Advertisment

ଖୁବ୍‌ଶୀଘ୍ର ଧାମନଗର ଉପନିର୍ବାଚନ, ଘୋଷଣା ହେଲା ତାରିଖ

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ତାରିଖରେ ହେବ ମତଦାନ। ଅକ୍ଟୋବର ୭ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ଅଦ୍ୟତନ ହୋଇଛି
dham nagar by election

dham nagar by election

Advertisment

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

Advertisment

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ,  ନଭେମ୍ବର ୩ ତାରିଖରେ ହେବ ମତଦାନ। ଅକ୍ଟୋବର ୭ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାନଙ୍କ ଭରିବାର ଶେଷ ତାରିଖ ରହିଛି ଅକ୍ଟୋବର ୧୪।  ୧୫ ତାରିଖ ନାମାଙ୍କନ ପତ୍ର ଯାଞ୍ଚ ଏବଂ ଅକ୍ଟୋବର ୧୭ ପ୍ରାର୍ଥପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଛି। ନଭେମ୍ବର ୩ ତାରିଖ ମତଦାନ ଏବଂ ୬ ତାରିଖ ଭୋଟ ଗଣତି କରାଯିବ। । ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଓଡ଼ିଶା ଧାମନଗର ସହିତ ଭାରତର ୭ଟି ସ୍ଥାନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଏହି ସ୍ଥାନଗୁଡିକ ହେଲା, ମହରାଷ୍ଟ୍ରର ଅନ୍ଧେରୀ ଇଷ୍ଟ, ବିହାରର ମୋକାମା ଏବଂ ଗୋପାଲଗଞ୍ଜ, ହରିୟାଣାର ଆଦମପୁର, ତେଲେଙ୍ଗାନର ମୁନୁଗୋଡେ ଏବଂ ଉତ୍ତର ପ୍ରଦେଶର ଗୋଲା ଗୋକ୍ରନ୍ନାଥ।

Advertisment

ଏଠି କହିରଖିବୁ, ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କର ସେପ୍ଟେମ୍ବର ୧୯ ତାରିଖ ପରଲୋକ ହୋଇଥିଲା। ବିଷ୍ଣୁ ସେଠୀଙ୍କ ଦେହାନ୍ତକୁ ସପ୍ତାହେ ବିତିବା ପୂର୍ବରୁ  ଉପନିର୍ବାଚନକୁ ନେଇ ସରଗରମ ହୋଇଥିଲା ରାଜନୀତି । ଧାମନଗର ନିର୍ବାଚନ ମଣ୍ଡଳୀ ଦଖଲ ଲାଗି ବିଜେଡି ଓ କଂଗ୍ରେସ ରଣନୀତି ଆରମ୍ଭ କରି ଦେଇଥିଲେ ।  ଏହାକୁ ବିଜେପି ପକ୍ଷରୁ ସେତେବେଳେ ନିନ୍ଦା କରାଯାଇଥିଲା।

Dhamnagar MLA Bishnu Sethi Dhamnagar Bypoll Dhamnagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ