Advertisment

ନିତ୍ୟାନନ୍ଦ ସାହୁ ନୁହଁନ୍ତି, ବସ୍ତାରୁ ଲଢ଼ିବେ ସୁବାସିନୀ ଜେନା: ଅଶ୍ୱିନୀ ପାତ୍ର

ଗତକାଲି ବସ୍ତା ନିର୍ବାଚନମଣ୍ଡଳୀର ଚନ୍ଦନ ପଡ଼ିଆରେ ବିଜେଡି ପଦଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଅଦ୍ୟତନ ହୋଇଛି
Basta BJD

Basta BJD

Advertisment

ନିତ୍ୟାନନ୍ଦ ସାହୁ ନୁହଁନ୍ତି, ବସ୍ତା ବିଧାନସଭା ଆସନରେ ବିଜେଡିରୁ ଲଢ଼ିବେ ସୁବାସିନୀ ଜେନା । ନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ବିଜେଡି ପଦଯାତ୍ରାରେ କିନ୍ତୁ ମନ୍ତ୍ରୀ ଅଶ୍ୱିନୀ ପାତ୍ର କରି ସାରିଛନ୍ତି ଏଭଳି ଖୋଲାଖୋଲି ଘୋଷଣା। ଯାହା କି ଖାଲି ବସ୍ତା ନିର୍ବାଚନ ମଣ୍ଡଳୀ ନୁହେଁ ବରଂ ବାଲେଶ୍ୱର ରାଜନୀତିରେ ବି କଂପନ ସୃଷ୍ଟି କରିଛି। ଯେଉଁଥିରୁ ବାଲେଶ୍ୱର ଜିଲ୍ଲାରେ ବିଜେଡି ଗୋଷ୍ଠୀ କନ୍ଦଳ ପୁଣି ପଦାରେ ପଡ଼ିଛି।

Advertisment

ଗତକାଲି ବସ୍ତା ନିର୍ବାଚନମଣ୍ଡଳୀର ଚନ୍ଦନ ପଡ଼ିଆରେ ବିଜେଡି ପଦଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେଥିରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଖୋଲାଖୋଲି ଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନାଙ୍କ ନେତୃତ୍ୱକୁ ସମର୍ଥନ କରିବାକୁ ଘୋଷଣା କରିଥିଲେ।

ତେଣେ ବର୍ତ୍ତମାନର ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଉକ୍ତ ସଭାକୁ ଡକା ନ ଯିବା ଓ ତାଙ୍କ ଘରଠାରୁ ମାତ୍ର ଅଳ୍ପ ଦୂରରେ ସଭା କରାଯିବାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିବାବେଳେ ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଥିଲେ- ବିଧାୟକ ଅସୁସ୍ଥ ଥିବାରୁ ତାଙ୍କୁ ଡକାଯାଇ ନ ଥିଲା। ତେଣେ ବିଧାୟକ କିନ୍ତୁ ବିଜେଡି ପଦଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ କରିଥିବାବେଳେ ତାଙ୍କ ଘର ପାଖରେ ସଭା ହୋଇଥିବା କଥା ଆଦୌ ଜାଣିନାହାନ୍ତି ବୋଲି କହିଥିଲେ।

Advertisment
Odisha BJD Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ