Advertisment

Deputy CM's Report Card: ରିପୋର୍ଟ କାର୍ଡ ମାଗିଥିଲେ ସମୀର, ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ

ବର୍ଷକରେ କେତେ ଉନ୍ନତି ହୋଇଛି ତାହାର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀଙ୍କୁ ଟାର୍ଗେଟ୍ କରି ଗତକାଲି ହିସାବ ମାଗିଥିଲେ ନିମାପଡ଼ା ପୂର୍ବତନ ବିଧାୟକ ସମୀର ଦାସ । ଗୋଟି ଗୋଟି କରି ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ ।

ଅଦ୍ୟତନ ହୋଇଛି
Deputy CM's Report Card

Deputy CM's Report Card

Advertisment

ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । 'ଉତ୍କର୍ଷ ନିମାପଡ଼ା ସମ୍ମିଳନୀ'ରେ ବର୍ଷକର ରିପୋର୍ଟ କାର୍ଡ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ନିର୍ବାଚନ ବେଳେ କଥା ଦେଇଥିଲି, ଅଫିସର୍ ଆପଣଙ୍କ ଦାଣ୍ଡକୁ ଯିବେ ।  ୧୧ଟି ବିଭାଗର ୩୩ ଜଣ ଅଫିସର୍‌ଙ୍କୁ ସାମ୍ନାରେ ଆଣିଛି । ଜଳ ନିଷ୍କାସନ, ରାସ୍ତା ନିର୍ମାଣ ଓ ପାନୀୟ ଜଳ ପ୍ରକଳ୍ପ ଏହାର ଉଦାହରଣ । ପାନୀୟ ଜଳ କ୍ଷେତ୍ରରେ ୨୧୩ କୋଟି ବ୍ୟୟ କରାଯାଇଛି । ୧୭ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗ ରଥ ପ୍ରଦାନ କରାଯାଇଛି।"

Advertisment

ସୂଚନାଯୋଗ୍ୟ, ନିମାପଡ଼ା ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ସମୀର ଦାସ ଶତାଧିକ କର୍ମୀଙ୍କୁ ନେଇ ନିମାପଡାର ଏକ ରାସ୍ତା ଉଦଘାଟନ କରି ପରୋକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା ।  ବର୍ଷେ ଧରି ଉପମୁଖ୍ୟମନ୍ତ୍ରୀ ଯେଉଁ ପ୍ରକଳ୍ପ ଉଦଘାଟନ କରୁଛନ୍ତି ସବୁ ଗତ ୨୦୨୨-୨୩ ମସିହା ସମୟର ବୋଲି କହିଥିଲେ ସମୀର ।

ଏବେ ସେ ନିମାପଡାର ବିଧାୟିକା, ପୁଣି ସରକାରର ଗୁରୁତ୍ବପୂର୍ଣ୍ଣ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଛନ୍ତି, ତେଣୁ ସେ ନିମାପଡାର ବିକାଶ ୪ ବର୍ଷ ଭିତରେ କ‘ଣ କରୁଛନ୍ତି ଓ କିଭଳି କରୁଛନ୍ତି ଆମେ ସବୁ ଅପେକ୍ଷା କରିଛୁ ବୋଲି ପ୍ରଭାତୀ ପରିଡାଙ୍କୁ ଖୋଲା ଆହ୍ବାନ ଦେଇଥିଲେ । ଅନ୍ୟପଟେ ସମୀରଙ୍କ ଆହ୍ୱାନ ପରେ ଜବାବ ରଖି ଉପମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ କ'ଣ କରିଛି ନକରିଛି ତାହା ଲୋକେ ଜାଣିଛନ୍ତି । ଆଜି ନିଜ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେପଟେ ବିଜେପି ମୁଖପାତ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ଘଟଣାକୁ ନେଇ ଜୋର ଧରିଛି ରାଜନୀତି । 

Advertisment

ଅଧିକ ପଢନ୍ତୁ: ସମୀର ମାଗୁଛନ୍ତି ପ୍ରଭାତୀଙ୍କ ରିପୋର୍ଟ !

Samir Dash Deputy Chief Minister Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ