Advertisment

ଭୁଶୁଡୁଛି ଭୁବନେଶ୍ୱର BJD ! BJPରେ ମିଶିଲେ କର୍ପୋରେଟର୍ ବନ୍ଦିତା, ଲାଇନ୍‌ରେ ଅନେକ...

ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ ।

undefined

Bhubaneswar BJD

Advertisment

ଫାଳ ଫାଳ ହେଉଛି ଭୁବନେଶ୍ୱର ବିଜେଡି । ମଧ୍ୟ ଭୁବନେଶ୍ୱରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ । ବିଧାୟକ ବୁନୁଙ୍କ ପାଇଁ ବଢ଼ିଲା ଟେନସନ୍ ବିଏମ୍‌ସି ୩୭ ନମ୍ବର ୱାର୍ଡରୁ ସ୍ୱାଧୀନ ଭାବେ ଜିତି ପରେ ବିଜେଡିରେ ଯୋଗ ଦେଇଥିବା କର୍ପୋରେଟର ବନ୍ଦିତା ପାଲ, ଆଜି ହଠାତ୍ ଦଳକୁ ବାଏ ବାଏ କହିଛନ୍ତି। ଆଉ ତାର କିଛି ସମୟ ପରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ସିଧା ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ବା ବୁନୁଙ୍କୁ ନିଶାନା କରିଛନ୍ତି।

Advertisment

ବନ୍ଦିତାଙ୍କ ଅଭିଯୋଗ- ତାଙ୍କ ୱାର୍ଡରେ ବିକାଶ ମୂଳକ କାମରେ ବାଧକ ସାଜୁଥିଲେ ବୁନୁ। ଜାଣିଶୁଣି ହଇରାଣ କରୁଥିଲେ। ଏନେଇ ବାରମ୍ବାର ନବୀନ, ପାଣ୍ଡିଆନ୍ ଓ ବବି ଦାସଙ୍କୁ ଲିଖିତ ଭାବେ ଜଣାଇଥିଲେ ବି କିଛି ଲାଭ ନହେବାରୁ ଶେଷରେ ଦଳ ଛାଡ଼ିଦେଲେ। ବନ୍ଦିତାଙ୍କ ସହ ତାଙ୍କ ସ୍ୱାମୀ ତଥା ବିଜେଡି ସାଧାରଣ ସମ୍ପାଦକ ଅର୍ଜ୍ଜୁନ ବେହେରା ଓ ଛାତ୍ର ବିଜେଡି ଉପସଭାପତି ପ୍ରଭୁଦତ୍ତ ସାମଲ ବି ଦଳ ଛାଡ଼ି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।

ତେଣେ ବନ୍ଦିତାଙ୍କ ବୁନୁ ବିରୋଧୀ ନିଆଁରେ ଘିଅ ଢାଳିଛନ୍ତି ଆଉ ଜଣେ ବିଦ୍ରୋହୀ ବିଜେଡି କର୍ପୋରେଟର ଅମରେଶ ଜେନା। ସେ ବି ସିଧାସଳଖ ବୁନୁଙ୍କ ଉପରେ ଅସନ୍ତୋଷ ଝାଡିବା ସହ ସାଂଘାତିକ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ମଧ୍ୟ ଭୁବନେଶ୍ୱରରେ ଏବେ ବିଜୁ ଜନତା ଦଳ ନାଁରେ ବୁନୁ ଜନତା ଦଳ ଚାଲିଛି। ଯେଉଁଥିପାଇଁ ବହୁ କର୍ପୋରେଟର ଖପ୍ପା । ଆହୁରି ଅନେକ ବିଜେଡି କର୍ପୋରେଟର ବିଜେପି ଲିଙ୍କରେ ଅଛନ୍ତି ବୋଲି ଖୋଲା ଖୋଲି କହିଲେଣି ଅମରେଶ।

Advertisment

ସେପଟେ ରାଜନୈତିକ ସମୀକ୍ଷକଙ୍କ ମତ- ଖୋଦ୍ ରାଜଧାନୀରେ ବିଜେଡିରେ ଏଭଳି ଅସ୍ଥିରତା ଆଗକୁ ଦଳ ପାଇଁ ଅକଳ ସ୍ଥିତି ସୃଷ୍ଟି କରିପାରେ।

ଗତ ବିଧାନସଭା ନିର୍ବାଚନବେଳେ ବୁନୁଙ୍କୁ ପ୍ରବଳ ବିରୋଧ କରିଥିଲେ କର୍ପୋରେଟର ଅମରେଶ ଜେନା। ସେହିପରି ଏକାମ୍ରରେ ଟାଣୁଆ କର୍ପୋରେଟର ବିରଞ୍ଚି ମହାସୁପକାରଙ୍କ ବିରୋଧରୁ କୁଆଡ଼େ ବିଜେଡିର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ବି ପରାଜିତ ହୋଇଥିବା କୁହାଯାଉଛି। ତେଣୁ ଆଗକୁ ବିଜେଡିର ରାଜଧାନୀ ରାଜନୀତି କି ମୋଡ଼ ନେଉଛି, ଏବେ ତା ଉପରେ ନଜର।

Advertisment

BJD BJP Congress BMC Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ