Advertisment

ଦିବ୍ୟଶଙ୍କରଙ୍କ ବିରୋଧରେ ଲାଗୁ କରାଯାଉ ହତ୍ୟା ଷଡ଼ଯନ୍ତ୍ର ଦଫା: ସୁରଜେୱାଲା

ତୁରନ୍ତ ଅପରାଧିକ ଦଫା ୧୨୦-B ଲଗାଯାଇ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ୯୦ ଦିନ ଭିତରେ SIT ଦ୍ୱାରା ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଉ। ପୀଡ଼ିତାଙ୍କ ପରିବାରକୁ କୋଟିଏ ଟଙ୍କା ଅନୁକମ୍ପା ରାଶି ଦେବାକୁ କଂଗ୍ରେସ ଦାବି କରିଛି।

ଅଦ୍ୟତନ ହୋଇଛି
କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ୍ ସୁରଜେଓ୍ୱାଲା

କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ୍ ସୁରଜେଓ୍ୱାଲା

Advertisment

ବଲାଙ୍ଗିର: ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଲାଗୁ କରାଯାଉ ୧୨୦-B ଦଫା। କଳାହାଣ୍ଡି ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ଭେଟିବା ପରେ ଆଜି ଏଭଳି କିଛି ଦାବି କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା। ମୁଖ୍ୟ ଅଭିଯୁକ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ରହିଛି। ମହାଲିଙ୍ଗ କଲେଜ ନାଁରେ ସାଂଘାତିକ ଓ ସଙ୍ଗୀନ ଅଭିଯୋଗ ଲାଗିଛି। ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତିର ପ୍ରମାଣ ବି ମିଳିଛି। ତଥାପି କାହିଁକି ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରୁନାହାନ୍ତି ବୋଲି ସୁରଜେୱାଲା ପ୍ରଶ୍ନ ଉଠାଇଛନ୍ତି।

Advertisment

ତୁରନ୍ତ ଅପରାଧିକ ଦଫା ୧୨୦-B ଲଗାଯାଇ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ୯୦ ଦିନ ଭିତରେ SIT ଦ୍ୱାରା ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଉ। ପୀଡ଼ିତାଙ୍କ ପରିବାରକୁ କୋଟିଏ ଟଙ୍କା ଅନୁକମ୍ପା ରାଶି ଦେବାକୁ କଂଗ୍ରେସ ଦାବି କରିଛି। ବିଜେଡି ସରକାର ଜଗନ୍ନାଥଙ୍କ ଭୂମିକୁ ଅପରାଧ ପ୍ରଦେଶ ଭାବେ ଗଢ଼ିଛନ୍ତି। ଅପରାଧି ଓ ଗୁଣ୍ଡା ସତ୍ତାରେ ବସିଥିବାରୁ ଏପରି ହେଉଥିବା ସୁରଜେୱାଲ ଅଭିଯୋଗ କରିଛନ୍ତି।

ଆଜି ବଲାଙ୍ଗିର କଣ୍ଟାବାଞ୍ଜି ସ୍ଥିତ ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା, ପିସିସି ପ୍ରଭାରୀ ଚେଲ୍ଲାକୁମାର, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ। ସେପଟେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି। 

Advertisment
Congress Bolangir Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ