Advertisment

5T ସଚିବଙ୍କୁ ସୁରକ୍ଷା ପାଇଁ ତିଆରି ହୋଇଛି କି ନୂଆ ଯୁବ ବାହିନୀ ?

​​​​​​​ଯାଜପୁରରେ 5T ଲେଖା ଟି-ସାର୍ଟ ପିନ୍ଧି ଆବିର୍ଭାବ ହେଲେ ଯୁବ ଗୋଷ୍ଠୀ । ହାତରେ ବାଉଁଶ ବହ୍ଲା ଧରି ପୋଲିସ୍ ଉପସ୍ଥିତିରେ କଲେ ଉତ୍ପାତ ।

Odisha Politics, BJD

Odisha Politics, BJD

Advertisment

5T ସଚିବଙ୍କ ଗସ୍ତକୁ ଯାଜପୁରରେ ବି ବିରୋଧ । ଜିଲ୍ଲା କଂଗ୍ରେସର ନାରାବାଜି ସହ ଯାଜପୁର ଟାଉନରେ ଶୋଭାଯାତ୍ରା । ଆଉ ଠିକ୍ ଏତିକି ବେଳେ 5T ପୋଷାକ ପିନ୍ଧି, ହାତରେ ବାଉଁଶ ବହ୍ଲା ଧରି ରାସ୍ତାରେ ବୁଲୁଛନ୍ତି ଯୁବଗୋଷ୍ଠୀ । ସାମ୍ନାସାମ୍ନି କଂଗ୍ରେସ କର୍ମୀ ଏବଂ 5T ପୋଷାକ ପିନ୍ଧି ବାଉଁଶ ବହ୍ଲା ଧରିଥିବା ଯୁବକ ।

Advertisment

ଗୁରୁତ୍ୱପୂର୍ଣ୍ଣ ହେଉଛି, ଏସବୁ ଘଟୁଥିଲା ପୋଲିସର ଉପସ୍ଥିତିରେ । ଉଭୟ ଗୋଷ୍ଠୀଙ୍କ ମଝିରେ ରହି ଝଗଡ଼ା ରୋକିବାକୁ ଚେଷ୍ଟା କରୁଥିଲା ପୋଲିସ । ତେବେ 5T ପୋଷାକଧାରୀ ଏହି ଗୋଷ୍ଠୀ କିଏ ? କାହିଁକି ଏମାନଙ୍କ ହାତରେ ଥିଲା ବାଉଁଶ ବହ୍ଲା ? ଏମାନଙ୍କର ଏଭଳି ଉଗ୍ର ଆଚରଣ କାହିଁକି ଏବଂ କାହା ଉଦ୍ଦେଶ୍ୟରେ ? କାହା ସୁରକ୍ଷାରେ ବାହାରିଛନ୍ତି ଏମାନେ ?

ଏଭଳି ନାନା ପ୍ରଶ୍ନ ଆଉ ଚର୍ଚ୍ଚା ଭିତରେ କଂଗ୍ରେସର ସିଧା ନିଶାନା ବିଜେଡି ଆଡ଼କୁ। କିଛି ସମୟର ଏଭଳି ଛକାପଞ୍ଛା ପରେ କଂଗ୍ରେସ ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି। ଏ ସଂପର୍କରେ ପୋଲିସ, ଯାଜପୁର ବିଜେଡି କିମ୍ବା 5T ପୋଷାକଧାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ କଂଗ୍ରେସ ଏହାକୁ ଗୁଣ୍ଡାଗର୍ଦ୍ଦିର ଆଖ୍ୟା ଦେଇଛି।

Advertisment

5T ସଚିବଙ୍କ ୩ ଦିନିଆ ଯାଜପୁର ଗସ୍ତର ଆଜି ଥିଲା ପ୍ରଥମ ଦିନ। ଜିଲ୍ଲା କଂଗ୍ରେସ ତ ବିରୋଧ କଲା, ତାସହ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱରେ କଳା ଶାଢ଼ୀ ପିନ୍ଧି ବ୍ୟାସନଗର ଗୋପବନ୍ଧୁ ଛକରୁ ରାଲି କରି ନାରାବାଜି ଦିଆଯାଇଥିଲା। ତେବେ ଚୋର୍ଦ୍ଦା ଛକରେ ଏମାନଙ୍କ ରୋକିବାରୁ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ବି ସୃଷ୍ଟି ହୋଇଥିଲା।

ଗତ କିଛିଦିନ ତଳେ 5T ସଚିବଙ୍କ ସୁରକ୍ଷାକର୍ମୀ ପିଙ୍କ୍ ଓ ବ୍ଲୁ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ। ଆଉ ଆଜି ପ୍ରଥମ ଥର ପାଇଁ ଯାଜପୁରରେ ଆବିର୍ଭାବ ହୋଇଛନ୍ତି 5T ଲେଖାଥିବା ଧଳା ପୋଷାକଧାରୀ। ତେବେ ରଙ୍ଗ ବେରଙ୍ଗର ବେଶ ପୋଷାକ ପିନ୍ଧି 5T ସଚିବଙ୍କ ସୁରକ୍ଷା ପଛର ରହସ୍ୟ କ’ଣ ? ତାକୁ ନେଇ ଏବେ ନାନା ଚର୍ଚ୍ଚା ଲାଗିରହିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ