Advertisment

BJP Manifesto: ଆସିଲା ବିଜେପିର ସଂକଳ୍ପ ପତ୍ର; ମହିଳାଙ୍କୁ ମିଳିବ ୨୫୦୦

ହୋଲି, ଦୀପାବଳିରେ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ।

ଅଦ୍ୟତନ ହୋଇଛି
BJP

BJP

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆଜି ଜାରି ହୋଇଛି ବିଜେପିର ନିର୍ବାଚନୀ ଇସ୍ତାହାର ବା ‘ସଂକଳ୍ପ ପତ୍ର’। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଜାରି କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

Advertisment

ଜେପି ନଡ୍ଡା ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛନ୍ତି। ଏହି ସଂକଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ମହିଳାଙ୍କୁ ୨୫୦୦ ଟଙ୍କା ଦିଆଯବ ବୋଲି ନଡ୍ଡା ଘୋଷଣା କରିଛନ୍ତି।

ସଂକଳ୍ପ ପତ୍ର ଜାରି ସମୟରେ ନିଜ ଅଭିଭାଷଣରେ ନଡ୍ଡା କହିଛନ୍ତି, ମହିଳା ସମୃଦ୍ଧି ଯୋଜନାରେ ପ୍ରତିମାସ ୨୫୦୦ ଟଙ୍କା ଦିଆଯିବ। ଏଲ୍‌ପିଜି ସବ୍ ସିଡି ୫୦୦ ଟଙ୍କା ଦିଆଯିବ। ହୋଲି, ଦୀପାବଳିରେ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ। ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ଦିଆଯିବ। ଏଥିସହ ଗର୍ଭବତୀ ମହିଳାଙ୍କୁ ପୃଷ୍ଟିକର କିଟ୍ ଦିଆଯିବା ସହ ମାତୃତ୍ୱ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରାଯିବ ବୋଲି ନଡ୍ଡା କହିଛନ୍ତି।

Advertisment

ନଡ୍ଡା ଆହୁରି ଘୋଷଣା କରିଛନ୍ତି, ୫ ଲକ୍ଷ ପର୍ଯ୍ୟନ୍ତ ଅତିରିକ୍ତ ସ୍ୱାସ୍ଥ୍ୟବୀମା ଦିଆଯିବ। ବିଜେପି ସରକାରକୁ ଆସିଲେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ନଡ୍ଡା। ଏଥିସହ ବରିଷ୍ଠ ନାଗରିକଙ୍କୁ ୩ ହଜାର ଟଙ୍କା ପେନସନ୍ ଦିଆଯିବ। ବସ୍ତିରେ ଅଟଳ କ୍ୟାଣ୍ଟିନ ଖୋଲିବ ଓ ଲୋକମାନଙ୍କୁ ୫ ଟଙ୍କାରେ ମିଲ୍ସ ମିଳିବ।

ସଂକଳ୍ପ ପତ୍ର ଜାରି କରିବା ବେଳେ ଆପକୁ ଆପଦା କହି କଡ଼ା ସମାଲୋଚନା କରିଛନ୍ତି ନଡ୍ଡା। କହିଛନ୍ତି, ବିଜେପି ସବୁବେଳେ ନିଜର ପ୍ରତିଶ୍ରୁତି ପାଳନ କରିଥାଏ। ଆମେ ପ୍ରତିଶ୍ରୁତି ପାଳନ କରିବାରେ ରେକର୍ଡ କରିଛୁ। ଆମର ରେକର୍ଡ ହେଉଛି 99.9 ପ୍ରତିଶତ। ଏଥିସହ ଦିଲ୍ଲୀରେ ଚାଲିଥିବା ବିକାଶମୂଳକ ଯୋଜନା ଜାରି ରହିବ ରହିବ ବୋଲି ନଡ୍ଡା କହିଛନ୍ତି। 

Advertisment

ଆଜିର କାର୍ଯ୍ୟକ୍ରମରେ ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

BJP National President JP Nadda BJP Baijayant Panda Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ