Advertisment

Caste Census India 2025: ଜାତିଗତ ଜନଗଣନା ପାଇଁ ତେଜିଲା କ୍ରେଡିଟ୍ ପଲିଟିକ୍ସ

ଜାତିଗତ ଜନଗଣନା ପଛରେ ଶ୍ରେୟ କାହାର? ଏଥିପାଇଁ ବିରୋଧୀ ନିଜକୁ ନିଜେ ଶ୍ରେୟ ନେଉଥିବା ବେଳେ ତେଜିଛି ରାଜନୀତି। ଓଡ଼ିଶାରେ ବିଜେଡି ଓ କଂଗ୍ରେସ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମାତ୍ର ଏହାର ମୋଡାଲିଟିଜ୍ ବା ମାନଦଣ୍ଡ କିପରି ରହୁଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

cast

cast

Advertisment

ଜାତିଗତ ଜନଗଣନା ପଛରେ ଶ୍ରେୟ କାହାର? ଏଥିପାଇଁ ବିରୋଧୀ ନିଜକୁ ନିଜେ ଶ୍ରେୟ ନେଉଥିବା ବେଳେ ତେଜିଛି ରାଜନୀତି। ଓଡ଼ିଶାରେ ବିଜେଡି ଓ କଂଗ୍ରେସ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମାତ୍ର ଏହାର ମୋଡାଲିଟିଜ୍ ବା ମାନଦଣ୍ଡ କିପରି ରହୁଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏସବୁ ଭିତରେ ଜାତିଗତ ଜନଗଣନା ହେଲେ ରାଜ୍ୟରେ OBC ସଂରକ୍ଷଣ ପାଇଁ ବାଟ ଫିଟିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Advertisment

ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି। ହେବ ଜାତିଗତ ଜନଗଣନା। ନ୍ୟାୟ ପାଇବେ ପଛୁଆ ବର୍ଗ। ଓବିସି ସଂରକ୍ଷଣ ପାଇଁ ଜୋର ଧରିଲା ଦାବି। ଗତକାଲି ରାଜନୈତିକ ବ୍ୟାପାର ସଂପର୍କିତ କ୍ୟାବିନେଟ୍ କମିଟି ବା CCPA ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା। ଓଡ଼ିଶାରେ ବି ତେଜିଛି ଶ୍ରେୟ ରାଜନୀତି। ପ୍ରମୁଖ ବିରୋଧୀ ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ଜାତିଗତ ଜନଗଣନା ନିଷ୍ପତ୍ତିକୁ ସ୍ବାଗତ କରିଛି। ତାସହ ବିଜେଡି ଦୀର୍ଘଦିନ ଧରି ଏହି ଦାବି ସଂସଦରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଉଠାଇଥିଲା ବୋଲି କହି ଶ୍ରେୟ ନେବାକୁ ପ୍ରୟାସ କରିଛି। ଏହାସହ ଜନ ଗଣନା ସମୟରେ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବାକୁ ଦାବି କରିଛି ଦଳ। ସେପଟେ ଏ ନିଷ୍ପତ୍ତି ଯେମିତି ନିର୍ବାଚନୀ ଷ୍ଟଣ୍ଟ ନ ସାଜୁ ସେନେଇ ଦଳ ଶଙ୍କା ପ୍ରକାଶ କରିଛି। ତେଣେ କଂଗ୍ରେସ୍, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ରାହୁଲଙ୍କ ବିଜୟ ବୋଲି କହିଛି। ରାହୁଲ ଗାନ୍ଧି ପ୍ରଥମେ ଜାତିଗତ ଜନଗଣନା ପାଇଁ ଦାବି କରିଥିଲେ। ଅନିଚ୍ଛା ସତ୍ତ୍ବେ କେନ୍ଦ୍ର ଏହାକୁ ସ୍ବୀକାର କରିଛନ୍ତି। ପଛୁଆ ବର୍ଗ ଏହାଦ୍ବାରା ଉପକୃତ ହେବେ ବୋଲି ଦଳ କହିଛି। ସେପଟେ ବିଜେପିର କହିବା କଥା ହେଲା, ମୋଦି ସରକାରଙ୍କ ଏ ନିଷ୍ପତ୍ତି ବିକାଶର ମାଇଲ ଖୁଣ୍ଟ ହେବ। ୨୦୧୧ରେ ୟୁପିଏ ସରକାରରେ ସାମାଜିକ ଓ ଅର୍ଥନୈତିକ ଜନଗଣନା କରାଯାଇଥିଲେ ବି ତାକୁ ସାର୍ବଜନୀନ କରାଯାଇନଥିଲା, ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଦଳ।
ଅନ୍ୟ ପଟେ କେନ୍ଦ୍ରର ନିଷ୍ପତ୍ତି ପରେ ଓଡ଼ିଶାରେ ଓବିସିକୁ ସଂରକ୍ଷଣ ନେଇ ବାଟ ଫିଟିଥିବା କୁହାଯାଉଛି। ବିଜେପି ବିରୋଧୀ ଦଳରେ ଥିବା ବେଳେ ଓବିସି ପାଇଁ ସଂରକ୍ଷଣ ଦାବି କରି ଆସୁଥିଲା। ଯଦିଓ ନିର୍ବାଚନ ପୂର୍ବରୁ ବିଜେଡି ଓବିସି କମିଶନ ଗଠନ କରି ସର୍ଭେ କରିଥିଲା କିନ୍ତୁ ତାକୁ ସାର୍ବଜନୀନ କରାଯାଇନଥିଲା। ଆଗକୁ କେନ୍ଦ୍ରର ଜାତିଗତ ଜନଗଣନାକୁ ଆଧାର କରି ଓବିସିକୁ ସଂରକ୍ଷଣ ଦେବେ କି ମୋହନ ସରକାର ? ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ବିଜେପି ସରକାର କଣ ନିଷ୍ପତ୍ତି ନେବେ ତାକୁ ନେଇ ବି ଚର୍ଚ୍ଚା।
ଯଦିଓ ଗତକାଲି ଏନେଇ ନିଷ୍ପତ୍ତି ହୋଇଛି, ହେଲେ ଜାତିଗତ ଜନଗଣନାର ଆଧାର କଣ ହେବ ତାହା ସ୍ପଷ୍ଟ ହୋଇନି। ମୁଖ୍ୟ ଜନଗଣନା ସହ ଜାତିଗତ ଜନଗଣନା କରିବାକୁ ଗତକାଲି CCPA ବୈଠକରେ ନିଷ୍ପତ୍ତି ହୋଇଥିଲା। ୨୦୧୧ରେ ଦେଶରେ ଶେଷଥର ପାଇଁ ଜନଗଣନା ହୋଇଥିଲା। ଏହାପରେ ୨୦୨୧ରେ ଜନଗଣନା ହେବାର ଥିଲେ ବି କୋଭିଡ୍ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ସେହିପରି ଦେଶରେ ୧୯୩୧ ମସିହା ଅର୍ଥାତ ୯୪ ବର୍ଷ ତଳେ ବ୍ରିଟିଶ ଶାସନ ସମୟରେ ଶେଷ ଥର ପାଇଁ ଜାତିଗତ ଜନଗଣନା କରାଯାଇଥିଲା।

BJD BJP Congress Odisha Caste Census
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ