Advertisment

୧୬ଟି ହାତୀରେ ବୋହି ଆଣିଥିବା ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ?

ଶ୍ରୀମନ୍ଦିର ରତ୍ନଭଣ୍ଡାର କେବଳ ବାହାର,ମଝି କି ଭିତର ଭଣ୍ଡାରରେ ସୀମିତ ନୁହେଁ, ଏଥିରେ ଆହୁରି ଦୁର୍ଭେଦ୍ୟ କୋଠରୀ ରହିଛି।

Ratna Bhandar

Ratna Bhandar

Advertisment

ଦେଶ ପରାଧୀନବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି ହୋଇପାରିଲା, ହେଲେ ଏକବିଂଶ ଶତାବ୍ଦୀରେ ସମ୍ଭବ ହେଉନି। ଭକ୍ତଙ୍କଠୁ ଗଜପତିଙ୍କ ଯାଏ ସମସ୍ତେ ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ଦାବି କଲେଣି, ହେଲେ ସରକାରଙ୍କ ନିଦ ଭାଙ୍ଗୁନି। ତେଣେ ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତ କହିଲେଣି ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବା ଓ ଡ୍ଯୁପ୍ଲିକେଟ ଚାବି ମିଳିବା ପୁରା ନାଟକ ଥିଲା। ଆଉ ଏସବୁ ଭିତରେ ଶ୍ରୀମନ୍ଦିର ଗବେଷକ ରତ୍ନଭଣ୍ଡାର ସମ୍ପର୍କରେ ଦେଇଛନ୍ତି ଅନେକ ଚମକପ୍ରଦ ତଥ୍ୟ।

Advertisment

୧୯୭୮ ମସିହାରେ ଗଣତି ଅଳଙ୍କାର ତାଲିକାରେ ନାହିଁ ଦୁର୍ଲଭ ରଘୁନାଥ ବେଶର ଆଭୂଷଣ ହିସାବ। ଗଜପତି କପିଳେନ୍ଦ୍ର ଦେବ ୧୬ଟି ହାତୀରେ ବୋହି ଆଣିଥିବା ରତ୍ନ ଅଳଙ୍କାରମାନ କେମିତି ଅଛି ? ଗଜପତିମାନଙ୍କ ଦ୍ୱାରା ବିଭିନ୍ନ ସମୟରେ ପରାଜିତ ରାଜାଙ୍କ ମୁକୁଟର ସଠିକ୍ ହିସାବ ଅଛି ଚ? ଯେଉଁ ସମୟରେ ମହାପ୍ରଭୁ ଜଗନ୍ନାଥଙ୍କ ଭଣ୍ଡାର ଘର ଖୋଲି ଅଳଙ୍କାର ଯାଞ୍ଚ ସହ ଗଣତି ଓ ମଣତି ପାଇଁ ଖୋଦ୍ ଗଜପତି, ସେବାୟତ ଓ ଭକ୍ତ ଦାବି କରୁଛନ୍ତି-ସେତେବେଳେ ଏସବୁ ପ୍ରଶ୍ନ ପଚାରି ଶ୍ରୀମନ୍ଦିର ଐତିହ୍ୟ ଗବେଷକ ଡକ୍ଚର ସୁରେନ୍ଦ୍ର ମିଶ୍ର ଓଟିଭିକୁ ଦେଇଛନ୍ତି ଆହୁରି କିଛି ରୋଚକ ତଥ୍ୟ।

ସୁରେନ୍ଦ୍ର ମିଶ୍ର କହିଛନ୍ତି-୧୯୭୮ ମସିହାରେ ଗଣତି ବେଳେ ଠାକୁରଙ୍କର ୫୯୭ ପ୍ରକାର ଅଳଙ୍କାରର ତାଲିକା ପ୍ରକାଶ ପାଇଛି। ହେଲେ ତାହା ଆଂଶିକ, ପୂର୍ଣ୍ଣାଙ୍କ ନୁହେଁ କାରଣ ଏଥିରେ ୧୯୦୫ ମସିହାର ଅତିଦୁର୍ଲଭ ରଘୁନାଥ ବେଶ ଅଳଙ୍କାର ମଧ୍ୟରୁ ଗୋଟେ ବି ଉଲ୍ଲେଖ ନାହିଁ। ତାସହ ଉତ୍କଳର ପରାକ୍ରମୀ ଗଜପତିମାନେ ପ୍ରାୟ ୪୬ଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କ ମୁକୁଟ ରତ୍ନଭଣ୍ଡାରରେ ରଖିଥିଲେ, ଯେଉଁଥିରୁ ୩୪ଟିର ତଥ୍ୟ ଥିବାବେଳେ ବାକି ୧୨ଟିର ହିସାବ ନାହିଁ। ଏମିତିକି ଦେଶ ପରାଧୀନ ଥିବାବେଳେ ଅର୍ଥାତ୍ ୧୯୨୬ ମସିହାରେ ଠାକୁରଙ୍କ ଅଳଙ୍କାର ଗଣତି ହୋଇ ତାଲିକା ଜଉମୁଦ ସହ ସେତେବେଳର ଜିଲ୍ଲାପାଳଙ୍କ ଟ୍ରେଜେରୀରେ ଦାଖଲ ହୋଇଥିଲା ହେଲେ ତାହା ସାର୍ବଜନୀନ ହୋଇନାହିଁ। ସୁରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର କେବଳ ବାହାର,ମଝି କି ଭିତର ଭଣ୍ଡାରରେ ସୀମିତ ନୁହେଁ, ଏଥିରେ ଆହୁରି ଦୁର୍ଭେଦ୍ୟ କୋଠରୀ ରହିଛି। ଏମିତିକି ୧୯୮୫-୮୬ ମସିହାରେ ଚେନ୍ନାଇରୁ କିଛି ଜହୁରୀ ବା ବଣିଆ ଠାକୁରଙ୍କ ରତ୍ନ ଅଳଙ୍କାର ସବୁର ମୂଲ୍ୟାୟନ ପାଇଁ ଆସିଥିଲେ, ହେଲେ ଆକଳନ କରିବାରେ ଅସମର୍ଥ ହୋଇଥିଲେ।

Advertisment

ତେଣୁ ଏଠି ପ୍ରଶ୍ନ ଦେଶ ପରାଧୀନ ଥିବାବେଳେ ରତ୍ନଭଣ୍ଡାର ଖୋଲାଯାଇ ଠାକୁରଙ୍କ ଅଳଙ୍କାର ଗଣତି ହୋଇପାରିଲା। ହେଲେ ଏବେ ଏକବିଂଶ ଶତାବ୍ଦୀରେ ତାର ସଠିକ୍ ହିସାବ କି ଆକଳନ ହୋଇପାରୁନି ? ଏମିତିକି ରତ୍ନଭଣ୍ଡାର ଭିତରକୁ ପ୍ରବେଶ ମଧ୍ୟ ସମ୍ଭବ ହୋଇ ପାରୁନି ? ଭଣ୍ଡାର ଘର ସ୍ଥିତି ଦୁର୍ବଳ, ପାଣି ଗଳୁଛି ବୋଲି ଖୋଦ୍ ଭଣ୍ଡାର ମେକାପ ବାରମ୍ବାର କହି ଆସୁଥିଲେ ବି ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି। ତେବେ ଗତ ୬ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ଦୁଇ ଦିନ ପରେ ଏଏସ୍ଆଇ ସୁରରିଟେଣ୍ଡେଣ୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜ୍ୟ ଆଇନ୍ ବିଭାଗ ଓ ଏଏସ୍ଆଇ ଡିଜିଙ୍କୁ ରତ୍ନଭଣ୍ଡାର ମରାମତି ଓ ଅନୁଧ୍ୟାନ ପାଇଁ ଚିଠିି ଲେଖିବା ପରେ ଏବେ ପୁଣି ଚର୍ଚ୍ଚାକୁ ଆସିଛି।

ରତ୍ନଭଣ୍ଡାର ପ୍ରସଙ୍ଗ ଆମ ଠାକୁରଙ୍କ କେତେ ଅଳଙ୍କାର ଅଛି, ଆମେ ଜାଣିବା ଦରକାର ବୋଲି ଭକ୍ତ କହୁଥିବାବେଳେ ବରିଷ୍ଠ ସେବାୟତ କହିଛନ୍ତି-ରାଜ୍ୟ ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏମିତିକି ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିବା ୧୭ ଜଣିଆ ପ୍ରାଧିକୃତ ଟିମ୍‌ଙ୍କ ଯାଞ୍ଚ ପ୍ରକ୍ରିୟା ପ୍ରହସନ ଓ ରତ୍ନଭଣ୍ଡାର ଚାବି ହଜିବା ଓ ଡ୍ୟୁପ୍ଲିକେଟ୍ ଚାବି ମିଳିବା ଘଟଣା ନାଟକ ବୋଲି କହିଛନ୍ତି। ତେଣେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି-ଯେଉଁ ଚାବି ପୁରୀ ରେକର୍ଡ ରୁମ୍‌ରୁ ମିଳିଥିଲା। ତାହା ରତ୍ନଭଣ୍ଡାରର ନା ଆଉ କାହାର, ତାହାର ଯାଞ୍ଚ କରାଯାଇନି ତେବେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି।

Advertisment

ରିପୋର୍ଟ: ମଧୁସୂଦନ ମିଶ୍ର
OPEN_DEMAND_RATNABHANDAR_PKG_PRATIDIN_UP

Lord Jagannath Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ