Advertisment

ଧାମନଗର ଉପନିର୍ବାଚନ: ବିଜେଡିର ଷ୍ଟ୍ରାଟେଜିରେ କେଉଁଠି ରହିଲା ଭୁଲ୍?

ବିଜେଡି ହାରିବା ପଛର ପ୍ରମୁଖ କାରଣ କଣ? ଆରମ୍ଭ ହୋଇଛି ଏହାର ପୋଷ୍ଟମର୍ଟମ୍।

undefined

Dhamnagar bypoll

Advertisment

ଧାମନଗରରେ ବିଜେପିର ବୃହତ୍ ବିଜୟ  ଧରାଶାୟୀ ହେଲା ବିଜେଡି। ବଡ଼ ପ୍ରଶ୍ନ, ନିର୍ବାଚନ ପରେ ନିର୍ବାଚନ ଜିତି ଆସୁଥିବା ବିଜେଡିର ଷ୍ଟ୍ରାଟେଜିରେ କେଉଁଠି ରହିଲା ଭୁଲ୍? ଖାସ୍ କରି ବାଇ-ଇଲେକ୍ସନ ଗୁଡ଼ିକରେ ଏକପାଖିଆ ଜିତୁଥିବା ଶଙ୍ଖ କାହିଁକି କାମୁଡିଲା ମାଟି? କେଉଁ କେଉଁ ଫ୍ୟାକ୍ଟରରୁ ଧାମନଗର ସିଟ୍ ବଜାୟ ରଖିଲା ବିଜେପି?

Advertisment

ବହୁ ଦିନ ପରେ ବିଜେଡିକୁ ବଡ଼ ଝଟକା। ପଂଚାୟତ ଓ ପୌର ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ୱେ ଧାମନଗରରେ ବ୍ୟାକଫୁଟରେ ରହିଲା ବିଜେଡି। ଦଳର କ୍ଷମତା କେନ୍ଦ୍ରକୁ ଶକ୍ତ ଧକ୍କା। ତେବେ ବିଜେଡି ହାରିବା ପଛର ପ୍ରମୁଖ କାରଣ କଣ? ଆରମ୍ଭ ହୋଇଛି ଏହାର ପୋଷ୍ଟମର୍ଟମ୍। ପ୍ରମୁଖ କାରଣ ମଧ୍ୟରେ ରହିଛି...

୧. ବିଜେଡିର ଭୁଲ୍ ପ୍ରାର୍ଥୀ ଚୟନ: ଟିକଟ୍ ବାଣ୍ଟିବା ବେଳେ ରାଜେନ୍ଦ୍ର ଦାସଙ୍କୁ ଶେଷ ପର୍ଯ୍ୟନ୍ତ ଝୁଲାଇ ରଖି ଶେଷରେ ଅବନ୍ତୀ ଦାସଙ୍କୁ ଦିଆଯାଇଥିଲା ଶଙ୍ଖ ଟିକଟ୍। ଯାହା ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ପ୍ରଥମ ଦିନରୁ ହିଁ ଚର୍ଚ୍ଚା ହେଉଥିଲା। ଆଉ ଶେଷରେ ତାହା ହିଁ ହୋଇଛି।

Advertisment

୨. ସୂରଜଙ୍କ ପ୍ରତି ଅନୁକମ୍ପା ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ଥିବା ଅଣ୍ଡର କରେଣ୍ଟକୁ ବିଜେଡି ମାପି ପାରିଲାନି ବୋଲି କୁହାଯାଉଛି। ସେହି କାରଣରୁ ମାତ୍ର ୨ଟି ରାଉଣ୍ଡକୁ ଛାଡ଼ି ଦେଲେ ଅନ୍ୟ ସବୁ ରାଉଣ୍ଡରେ ଲିଡ୍ ନେଇଥିଲେ ସୂରଜ।

୩. ନିର୍ବାଚନ ସମୟରେ SHGମାନେ ଟଙ୍କା ବାଣ୍ଟି ଧରା ପଡିବା ଭୁଲ ବାର୍ତ୍ତା ଦେଲା। ଏଭଳି ମାଳ ମାଳ ଭାଇରାଲ୍ ଭିଡିଓ ଘୁରି ବୁଲିବା ବିଜେଡିକୁ ମହଙ୍ଗା ପଡ଼ିଥିବା କୁହଯାଉଛି।

Advertisment

୪. ଯାଜପୁର ନେତାଙ୍କ ହାକିମାତି ଏବଂ ଯାଜପୁର-ଭଦ୍ରକ ଭିତରେ ଥିବା ଫିଲିଙ୍ଗ।

୫. ଭଦ୍ରକରେ ପ୍ରସ୍ତାବିତ ମେଡିକାଲ କଲେଜକୁ ଯାଜପୁରକୁ ନେଇଯିବା।

୬. ବନ୍ୟା ପାଇଁ ଯାଜପୁରର ତଥାକଥିତ ଷଡ଼ଯନ୍ତ୍ର ଅଭିଯୋଗ।

୭. ବରିଷ୍ଠଙ୍କୁ ବାଦ୍ ଦେଇ କାର୍ପଟଦାରମାନେ ନିର୍ବାଚନ ପରିଚାଳନା କରିବା ବିଜେଡିକୁ ମହଙ୍ଗା ପଡିଥିବା ଚର୍ଚ୍ଚା ହେଉଛି

ଏବେ ନଜର ପକାନ୍ତୁ ବିଜେପି ବିଜୟର ପ୍ରମୁଖ କାରଣ ଉପରେ:-
୧. ଅନୁକମ୍ପା: ଉଚ୍ଚ ଶିକ୍ଷିତ ତଥା ଯୁବ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ଅନୁକମ୍ପା 
୨. ମଜଭୁତ୍ ସଙ୍ଗଠନ 
୩. ପୁରୁଣା ଭୁଲ୍ ସଜାଡ଼ି ଧାମନଗର ପାଇଁ ଦଳର ସ୍ୱତନ୍ତ୍ର ରଣନୀତି
୪. ଖୋଦ୍ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଧାମନଗର ଯାଇ ଦିବଙ୍ଗତ ନେତା ବିଷୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା
୫. ଅନ୍ୟ ରାଜ୍ୟଗୁଡ଼ିକରେ ବିଜେପି ଯେପରି ସବୁ ସାମର୍ଥ୍ୟ ଲଗାଇ ନିର୍ବାଚନ ଲଢ଼େ, ଧାମନଗରରେ ସେହି ଫର୍ମୁଲା ଆପଣାଇବା
୬. ଫୋକସ୍‌ଡ କ୍ୟାଂପେନ୍, ସରକାର ବିରୋଧୀ ମାହୋଲ ବନାଇ ପ୍ରକୃତ ପ୍ରସଙ୍ଗ ଲୋକଙ୍କ ପାଖକୁ ନେବାରେ ସଫଳ ହେବା
୭. ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବା

ତେବେ ବିଜେଡିର ଏହି ପରାଜୟ ଲାଗି ଦାୟୀ କିଏ, କାହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ। ବିଜେଡି ସୁପ୍ରିମୋ ତାକୁ ଅପେକ୍ଷା।

(ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ