Advertisment

ରେମୁଣା ବିଧାୟକଙ୍କୁ ବିଦା କରିଥିଲେ ନବୀନ, ବହିଷ୍କାରର ୧୦ ଦିନ ନ ଯାଉଣୁ ବିଜେଡି ମଞ୍ଚକୁ ଡାକିଲା କିଏ ?

ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନିର୍ଦ୍ଦେଶରେ ସୁଧାଂଶୁଙ୍କୁ ବୈଠକକୁ ଡକାଯାଇଛି ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ଉପ ସଭାପତି ପ୍ରଭାତ ବିଶ୍ୱାଳ । ବହିଷ୍କାର ହେବା ପରେ ପ୍ରଥମଥର ପାଇଁ ବିଜେଡି ମଂଚକୁ ଆସି ବେଶ୍ ଭାବବିହ୍ୱଳ ବି ଥିଲେ ସୁଧାଂଶୁ ।

ଅଦ୍ୟତନ ହୋଇଛି
undefined

Remuna MLA

Advertisment

ବିଜେଡିର ସାଂଗଠନିକ ବୈଠକରେ ଦଳରୁ ବହିଷ୍କୃତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ଉପସ୍ଥିତିକୁ ନେଇ ବାଲେଶ୍ୱର ବିଜେଡିରେ ବଡ଼ ହଲଚଲ୍ । ରେମୁଣାର ଭୀମପୁରାଠାରେ ଗତକାଲି ଆୟୋଜିତ ନିର୍ବାଚନମଣ୍ଡଳୀସ୍ତରୀୟ ବୈଠକରେ ଯୋଗ ଦେଇ ମଂଚ ସେୟାର କରିବା ସହ ୫ ଶହରୁ ଅଧିକ କର୍ମୀଙ୍କୁ ସମ୍ବୋଧନ କରିଥିଲେ ସୁଧାଂଶୁ । ଯାହା ଜିଲ୍ଲା ବିଜେଡିରେ ଅସନ୍ତୋଷକୁ ତୀବ୍ର କରିବା ସହ ସୁପ୍ରିମୋ ନବୀନଙ୍କ ଉପରେ ଆଉ ଜଣେ କିଏ ଅଛନ୍ତି କି ବୋଲି ବଡ଼ ପ୍ରଶ୍ନବାଚୀକୁ ସାମ୍ନାକୁ ଆଣିଛି । ତେବେ ଏନେଇ ସୁଧାଂଶୁଙ୍କ ପ୍ରତିକ୍ରିୟା ମିଳିପାରି
ନାହିଁ।

Advertisment

ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ଦେହରେ ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ବିଦା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଏମିତି ସେମିତି ନୁହେଁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହ ସୁଧାଂଶୁଙ୍କ ବହିଷ୍କାର ନେଇ କ୍ୟାମେରା ସାମ୍ନାରେ ନିଜେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ସବୁଜ ରଙ୍ଗରୁ ତଥାକଥିତ ଜନବିରୋଧୀ କାଳିମା ହଟାଇବାକୁ ନବୀନ ନେଇଥିବା ଏତେ ବଡ଼ କାର୍ଯ୍ୟାନୁଷ୍ଠାନର ଇଏ ହେଲା କ'ଣ । ବହିଷ୍କାରର ୧୦ ଦିନ ନ ଯାଉଣୁ ବିଜେଡି ମଂଚକୁ କିଏ ଡାକିଲା ବହିଷ୍କୃତ ସୁଧାଂଶୁଙ୍କୁ ? ସୁପ୍ରିମୋଙ୍କ କର୍ତ୍ତୃତ୍ୱକୁ କିଏ ଦେଲା ଖୋଲା ଚ୍ୟାଲେଞ୍ଜ୍ ?

ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ନିର୍ଦ୍ଦେଶରେ ସୁଧାଂଶୁଙ୍କୁ ବୈଠକକୁ ଡକାଯାଇଛି ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲା ବିଜେଡି ଉପ ସଭାପତି ପ୍ରଭାତ ବିଶ୍ୱାଳ । ବହିଷ୍କାର ହେବା ପରେ ପ୍ରଥମଥର ପାଇଁ ବିଜେଡି ମଂଚକୁ ଆସି ବେଶ୍ ଭାବବିହ୍ୱଳ ବି ଥିଲେ ସୁଧାଂଶୁ । ସେ ବି କହିଥିଲେ, ଉପରୁ ନିର୍ଦ୍ଦେଶ ଥିବା ନେତୃବୃନ୍ଦ କହିବାରୁ ମୁଁ ବୈଠକକୁ ଆସିଛି ।

Advertisment

ଏପଟେ ବହିଷ୍କୃତ ନେତାଙ୍କୁ ବିଜେଡି ମିଟିଂକୁ ଡକାଯିବାକୁ ନେଇ ଦଳ ଭିତରେ ତୀବ୍ର ଅସନ୍ତୋଷ। ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଏହାକୁ ଦଳ ବିରୋଧୀ କହି ବର୍ଷିଥିଲା ବେଳେ, ଦଳର ଜଣେ କର୍ମୀ ବି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କୁ ଫୋନ୍ କରି ନିଜ ଅସନ୍ତୋଷ ବ୍ୟକ୍ତ କରିବା ବେଳେ, ମୋ ନିର୍ଦ୍ଦେଶରେ ସୁଧାଂଶୁଙ୍କୁ ଡକାଯାଇଥିବା ସ୍ପଷ୍ଟ କରିଛନ୍ତି ପ୍ରତାପ ଦେବ। କିନ୍ତୁ ଓଟିଭି ସହ ଫୋନରେ ପ୍ରତିକ୍ରିୟା ବେଳେ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ ପ୍ରତାପ ।

ପ୍ରତାପ କହୁଛନ୍ତି ମୋ ନିର୍ଦ୍ଦେଶରେ ସୁଧାଂଶୁ ବୈଠକକୁ ଆସିଛନ୍ତି, ସୁଧାଂଶୁ କହୁଛନ୍ତି ଉପରୁ ନିର୍ଦ୍ଦେଶ ଥିବାରୁ ବୈଠକକୁ ଆସିଛି। ଏଠି ପ୍ରଶ୍ନ ସୁପ୍ରିମୋ ନବୀନଙ୍କ ଉପରେ ଦଳରେ ଆଉ କିଏ ଅଛି କି? ନା ସୁଧାଂଶୁଙ୍କୁ ବହିଷ୍କାର ତୁଛା ଭେଳିକି ଥିଲା ? କେବଳ ସୌମ୍ୟରଂଜନଙ୍କୁ ବହିଷ୍କାର କରିବାକୁ ବାଧ୍ୟ ବାଧ୍ୟକତାରେ ଇଚ୍ଛା ନଥାଇ କୃଷି ସବସିଡି ସ୍କାମରେ ୨୦୧୭ରୁ ଜଡ଼ିତ ସୁଧାଂଶୁଙ୍କ ବିରୋଧରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ ? ଆଉ ସେଇଥିପାଇଁ ନିର୍ବାଚନୀ ବର୍ଷରେ ଏପଟେ ବହିଷ୍କାର, ସେପଟେ କୋଳାକୋଳିର ଡବଲ୍ ଗେମ୍ ଖେଳୁଛି କି ବିଜେଡି ? ଏପଟେ ବହିଷ୍କୃତ ବିଧାୟକଙ୍କ ଏଭଳି ବୈଠକକୁ ଦଳ ବିରୋଧୀ କହି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ସଭାପତିଙ୍କୁ ଚିଠି ଲେଖିଛନ୍ତି ରେମୁଣା ବ୍ଲକ୍ ସଭାପତି। 

Advertisment
Odisha BJD Remuna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ