Advertisment

Naba Das Murder Case: କଡ଼ ଲେଉଟିବ କି ନବ ଦାସ ହତ୍ୟା ମାମଲା?

ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନବ ଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ ଜାରି କରିଥିଲା କ୍ରାଇମବ୍ରାଞ୍ଚ।

undefined

BJP

Advertisment

ବିଜେଡି ନେତା ନବ ଦାସ ହତ୍ୟା ମାମଲାରେ ପୁଣି ଥରେ ହାଜର ହେବାକୁ ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ କରିଛି। ମାମଲା ଓପନ ଥିବାରୁ ପୁଣି ଥରେ ନୋଟିସ ନେଇ ବଢିଛି ଆଶା ଆଶଙ୍କା। ନୋଟିସର ଫାଇଦା ଉଠାଇବେ କି ଦୀପାଳି ଓ ବିଶାଳ? ତଦନ୍ତରେ ଅସନ୍ତୋଷ ନେଇ ଜଣାଇବେ କି ଆପତ୍ତି ଆଭିଯୋଗ?

Advertisment

ମାର୍ଚ୍ଚ ପ୍ରଥମ ସପ୍ତାହରେ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ନବ ଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଳଙ୍କୁ ନୋଟିସ ଜାରି କରିଥିଲା କ୍ରାଇମବ୍ରାଞ୍ଚ। ବଡ଼ କଥା ହେଲା ମାମଲାର ତଦନ୍ତ ଓପନ୍ ଅଛି। ଫାଇନାଲ ଚାର୍ଜସିଟ୍‌ ମଧ୍ୟ ଦାଖଲ ହୋଇନି। ତେଣୁ କ୍ରାଇମବ୍ରାଞ୍ଚ ନୋଟିସ ମାମଲାରେ ନୂଆ ମୋଡ ଆସିପାରେ? ପୂର୍ବରୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ ସିବିଆଇ ତଦନ୍ତ ଦାବି କରୁଥିବା ଦୀପାଳି କ୍ରାଇମବ୍ରାଞ୍ଚରେ ହାଜର ହୋଇ ଜଣାଇବେ କି ଆପତ୍ତି? ଅଧିକ ତଦନ୍ତ ପାଇଁ କରିବେ କି ଆବେଦନ? ସାନି ତଦନ୍ତ ପାଇଁ କରିବେ କି ଦାବି? ଆଇନଜୀବୀଙ୍କ ଅନୁସାରେ ଯଦି ତଦନ୍ତରେ ଅସନ୍ତୁଷ୍ଟ ନେଇ ଆପତ୍ତି ଜଣାନ୍ତି, ତା’ହେଲେ ସେ ଦିଗରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରି ପାରିବ।

ଅଧିକ ପଢ଼ନ୍ତୁ: ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍

ସେପଟେ କ୍ରାଇମବ୍ରାଞ୍ଚ ନୋଟିସ୍‌ ପରେ ତେଜିଛି ରାଜନୀତି। ବିଜେଡି କହିଛି, ଆଇନ ତା ବାଟର ଯାଉ ଓ ସତ ସାମ୍ନାକୁ ଆସୁ। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ବିଜେପି କହିଛି, ଯଦି ଦୀପାଳି ସନ୍ତଷ୍ଟ ନାହାନ୍ତି, କ୍ରାଇମବ୍ରାଞ୍ଚକୁ ଜଣାନ୍ତୁ କିମ୍ବା ସିବିଆଇ ତଦନ୍ତ ପାଇଁ ସରକାରକୁ ଲେଖି ଜଣାନ୍ତୁ।

Advertisment

ନିକଟରେ ଝାରସୁଗୁଡାରେ ପୋଲିସ ଲଗାଇ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଝିଅ ଦୀପାଳିଙ୍କ ବୟାନ ପରେ ଚର୍ଚ୍ଚାକୁ ଆସିଥିଲା ନବ ଦାସ ହତ୍ୟା ମାମଲା। ଏମିତି କି ନୂଆ ସରକାରଙ୍କୁ ଚାଲେଞ୍ଜ ଦେଇ ଦୀପାଳି କହିଥିଲେ, ବିରୋଧୀ ଦଳରେ ଥିବା ବେଳେ ସିବିଆଇ ତଦନ୍ତ କଥା କହୁଥିଲେ, ଏବେ ସରକାରକୁ ଆସିବା ପରେ କରୁନାହାନ୍ତି କାହିଁକି?

ଦୀପାଳିଙ୍କୁ କାଉଣ୍ଟର କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ଏଥିସହ ଦୀପାଳିଙ୍କୁ ଲିଖିତ ଅଭିଯୋଗ ପାଇଁ ଚାଲେଞ୍ଜ କରିଥିଲେ ଦୁଇ ନେତା। ଜବାବରେ ଦୀପାଳି କହିଥିଲେ, ପରିବାର ଲୋକଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବେ। କିନ୍ତୁ ଏ ଯାଏଁ ଦୀପାଳି କାହିଁକି ଲିଖିତ ଅଭିଯୋଗରେ ବିଳମ୍ବ କରୁଛନ୍ତି, ତାହା ସନ୍ଦେହ ସୃଷ୍ଟି କରିଥିବା ବେଳେ, କ୍ରାଇମବ୍ରାଞ୍ଚ ନୋଟିସ ପରେ ହାଜର ହୋଇ ଦୀପାଳି ଆପତ୍ତି ଉଠାଉଛନ୍ତି ନା ନାହିଁ ତା’ଉପରେ ସମସ୍ତଙ୍କ ନଜର ରହିଛି।

Advertisment
BJD BJP Crime Branch Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ