• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେଜରିୱାଲଙ୍କ ବିରୋଧରେ କୋର୍ଟକୁ ଗଲା ଇଡି । ଜାଣିଶୁଣି ସମନ୍ କୁ ଅବମାନନା କରିଥିବାର ଅଭିଯୋଗ କରାଯାଇଛି । କୁହାଯାଉଛି, ଏହାକୁ ଗ୍ରହଣ କରିଛନ୍ତି କୋର୍ଟ । କେଜରିୱାଲ ଜାଣିଶୁଣି ଅବମାନନା କରିଥିବା କୋର୍ଟ ହୃଦୟଙ୍ଗମ କରିଛନ୍ତି । ଏପରିକି କେଜରିୱାଲଙ୍କ ବିରୋଧରେ କୋର୍ଟ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସମନ୍ ଆଇନତଃ କି ବେଆଇନ, ସେ କଥା ନୁହେଁ, ବରଂ କେଜରିୱାଲ ଜାଣିଶୁଣି ସମନକୁ ଅବମାନନା କରିବା ବେଆଇନ ବୋଲି କୋର୍ଟ ମାନିଥିବା କୁହାଯାଉଛି । ସେପଟେ ଆଜି ମଧ୍ୟ ଇଡିରେ ହାଜର ହୋଇ ନାହାନ୍ତି କେଜରିୱାଲ । ତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତିରେ ଷଷ୍ଠ ଥର ସମନ ହୋଇଥିଲା ।

କେଜରିୱାଲ କହିଛନ୍ତି, ଏବେ ମାମଲା କୋର୍ଟରେ ଅଛି । କୋର୍ଟଙ୍କ ରାୟ ଆସିବା ପରେ କୌଣସି ନିଷ୍ପତ୍ତି ନିଆଯିବ । ଅନ୍ୟପଟେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଫେବ୍ରୁଆରୀ ୧୭ରେ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ କରି ଫେବ୍ରୁଆରୀ ୧୯ରେ ପଚରାଉଚରା ପାଇଁ ଡାକିଥିଲା ।

ଏହାପୂର୍ବରୁ ନଭେମ୍ବର ୨, ଡିସେମ୍ବର ୨୧, ଜାନୁଆରୀ ୩, ଜାନୁଆରୀ ୧୭ ଓ ଫେବ୍ରୁଆରୀ ୨ରେ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଥିଲା ଇଡି । ତେବେ ପାଞ୍ଚ ଥର ସମନ ପଠାଇବା ପରେ ହଜାର ନହେବାରୁ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା । ଫେବ୍ରୁଆରୀ ୧୪ରେ କୋର୍ଟ ପକ୍ଷରୁ କେଜ୍ରିୱାଲଙ୍କୁ ଫେବ୍ରୁଆରୀ ୧୭ରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା ।

ତେବେ ଦିଲ୍ଲୀ ବିଧାନସଭାରେ ବଜେଟ୍‌ ଅଧିବେଶନ ଓ ବିଶ୍ୱାସ ପ୍ରସ୍ତାବ ହେତୁ କେଜ୍ରିୱାଲ ଭର୍ଚ୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିଲେ। ଏହା ପରେ କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬ରେ କରିବାକୁ କହିଛନ୍ତି । ସେଦିନ କେଜ୍ରିୱାଲ କୋର୍ଟରେ ହାଜର ହେବେ। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ଇଡି ଖୁବଶୀଘ୍ର ଅରବିନ୍ଦ୍ର କେଜ୍ରିୱାଲଙ୍କୁ ସପ୍ତମ ସମନ ପଠାଇପାରେ ।