Advertisment

ମୁଖ୍ୟମନ୍ତ୍ରୀଙ୍କ ନାଁରେ ନୋଟ୍ ଅଫର୍: ଅଧିକ ଭୋଟ୍ ଦେଇଥିବା ପଞ୍ଚାୟତକୁ କୋଟିଏ

ନିର୍ବାଚନର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Dhamnagar bypoll

Dhamnagar bypoll

Advertisment

ଭୋଟ୍ ପାଇଁ ନୋଟ୍। ଅଧିକ ଭୋଟ୍ ଦେଉଥିବା ପଞ୍ଚାୟତକୁ କୋଟିଏ। ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଅଫର। କାଲି ଏସ୍ଏଚଜି ସଦସ୍ୟାଙ୍କ ଭାଇରାଲ୍ ଟଙ୍କା ବଣ୍ଟା ଭିଡିଓ।ପ୍ରଚାର ଲଢ଼େଇ ଭିତରେ ଧାମନଗର ଜିତିବାକୁ ଅଫର୍ ପରେ ଅଫର...ଯେମିତି ଟଙ୍କା ବର୍ଷୁଛି ଧାମନଗରରେ...। ଏ ଅଫର ଥିଲା ରାଧାବଲ୍ଲଭପୁର ପଞ୍ଚାୟତ ବିଜେଡି କର୍ମୀ ସମ୍ମିଳନୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ, ରାଜ୍ୟସଭା  ସାଂସଦ ସୁଲତା ଦେଓ, ଖଦିଗ୍ରାମ୍ୟ ବୋର୍ଡର ଅଧ୍ୟକ୍ଷା ସଂଗ୍ରାମ ପାଇକରାୟ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଚାଲିଥିଲା ବୈଠକ। ଏତିକିବେଳେ ବିଜେଡି କର୍ମୀ ଜୟନ୍ତ ଭୋଇ କହିଥିଲେ- ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେଉଁ ପଂଚାୟତ ଅଧିକ ଭୋଟ ଦେବ ସେଇ ପଂଚାୟତକୁ କୋଟିଏ ଟଙ୍କା ଦିଆଯିବ। ଆଉ ଏ ମନ୍ତବ୍ୟ ଉପରେ ଆଜି ସ୍ପଷ୍ଟୀକରଣ ଦେଇ ଜୟନ୍ତ କହିଛନ୍ତି କିଛି ମନ୍ଦ ଉଦ୍ଦେଶ୍ୟ ନୁହେଁ ଗାଁର ବିକାଶ ପାଇଁ ଏମିତି କହିଥିଲି।

Advertisment

ଆଉ ଏପଟେ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଦଳୀୟ କର୍ମୀଙ୍କ ଏ ମନ୍ତବ୍ୟକୁ ନେଇ ଭୋଟ୍ ପାଇଁ ଶେଷରେ ମୁଖ୍ୟମନ୍ତ୍ରୀ ବି ପ୍ରଲୋଭନ ଦେଖାଉଥିବା ଅଭିଯୋଗ କରି ବିଜେଡିକୁ ଘେରିଛନ୍ତି, ନିର୍ବାଚନର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି। ଏପଟେ ଭୋଟ୍ ଗ୍ରହଣ ତାରିଖ ପାଖେଇ ଆସୁଥିବାରୁ ପ୍ରଚାର ଅଭିଯାନ ବି ତେଜିଛି। ଧାମନଗର ବ୍ଲକ୍‌ର ଅସୁରାଳି ଜୋନରେ ବିଜେପି ପାଇଁ ଆଜି ପ୍ରଚାରର ମଙ୍ଗ ଧରିଥିଲେ ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ। ସେଇ ପଂଚାୟତରେ ବିଜେଡି ବିଧାୟକ ଅମର ଶତପଥୀ ବି ବିଜେଡି ପାଇଁ ପ୍ରଚାର କରିଛନ୍ତି। ତିହିଡି ବ୍ଲକର ବିିଭିନ୍ନ ପଂଚାୟତରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଓ ସେଇ ବ୍ଲକର ବିଭିନ୍ନ ପଂଚାୟତରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବି ଜୋରଦାର ପ୍ରଚାର କରିଛନ୍ତି। 

ଆଗକୁ ମୈଦାନକୁ ହେଭିେଓ୍ୱଟ୍ କୁଦିବାର ସମ୍ଭାବନା ରହିଛି। ୨୭ ଓ ୨୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ ପ୍ରଚାର କରିବାକୁ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର ମୈଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି। ଅପରପକ୍ଷେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ ତୁଙ୍ଗ ନେତା ବି ପ୍ରଚାରକୁ ଆସିବେ। 

Advertisment

(ଭଦ୍ରକରୁ ପାର୍ଥସାରଥୀ ନାୟକ ଓ ଭୁବନେଶ୍ୱରରୁ ଜଗଦିଶ ଦାସ ଓ ହରିହର ଚାନ୍ଦଙ୍କ ରିପୋର୍ଟ) 

BJD BJP Congress Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ