Advertisment

ମଞ୍ଚ ଉପରେ ମୁହାଁମୁହିଁ ହେଲେ ତାରା-ରବି, ଭାଷଣରେ ପରସ୍ପରକୁ କଲେ ଆକ୍ଷେପ

ଖାଲି ଏତିକି ନୁହେଁ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବା ପରେ ପୋଲିସ୍ ଆସି ବୁଝାସୁଝା କରିଥିଲା। ଏହାପରେ ବିବାଦ ଥମି ନଥିଲା। ରବିଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ତାରା।

Tara Bahinipati on Rabi Nanda

Tara Bahinipati on Rabi Nanda

Advertisment

ମଞ୍ଚ ଉପରେ ମୁହାଁମୁହିଁ ତାରା ଓ ରବି। ଜୟପୁରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦ ସାମିଲ ହୋଇଥିଲେ। ଉଭୟ ନେତା ନିଜ ଭାଷଣରେ ପରସ୍ପରକୁ ଆକ୍ଷେପ କରିଛନ୍ତି। କିଛି ଦିନ ତଳେ ତାରାଙ୍କ ଏକ ‘ମଦ ମାଉସଁ’ ବୟାନକୁ ମଞ୍ଚରେ ଦୋହରାଇଥିଲେ ରବି। ଆଉ ଏହାକୁ ଘୋର ବିରୋଧ କରିଥିଲେ ମଞ୍ଚ ତଳେ ଥିବା ତାରାଙ୍କ ସମର୍ଥକ। ରବି ନନ୍ଦ ‘ଗୋ ବ୍ୟାକ୍’ ନାରା ଦେଇଥିଲେ।

Advertisment

ଖାଲି ଏତିକି ନୁହେଁ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବା ପରେ ପୋଲିସ୍ ଆସି ବୁଝାସୁଝା କରିଥିଲା। ଏହାପରେ ବିବାଦ ଥମି ନଥିଲା। ରବିଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ତାରା। ତାସହ କହିଥିଲେ ରବିଙ୍କ ଏଭଳି ବୟାନ ପାଇଁ ‘EX ବିଧାୟକ’ ସବୁବେଳେ ‘EX’ ହୋଇ ରହିବେ। ନିର୍ବାଚନ ଯେତେ ପାଖଉଛି ଦୁଇ ପାରମ୍ପରିକ ନେତାଙ୍କ ମଧ୍ୟରେ ଛକାପଞ୍ଝା ସେତେ ବଢ଼ୁଛି।

Odisha Koraput Taraprasad Bahinipati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ