ମନ୍ତ୍ରୀଙ୍କ ଗୁହାଳରୁ ମଇଁଷି ହଜିବା ଓ ସାଂସଦଙ୍କ ବାଡ଼ିରୁ ପଣସ ହଜିବାର ପୋଲିସ ତଦନ୍ତ କଥା ତ ଶୁଣିଥିବେ । ହେଲେ ଏବେ ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ବାଟବଣା ହେବାର ସିଆଇଡି ତଦନ୍ତ ଭଳି ରୋଚକ ଘଟଣା। ଆଉ ଏହାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ରିପୋର୍ଟରେ ଦର୍ଶାଇଛି ସିଆଇଡି।
ସୁରକ୍ଷାକର୍ମୀଙ୍କ ପେଟକୁ କେମିତି ଗଲା CMଙ୍କ ସିଙ୍ଗଡ଼ା ? ସୁଖୁଙ୍କ ସିଙ୍ଗଡ଼ା ଖୋଜିବାକୁ ହେଲା ରିତିମତ୍ ସିଆଇଡି ତଦନ୍ତ । ସତରେ କଣ ହିମାଚଳ ସମୋସା ବିବାଦ ପଛରେ-କୁଛ୍ ତୋ ଗଡ଼ବଡ଼ ହୈ !
Also Read
ଘଟଣା ଅକ୍ଟୋବର ୨୧ର । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସିମଲା ସ୍ଥିତ CID ମୁଖ୍ୟାଳୟକୁ ଏକ ସମାରୋହରେ ଯୋଗ ଦେବାକୁ ଯାଇଥିଲେ । ତାଙ୍କ ଜଳଖିଆ ପାଇଁ ଲକ୍କଡ଼ ବାଜାରରେ ଥିବା ଫାଇଭ-ଷ୍ଟାର୍ ହୋଟେଲ ରେଡିସନ୍ ବ୍ଲୁ ରୁ ୩ ପ୍ୟାକେଟ୍ ସିଙ୍ଗଡ଼ା ଓ କେକ୍ ମଗାଯାଇଥିଲା ।
ଏହା ସହ ପଢ଼ନ୍ତୁ : Himachal Samosa Controversy: ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଷ୍ଟାଫ୍ ଖାଇଦେଲେ ‘ସିଙ୍ଗଡ଼ା’, ଶେଷରେ କରିବାକୁ ପଡ଼ିଲା CID ଯାଞ୍ଚ
ହେଲେ ଏଥିରେ ସେତେବେଳେ ଅସଲ ଟ୍ୱିଷ୍ଟ୍ ଆସିଲା, ଯେତେବେଳେ ଜଣାପଡ଼ିଲା ଯେ ୩ଟି ଯାକ ପ୍ୟାକେଟ୍ ସିଙ୍ଗଡ଼ା ଓ କେକ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିନି, ବରଂ ତାଙ୍କ ସୁରକ୍ଷା କର୍ମଚାରୀଙ୍କ ପେଟକୁ ଯାଇଛି । ଏକଥା ପ୍ରଘଟ ହେବା ପରେ, ସିଙ୍ଗଡ଼ା ରହସ୍ୟ ଭେଦିବା ପାଇଁ ତତକ୍ଷଣାତ୍ ତଦନ୍ତ ଆରମ୍ଭ କରିଥିଲା ସିଆଇଡି । ଜଣାପଡ଼ିଲା, ଜଣେ ଆଇଜି ରାଙ୍କ୍ ଅଧିକାରୀ ଜଣେ ସବଇନସ୍ପେକ୍ଟରଙ୍କୁ ହୋଟେଲରୁ ଜଳଖିଆ ପ୍ୟାକେଟ୍ ଆଣିବାକୁ କହିଥିଲେ । ସେ ଜଣେ ASI ଏବଂ ହେଡ୍ କନଷ୍ଟେବଲଙ୍କୁ ଏଥିପାଇଁ ହୋଟେଲ୍ ପଠାଇଲେ । ସେମାନେ ସିଙ୍ଗଡ଼ା ଓ କେକ୍ ଆଣି ଜଣେ ଲେଡି ଇନସପେକ୍ଟରଙ୍କୁ ଦେଲେ ଏବଂ ସେ କାହାକୁ କିଛି ନପଚାରି ଏହାକୁ ଜଳଖିଆ କଥା ବୁଝୁଥିବା ଟ୍ରାନ୍ସପୋର୍ଟ ସେକ୍ସନକୁ ହସ୍ତାନ୍ତର କଲେ।
ତେବେ ଏ ହାତରୁ ସେ ହାତ ହେବା ଭିତରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଜଳଖିଆ ପରଶି ଦିଆଗଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କୁ । କାରଣ କେବଳ ସବଇନସ୍ପେକ୍ଟର ହିଁ ଜାଣିଥିଲେ ଯେ ଏହି ଜଳଖିଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସୁଛି । ତେବେ ରୋଚକ କଥା ହେଉଛି, ଏହି ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ ଏବଂ ସିଆଇଡି ବିରୋଧୀ କାର୍ଯ୍ୟ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଇଛି ସିଆଇଡି ।
ଏହା ସହ ପଢ଼ନ୍ତୁ : Jammu Kashmir Assembly: ଭୁଲିଗଲେ ସୌଜନ୍ୟ ! ଧାରା ୩୭୦କୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା
ସିଙ୍ଗଡ଼ା ହଜିବା ଭଳି ଏକ ସାମାନ୍ୟ ଘଟଣାର ସିଆଇଡି ତଦନ୍ତ କରାଇ ବିବାଦ ଘେରକୁ ଆସିଛି ହିମାଚଳ ପ୍ରଦେଶର କଂଗ୍ରେସ ସରକାର। ବିଜେପି ସିଧାସଳଖ ସିଏମ୍ ସୁଖୁଙ୍କୁ ଟାର୍ଗେଟ୍ କରି କହିଛି, ରାଜ୍ୟର ବହୁ ବଡ଼ ବଡ଼ ଦୁର୍ନୀତିର ତଦନ୍ତ ହେଉନି, ହେଲେ ସିଙ୍ଗଡ଼ା କୁଆଡ଼େ ଗଲା ତାର ତଦନ୍ତ ହେଉଛି । ଏହା ସରକାର-ବିରୋଧୀ କାର୍ଯ୍ୟ କିପରି ହେଲା ବୋଲି ପଚାରିଛନ୍ତି ବିରୋଧୀ ଦଳ ନେତା ଜୟରାମ ଠାକୁର ।
ଅନ୍ୟପକ୍ଷରେ ସୁଖୁ କହିଛନ୍ତି- ସେଭଳି କିଛି ହୋଇନାହିଁ । ସିଆଇଡି ଦୁର୍ବ୍ୟବହାର ଘଟଣାର ତଦନ୍ତ କରୁଛି, ସିଙ୍ଗଡ଼ାର ନୁହେଁ । ସୁଖୁ-ସମୋସା-ସିଆଇଡି ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତା ଉପରେ ନଜର ।