Advertisment

'ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ବ୍ଲୁ-ପ୍ରିଣ୍ଟ ଲୋକଙ୍କ ସାମ୍ନାରେ ରଖ'

ଶ୍ରୀମନ୍ଦିର ସ୍ଥିତି କେମିତି ଅଛି, ସଂପୂର୍ଣ୍ଣ ଟେକ୍ନିକାଲ ଇଭାଲୁଏସନ ହେଉ।

ଅଦ୍ୟତନ ହୋଇଛି
undefined

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି

Advertisment

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ଶଙ୍କରାଚାର୍ଯ୍ୟଙ୍କ କଡ଼ା ମନ୍ତବ୍ୟ ପରେ ତେଜିଛି ରାଜନୀତି। ସାଙ୍ଗେ ସାଙ୍ଗେ ପ୍ରକଳ୍ପ କାମ ବନ୍ଦ କରିବାକୁ ଦାବି କରିଛି ବିଜେପି। ଦଳର ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି, କଣ କାମ ହେଉଛି, କି କାମ ହେଉଛି, ସ୍ପଷ୍ଟ ନୁହେଁ।  ସରକାର କଣ କରୁଛନ୍ତି, କଣ କରିବାକୁ ଯାଉଛନ୍ତି, ପ୍ରଥମେ ତାହା ସ୍ପଷ୍ଟ କରନ୍ତୁ। କାମର ବ୍ଲୁ ପ୍ରିଣ୍ଟ ଲୋକଙ୍କ ସାମ୍ନାରେ ରଖାଯାଉ, ଯାହା ହେବା କଥା ସହମତିରେ ହେଉ।

Advertisment

 ASIର ଅନୁମତି ନଥିବାରୁ କାମ ବେଆଇନ ଅଟେ। ଏବେ କାମ ସ୍ଥଗିତ ରଖାଯାଉ, ଅନୁମତି ମିଳିଲା ପରେ କାମ ହେଉ। ଶ୍ରୀମନ୍ଦିର ସ୍ଥିତି କେମିତି ଅଛି, ତାର ସଂପୂର୍ଣ୍ଣ ଟେକ୍ନିକାଲ ଇଭାଲୁଏସନ କରିବାକୁ ମଧ୍ୟ ବିଜେପି ଦାବି କରିଛି।

ସେପଟେ କଂଗ୍ରେସର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି, ଗତକାଲି ହୋଇଥିବା ବୈଠକରେ ବିଜେଡିକୁ ଛାଡ଼ି ସମସ୍ତେ ପ୍ରକଳ୍ପର ନିର୍ମାଣ କାମକୁ ବିରୋଧ କରିଥିଲେ।ବିକାଶ ନାଁରେ ବିନାଶ କରାଯାଉଛି। ୧୦ଟି ଆଇନର ଉଲ୍ଲଂଘନ ହୋଇଥିବା କହିଛନ୍ତି ଆର୍ଯ୍ୟକୁମାର।

Advertisment

ଶଙ୍କରାଚାର୍ଯ୍ୟ ଯାହା ନିଷ୍ପତ୍ତି ନେବେ, ତାକୁ ସମସ୍ତେ ମାନିବୁ ବୋଲି ସେ କହିଛନ୍ତି। ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ପ୍ରକଳ୍ପ ନେଇ ଅନେକ ମତ ମନ୍ତବ୍ୟ ଆସୁଛି। ସରକାରଙ୍କ ପକ୍ଷରୁ କଣ ନିଷ୍ପତ୍ତି ନିଆଯାଉଛି, ସେଥିପାଇଁ ଅପେକ୍ଷା କରନ୍ତୁ।

Puri Jagannath Temple Jagannath Temple Heritage Corridor Heritage Corridor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ