Advertisment

ଜୋର୍ ଧରିଲା ଜାତିଭିତ୍ତିକ ଜନଗଣନା, ବିଧାନସଭାରେ ସଂକଳ୍ପ ପାରିତ

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ବିଜେଡିର ସଂସଦୀୟ ଦଳ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ସେହିପରି ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଯାଇଥିଲା। ବିଜେଡିର ଦାବି ହେଲା, ଏ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ।

Odisha Assembly

Odisha Assembly

Advertisment

ଭୁବନେଶ୍ୱର: ପୁଣିଥରେ ଜୋର୍ ଧରିଲା ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦%ରୁ ବଢ଼ାଇବା ଦାବି। ଆଜି ବିଧାନସଭାରେ ଏ ସଂପର୍କିତ ସଂକଳ୍ପ ପାରିତ ହୋଇଛି। ଏସ୍‌ସି-ଏସ୍‌ଟି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସଂକଳ୍ପ ଆଗତ କରିଥିଲେ। ବିରୋଧୀଙ୍କ ହୋହଲ୍ଲା ଓ ପାଟିତୁଣ୍ଡ ଭିତରେ ଗୃହରେ ସଂକଳ୍ପ ପାରିତ ହୋଇଥିଲା। ଏହାପରେ ବିଧାନସଭା ପକ୍ଷରୁ ସଂକଳ୍ପଟିକୁ ରାଜ୍ୟ ଓବିସି କମିଶନ୍‌ଙ୍କ ନିକଟକୁ ପଠାଯିବ। କମିଶନ୍ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ।

Advertisment

ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ବିଜେଡିର ସଂସଦୀୟ ଦଳ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ସେହିପରି ବିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଯାଇଥିଲା। ବିଜେଡିର ଦାବି ହେଲା, ଏ ବ୍ୟବସ୍ଥା ଦ୍ୱାରା ପଛୁଆ ବର୍ଗଙ୍କୁ ସାମାଜିକ ନ୍ୟାୟ ମିଳିବ। ତେବେ ଏ ସଂପର୍କିତ ସଂକଳ୍ପ ଉପରେ ଆଲୋଚନା ବେଳେ ବିରୋଧୀ କଂଗ୍ରେସ୍ ଓ ବିଜେପି ଅନୁପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆଜି ଗୃହରେ ଉଚ୍ଚଶିକ୍ଷା ଫଳାଫଳ ଓ ଆର୍ଥିକ କ୍ଷେତ୍ର ସଂପର୍କିତ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପନ କରିଥିଲେ। ଏହାପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଦିଆଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ପୌର ଏବଂ ପଞ୍ଚାୟତ ସଂଶୋଧନ ବିଲ୍ ସମେତ ମୋଟ୍ ୧୩ଟି ବିଲ୍ ପାରିତ ହୋଇଛି।

Advertisment
Odisha News Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ