• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀ ମହାନଗର ନିଗମ MCD ନିର୍ବାଚନ ଲାଗି ଘୋଷଣା ହେଲା ତାରିଖ । ଆସନ୍ତା ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ ଭୋଟ୍ ଏବଂ ଡିସେମ୍ବର ୭ ତାରିଖରେ ଗଣତି ହେବ । ରାଜ୍ୟ ନିର୍ବାଚନ କମିଶନର ଡକଟର ବିଜୟ ଦେବ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ଏହି ନିର୍ବାଚନରେ ମୋଟ ଆସନର ୫୦ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ମୁତାବକ ଦିଲ୍ଲୀ ମହାନଗର ନିଗମରେ ଓ୍ୱାର୍ଡ ସଂଖ୍ୟା ୨୭୨ରୁ କମାଇ ୨୫୦ କରାଯାଇଛି । ଏଥିରୁ ୪୨ଟି ଆସନ ସଂରକ୍ଷିତ ରଖାଯାଇଛି । ଏମସିଡି ନିର୍ବାଚନରେ ମୁଖ୍ୟତଃ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବା ଅନୁମାନ କରାଯାଉଛି । ଦିଲ୍ଲୀ ସହରାଞ୍ଚଳରେ ମୋଟ ଭୋଟରଙ୍କ ସଂଖ୍ୟା ୧ କୋଟି ୪୬ ଲକ୍ଷ ।

ଗତ ମେ ମାସରେ ଦିଲ୍ଲୀରେ ଥିବା ୩ ମହାନଗର ନିଗମକୁ ମିଶାଇ ଗୋଟିଏ ମହାନଗର ନିଗମ କରାଯାଇଥିଲା । ମିଶ୍ରଣ ପରେ ପ୍ରଥମ ଥର ନିର୍ବାଚନ ହେବାକୁ ଯାଉଛି । ୨୦୧୭ ମସିହାରେ ହୋଇଥିବା ଦିଲ୍ଲୀର ତିନି ମହାନଗର ନିଗମ ନିର୍ବାଚନରେ ବିଜେପିକୁ ସବୁଠାରୁ ଅଧିକ ଆସନ ମିଳିଥିଲା । ଦିଲ୍ଲୀରେ ବସ୍ ସ୍କାମ, ଇଲେକ୍ଟ୍ରିସିଟି ସବସିଡି ଦୁର୍ନୀତି, ଯମୁନା ପ୍ରଦୂଷଣକୁ ନେଇ ପୂର୍ବରୁ ଆମ ଆଦମୀ ପାର୍ଟିକୁ ଘେରିଥିଲା ବିଜେପି ।

ନମୋ ସାଇବର ଯୁଦ୍ଧା କ୍ୟାମ୍ପେନ୍ ମଧ୍ୟ କରିବାକୁ ବିଜେପି ପ୍ରସ୍ତୁତି ଚଳାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଆସ୍ଥା ବଢୁଥିବାରୁ ଯୁବପୀଢିଙ୍କୁ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ବିଜେପି ପ୍ରସ୍ତୁତ ହେଉଛି । ଏଠାରେ ମୁଖ୍ୟତ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ହେବ ଟକ୍କର ।

ସେପଟେ ଏମସିଡି ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବିଜେପି ଦିଲ୍ଲୀରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।