Advertisment

ବବିଙ୍କ ସରକାରୀ ଘରେ ଭଙ୍ଗାରୁଜା, ଅଣ୍ତରଗ୍ରାଉଣ୍ତରେ ଚାଲିଥିଲା କ'ଣ ?

ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଭଙ୍ଗାରୁଜା ଚାଲିଛି । ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା, ସେ ନେଇ ଖୋଳତାଡ଼ ଚାଲିଛି।

ଅଦ୍ୟତନ ହୋଇଛି
Demolition Activity At ex BJD MLA Pranab Prakash Das Govt Quarters In Bhubaneswar.

Odisha Politics

Advertisment

ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଚାଲିଛି ଭଙ୍ଗାରୁଜା । ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା, ସେ ନେଇ ଖୋଳତାଡ଼ ଚାଲିଛି।  ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଇଛି । ଅଣ୍ତର୍ ଗ୍ରାଉଣ୍ତରେ ପାଖାପାଖି ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ୁଛି ।

Advertisment

ପ୍ରଥମ ମହଲାରେ ବୈଠକ ହେଉଥିବା ବେଳେ ଦ୍ୱିତୀୟ ମହଲାରେ ବବିଙ୍କ ଥଇଲା ରୁମ୍ । ଏହା ସହ ତୃତୀୟ ମହଲାରେ ଦଳୀୟସାମଗ୍ରୀ ରହିଥିବା କୁହାଯାଉଛି । ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା? ଏହି ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି ? ପ୍ରମାଣ ନଷ୍ଟ ପାଇଁ ବର୍ତ୍ତମାନ ଚାଲିଛି କି ଭଙ୍ଗାରୁଜା ? ଏସବୁକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

Advertisment

ତେବେ ଏସବୁକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ୧୦ ରୁ ଉର୍ଦ୍ଧ୍ୱ ଶ୍ରମିକ ମିଶି ଘର ଭାଙ୍ଗୁଥିବା ଜଣାପଡ଼ୁଛି । ଯେହେତୁ ବବି ଦାସ ବର୍ତ୍ତମାନ କୌଣସି ପଦପଦବୀରେ ନାହାଁନ୍ତି, ତାଙ୍କୁ ସେ ଘର ମଧ୍ୟ ଛାଡ଼ିବାକୁ ପଡ଼ିପାରେ । ଏଣୁ ସେ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କ୍ୱାର୍ଟର ଭାଙ୍ଗୁଥାଇପାରନ୍ତି ବୋଲି ସୂଚନା ମିଳୁଛି । ଏଠି ଅନେକ ପ୍ରକାର ବୈଠକ ବସୁଥିଲା । ବିଭିନ୍ନ ପ୍ରକାର ଦଳୀୟ ଆଲୋଚନା ମଧ୍ୟ ଚାଲୁଥିଲା । ତେବେ ଭଙ୍ଗାରୁଜା ପରେ ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିବାରେ ଲାଗିଛି।

ସରକାରୀ ଭାବେ ବବିଙ୍କ ଘର ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ତେବେ ଏତେଗୁଡ଼େ କାମ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପଟେ ବବି ଦାସ କହିଛନ୍ତି ଯେ, ସରକାରୀ କ୍ୱାର୍ଟସ ଯେଉଁଭଳି ଭାବେ ନିଆଯାଇଥାଏ, ସେହିପରି ଫେରାଇବାକୁ ହୁଏ । ଏଣୁ ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ ଘର ଭଙ୍ଗାଯାଉଛି ବୋଲି ସେ କହିଛନ୍ତି।

Advertisment

ତେବେ ସବୁଠୁ ବଡ଼ କଥା ହେଉଛି, କାଳେ ଘଟଣା ସଂପର୍କରେ ପ୍ରଘଟ ହୋଇଯିବ, ସେ ଦୃଷ୍ଟିରୁ ଭିତର ପଟୁ ଗେଟ୍‌ରେ ତାଲା ପକାଇ ଭଙ୍ଗାରୁଜା ଚାଲିଛି । ତେବେ ମୁଖ୍ୟ ସରକାରୀ ଘର ଛାଡ଼ି ଭିତରେ ହୋଇଥିବା ନିର୍ମାଣ ଭଙ୍ଗା ଯାଉଛି । ଏହା ସହ ଅଣ୍ତରଗ୍ରାଉଣ୍ତ ଘର ସହ ତିନି ମହଲା କୋଠା ମଧ୍ୟ ଭାଙ୍ଗି ଦିଆଯାଇଥିବା ଜଣା ପଡ଼ିଛି । ନିର୍ମାଣ ହୋଇଥିବା ସୁଇମିଂ ପୁଲ ଓ ରୁଫ୍ ଟଫ୍ କଟେଜ୍‌କୁ ମଧ୍ୟ ଭାଙ୍ଗି ଦିଆଯାଇଛି । କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା ? ପ୍ରମାଣ ନଷ୍ଟ ପାଇଁ ବର୍ତ୍ତମାନ ଚାଲିଛି କି ଭଙ୍ଗାରୁଜା ? ଏସବୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଧିରେ ଧିରେ ଘଟଣା ଉପରୁ ପରଦା ହଟିଲେ ସବୁ କଥା ପଦାକୁ ଆସିବ।

ଅଧିକ ପଢ଼ନ୍ତୁ: ମହାଘୋଟାଲା ପାଇଁ ଚାଲିଛି କି ମସୁଧା!! ଧାନ ସଂଗ୍ରହ ନାଁରେ ଦୁର୍ନୀତି ଷଡ଼ଯନ୍ତ୍ରର ଗନ୍ଧ

BJD MLA Odisha Politics Pranab Prakash Das Bobby Das Demolition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ