Advertisment

ସାଲୁଗା ପ୍ରଧାନ ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ, ଦାଖଲ କଲେ ନାମାଙ୍କନ ପତ୍ର

ଉପବାଚସ୍ପତି ପ୍ରାର୍ଥୀ ନେଇ ସାଲୁଗା ପ୍ରଧାନଙ୍କ ନାମାଙ୍କନ ଦାଖଲ କରିଛନ୍ତି

ଅଦ୍ୟତନ ହୋଇଛି
Odisha Assembly Deputy Speaker Election

Saluga Pradhan

Advertisment

ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ଜି.ଉଦୟଗିରିରୁ ଦୁଇ ଥରର ବିଧାୟକ ସାଲୁଗାଙ୍କ ନାଁ ଘୋଷଣା କରି ବିଜେଡି ଖେଳିଛି ଆଦିବାସୀ କାର୍ଡ । ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ ।

Advertisment

ନାମାଙ୍କନ ଦାଖଲ ପରେ ସାଲୁଗା ପ୍ରଧାନଙ୍କ ନିଜର ପ୍ରତିକ୍ରିୟା ରଖିଛନ୍ତି । ଶାସକ ଓ ବିରୋଧୀ ଦଳର ମତାମତକୁ ସମ୍ମାନ ଦେବି ବୋଲି କହିଛନ୍ତି । ଏହାସହ ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବି । ତେବେ ବିଜେଡି ଆଦିବାସୀ କାର୍ଡ ଖେଳିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ମୁଁ ଦୁଇ ଥରର ବିଧାୟକ, ମୋର ଯୋଗ୍ୟତା ଥିବା ସେ ପ୍ରକାଶ କରିଛନ୍ତି । 

ସେପଟେ ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ ଲାଗି ଆଜି ହେବ ନାମାଙ୍କନ ଦାଖଲ। ଆସନ୍ତାକାଲି ନିର୍ବାଚନ ହେବ। ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ।..

Advertisment

ଅନ୍ୟପଟେ ଆସନ୍ତାକାଲି ଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହାପୂର୍ବରୁ ଆଜି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଆଉ କିଛି ସମୟ ପରେ ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକରେ ସବିଶେଷ ଭାବେ ଆଲୋଚନା କରାଯିବ ।

Advertisment
BJD Deputy Speaker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ