• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀ ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି । ଉକ୍ତ ବଜେଟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଇଁ ୧୦୦୦ ଟଙ୍କା ଘୋଷଣା କରିଛନ୍ତି । ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶି ଆଜି ୭୬,୦୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀ ସମ୍ମାନ ଯୋଜନା ଅଧୀନରେ ବଣ୍ଟାଯିବ । ସୂଚନାଯୋଗ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହା ହେଉଛି ଦଶମ ବଜେଟ୍ ।

ଦିଲ୍ଲୀ ବିଧାନସଭାରେ ଏହି କଥା ଘୋଷଣା କରିବା ବେଳେ ଆତିଶି କହିଛନ୍ତି ଯେ, ପୂର୍ବରୁ ଦିଲ୍ଲୀ ବାସିନ୍ଦାଙ୍କର ଯେତିକି ସମ୍ବଳ ଥିଲା, ସେଥିରେ ସେମାନେ ପୁଅକୁ ଘରୋଇ ସ୍କୁଲ୍ ଓ ଝିଅମାନଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ଉଥିଲେ । ବର୍ତ୍ତମାନ କିନ୍ତୁ କଥା ଅଲଗା । ଏବେ ସରକାରୀ ବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ଆଇଆଇଟି, NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି ।

ଦିଲ୍ଲୀ ଅର୍ଥମନ୍ତ୍ରୀ କହିଛନ୍ତି; ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଧନୀ ଘରର ପିଲା ଧନୀ ହେଉଥିଲା, ଗରିବ ଘରର ପିଲା ଗରିବ ହୋଇ ରହିଯାଉଥିଲେ । ଏହା 'ରାମରାଜ୍ୟ' କେବେ ମଧ୍ୟ ନଥିଲା । ୨୦୧୫ ପରଠାରୁ କେଜ୍ରିୱାଲ ସରକାର ୨୨,୭୧୧ ନୂତନ ଶ୍ରେଣୀଗୃହ ନିର୍ମାଣ କରିଛନ୍ତି । ଶିକ୍ଷା ଆପ୍ ନେତୃତ୍ୱାଧୀନ ସରକାରଙ୍କ ପ୍ରାଥମିକତା ଅଟେ ବୋଲି କହିଛନ୍ତି ଦିଲ୍ଲୀ ଅର୍ଥମନ୍ତ୍ରୀ । ଚଳିତ ବର୍ଷ ଶିକ୍ଷା ପାଇଁ କେବଳ ୧୬,୩୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସେହିପରି ସମୁଦାୟ ବଜେଟ ମଧ୍ୟରୁ ଦିଲ୍ଲୀର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୮,୬୮୫ ହଜାର ଟଙ୍କା ବଣ୍ଟନ କରାଯାଇଛି । ଯେଉଁଥିରେ ସରକାରୀ ଡାକ୍ତରଖାନାଗୁଡ଼ିକ ମୁଖ୍ୟ ଭିତ୍ତିଭୂମି ତଥା ସୁବିଧା ପାଇଁ ୬,୨୧୫ କୋଟି ଟଙ୍କା, କ୍ଲିନିକଗୁଡ଼ିକୁ ୨୧୨ କୋଟି ଟଙ୍କା ପ୍ରଦାନ କରାଯିବ । ସେହିପରି ସରକାରୀ ଡାକ୍ତରଖାନାଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧ ସହ ନୂଆ ଡାକ୍ତରଖାନାର ସମ୍ପ୍ରସାରଣ ପାଇଁ ୬୫୮ କୋଟି ଟଙ୍କା ଏବଂ ନିର୍ମାଣ ପାଇଁ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।