Astrospeak
  • Live TV
  • Read In English

Congress Protest: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି, କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ

ବ୍ୟାରିକେଡ୍‌ ଭାଙ୍ଗିବା ପରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କରିଛି । କେବଳ ପାଣି ନୁହେଁ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଟିୟର ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଥିଲା।

ଟେକା, ପଥର ମାଡ଼
ଟେକା, ପଥର ମାଡ଼

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମ୍‌ଜି । ପୋଲିସ୍ ଉପରକୁ ଟେକା ପଥର ଫିଙ୍ଗିଲେ କଂଗ୍ରେସ କର୍ମୀ । କେବଳ ଟେକା ପଥର ନୁହେଁ ଅଣ୍ଡା, ଟମାଟୋ, ପାଣି ବୋତଲ ମଧ୍ୟ ଫିଙ୍ଗା ଫୋପଡ଼ା ହୋଇଛି । ଏହା ସହିତ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ ପୋଲିସ୍‌ ଉପରକୁ ଚେୟାର ଫିଙ୍ଗିଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହାଫଳରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛି । ସେପଟେ ଲୋୟର ପିଏମ୍‌ଜିରେ ଟେକା ପଥର ମାଡ଼ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଚେୟାରକୁ ମୁଣ୍ଡରେ ସୁରକ୍ଷା କବଚ ଭାବେ ବ୍ୟବହାର କରିଥିଲେ ।

ଅଧିକ ପଢ଼ନ୍ତୁ: ଥାନାକୁ ଯିବେ ତାରା, କିଏ ଝାମ୍ପିନେଲା ସୁନା ଚେନ୍‌ ? 

ଅନ୍ୟପକ୍ଷରେ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ପୋଲିସ୍‌ ପକ୍ଷରୁ ଲୋୟର ପିଏମ୍‌ଜିରେ ବ୍ୟାପକ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏହି ବ୍ୟାରିକେଡ୍‌କୁ ମଧ୍ୟ ଭାଙ୍ଗିଥିଲେ କଂଗ୍ରେସ କର୍ମୀ । ସେମାନଙ୍କୁ ଅଟକାଇବାକୁ ପୋଲିସ୍‌କୁ ନାକେଦମ ହେବାକୁ ପଡ଼ିଛି । ତେବେ ବ୍ୟାରିକେଡ୍‌ ଭାଙ୍ଗିବା ପରେ ପୋଲିସ୍‌ କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କରିଛି । କେବଳ ପାଣି ନୁହେଁ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଟିୟର ଗ୍ୟାସ୍‌ ମଧ୍ୟ ପ୍ରୟୋଗ କରିଥିଲା।