବାରୁ ଅଂହକାର ଆସିଥିଲା ଯାହାର ପରିଣାମ ଧାମନଗରରେ ପରାଜୟ ହେଲା। ଜଗନ୍ନାଥ ଆମକୁ ଶିକ୍ଷା ଦେଲେ...ସଫଳତାରେ ଅହଂକାର କରନାହିଁ। ତେଣୁ ଆମେ ଅହଂକାରକୁ ଛାଡ଼ି ନିର୍ବାଚନ ଲଢ଼ିବା ପରେ ପଦ୍ମପୁରରେ ବିଜୟ ହେଲା ବୋଲି ସୌମ୍ୟ ଦୋହରାଇଛନ୍ତି।

Advertisment

ଅନ୍ୟପଟେ ଦଳର ପ୍ରତିଷ୍ଠା ଦିବସରେ ଯୋଗଦେଇଛନ୍ତି ଦଳର ବରିଷ୍ଠ ନେତା ସଂଜୟ ଦାସବର୍ମା। ପ୍ରତିଷ୍ଠା ଦିବସ ପାଳନ ପ୍ରସ୍ତୁତି ଓ ପ୍ରେସମିଟ୍ ବେଳେ ଅନୁପସ୍ଥିତ ଥିବାରୁ ବେଶ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ସଂଜୟଙ୍କୁ ଯଦିଓ ସକ୍ରିୟ ଭୂମିକାରେ ଦେଖିବାକୁ ମିଳିନି, ତଥାପି ସେ ସାମିଲ ହୋଇଛନ୍ତି।

BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ