Advertisment

କଂଗ୍ରେସର ବିଜେଡି-ବିଜେପି ବାହାଘର ପରେ ଏବେ ୧୦ ଛୁଆ !

କଂଗ୍ରେସ କେବଳ ନାଟକ କରୁଥିବା ବିଜେପି କହିଥିବା ବେଳେ ଏହା ଅପ୍ରାସଙ୍ଗିକ ବୋଲି ବିଜେଡି କହିଛି।

ଅଦ୍ୟତନ ହୋଇଛି
Congress

Congress

Advertisment

ଦୁର୍ନୀତି ଅଭିଯୋଗରେ କଂଗ୍ରେସର ଅଭିନବ ପ୍ରତିବାଦ। ବିଜେପି-ବିଜେଡି ବାହାଘର ପରେ ୧୦ ଛୁଆ ଜନ୍ମ ହୋଇଥିବା ଅଭିଯୋଗ ଆଣି ୧୦ଟି କଣ୍ଢେଇ ଧରି ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ। ପୂର୍ବରୁ ବିଜେପି-ବିଜେଡି ବାହାଘର କରି ଅଭିନବ ପ୍ରତିବାଦ କରିଥିଲା କଂଗ୍ରେସ। ଆଉ ଏବେ ବାହାଘର ପରେ ଚିଟଫଣ୍ଡ ସ୍କାମ, ମାଇନିଂ ସ୍କାମ ଭଳି ଛୁଆ ଜନ୍ମ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି।

Advertisment

ସାମ୍ବାଦିକ ସମ୍ମିଳନୀରେ ଏନେଇ କଂଗ୍ରେସ ପ୍ରଭାରୀ ଅଜୟ କୁମାର ମଧ୍ୟ କଟାକ୍ଷ୍ କରିଛନ୍ତି। ବିଜେଡି ଓ ବିଜେପି ବିଦ୍ରୋହୀଙ୍କୁ କଂଗ୍ରେସରେ ସାମିଲ ହେବା ପରେ ଟିକେଟ ମିଳିବ କି ନାହିଁ ଏବେଠୁ କହି ହେବନି ବୋଲି ସେ କହିଛନ୍ତି । କିନ୍ତୁ ଏଭଳି ଚାଲିଲେ ଆମର ୯ ରୁ ୯୦ ମିଶନ ସଫଳ ହେବା ଆହୁରି ସହଜ ହେବ ବୋଲି କହିଛନ୍ତି ଅଜୟ କୁମାର। କଂଗ୍ରେସ କେବଳ ନାଟକ କରୁଥିବା ବିଜେପି କହିଥିବା ବେଳେ ଏହା ଅପ୍ରାସଙ୍ଗିକ ବୋଲି ବିଜେଡି କହିଛି।

BJD General Election 2024 BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ