ବିଜେଡି ଆଇନଜୀବୀ ସାମୁଖ୍ୟ ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ

ସ୍ୱର୍ଗତ ରାମନାଥ ମିଶ୍ର ଜିଲ୍ଲାର ଜଣେ ବରିଷ୍ଠ ଆଇନଜୀବୀ । ପାରଳାଖେମୁଣ୍ଡି ବାର୍ ଆସୋସିଏସନର ସଭାପତି ଭାବେ ୨୦ରୁ ଅଧିକ ଥର ସେ ନିର୍ବାଚିତ ହୋଇଥିଲେ । ତାଙ୍କ ମୃତ୍ୟୁର ୫ ମାସ ପରେ ବି ଦଳ ପାଖରେ କେମିତି ଖବର ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଜେଡି ଆଇନଜୀବୀ ସାମୁଖ୍ୟ ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ

ବିଜେଡି ଆଇନଜୀବୀ ସାମୁଖ୍ୟ ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ । ଗତକାଲି ବିଜେଡିର ଆଇନଜୀବୀ ସାମୁଖ୍ୟ ତାଲିକା ଘୋଷଣା ହୋଇଛି । ଯେଉଁଥିରେ ଗଜପତି ଜିଲ୍ଲା ଆଇନଜୀବୀ ସାମୁଖ୍ୟ ସଭାପତି ପାଇଁ ବରିଷ୍ଠ ଆଇନଜୀବୀ ରାମନାଥ ମିଶ୍ରଙ୍କ ନାଁ ଘୋଷଣା

ହୋଇଛି ।

କିନ୍ତୁ ରାମନାଥ ମିଶ୍ର ଗତବର୍ଷ ଅକ୍ଟୋବର ୩୧ ତାରିଖରେ ପ୍ରାଣତ୍ୟାଗ କରିଛନ୍ତି । କେମିତି ମୃତ ବ୍ୟକ୍ତିଙ୍କ ନାଁ ଆଉ ଥରେ ତାଲିକାରେ ଲେଖାଗଲା ତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟିହୋଇଛି । ଏନେଇ ସ୍ଥାନୀୟ ବିଜେଡି ନେତା ପ୍ରତିକ୍ରିୟା ରଖିଛନ୍ତି । ଦଳ ପାଖରେ ଖବର ନଥିବାରୁ ବୋଧ ହୁଏ ଏମିତି ହୋଇଛି, ଏନେଇ ଅବଗତ କରାଯାଇଥିବା କହିଛନ୍ତି ପୂର୍ବତନ ଗଜପତି ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସା ।