Advertisment

କୃଷି ଆଇନ୍‌କୁ କଂଗ୍ରେସର ବିରୋଧ ଜାରି, ସେପଟେ ରାଜସ୍ଥାନରେ ଦଳର ସ୍ଥିତି ବିଗିଡ଼ିଲାଣି..

ପଞ୍ଜାବ ଶାସନରେ ଥିବା କଂଗ୍ରେସ ଠାରୁ ଆରମ୍ଭ କରି ପୂର୍ବରୁ ଏନଡିଏରେ ଥିବା ଶିରୋମଣି ଅକାଳୀ ଦଳ ପର୍ଯ୍ୟନ୍ତ, ସମସ୍ତଙ୍କ ତରଫରୁ ତିନି କୃଷି ଆଇନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ଆଜି ସଂସଦ ପରିସରରେ ପଞ୍ଜାବ କଂଗ୍ରେସ ସାଂସଦମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

କୃଷି ଆଇନ୍‌କୁ କଂଗ୍ରେସର ବିରୋଧ ଜାରି, ସେପଟେ ରାଜସ୍ଥାନରେ ଦଳର ସ୍ଥିତି ବିଗିଡ଼ିଲାଣି..

Congress Protest Against Firmbill

Advertisment

ନୂଆଦିଲ୍ଲୀ: ପଞ୍ଜାବ ଶାସନରେ ଥିବା କଂଗ୍ରେସ ଠାରୁ ଆରମ୍ଭ କରି ପୂର୍ବରୁ ଏନଡିଏରେ ଥିବା ଶିରୋମଣି ଅକାଳୀ ଦଳ ପର୍ଯ୍ୟନ୍ତ, ସମସ୍ତଙ୍କ ତରଫରୁ ତିନି କୃଷି ଆଇନକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ଆଜି ସଂସଦ ପରିସରରେ ପଞ୍ଜାବ କଂଗ୍ରେସ ସାଂସଦମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ ।

Advertisment

ଖାଲି କଂଗ୍ରେସ ନୁହେଁ ବରଂ ପଞ୍ଜାବର ଶିରୋମଣି ଅକାଳୀ ଦଳର ସାଂସଦ ଓ ବହୁଜନ ସମାଜ ପାର୍ଟିର ସାଂସଦମାନେ ମଧ୍ୟ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଏକାଠି ହୋଇଥିଏଲେ । ଏହାସହ ତିନି କୃଷି ଆଇନକୁ ବିରୋଧ କରିଥିଲେ । ଖାଲି ସେତିକି ନୁହେଁ କେନ୍ଦ୍ର ସରକାର ତୁରନ୍ତ ଏହି ତିନି କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ ।

Advertisment

ସେପଟେ ପୂର୍ବରୁ ଏନଡିଏ ସରକାରରେ ମନ୍ତ୍ରୀ ଥିବା ଅକାଳୀ ଦଳର ନେତ୍ରୀ ତଥା ସାଂସଦ ହରସିମରତ୍ କୌର୍ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି କୃଷି ଆଇନକୁ ବିରୋଧ ଜାରି ରହିବ ଏବଂ ଏହି ସଂକ୍ରାନ୍ତରେ ଆସନ୍ତାକାଲି ଆମେ ରାଷ୍ଟ୍ରପତିଙ୍କୁ ଭେଟି ନିଜର ଦାବି ଜଣାଇବୁ । ସେପଟେ କଂଗ୍ରେସ୍ ସାଂସଦ ଜେ.ଏସ୍. ଗିଲ୍ କହିଛନ୍ତି କି ଆମେ କୃଷକଙ୍କ ସମର୍ଥନରେ ରହିଛୁ ଓ ଆଗକୁ ମଧ୍ୟ କୃଷି ଆଇନ୍‌କୁ ବିରୋଧ ଜାରି ରହିବ । 

ପଞ୍ଜାବ ଭଳି ରାଜସ୍ଥାନରେ ବି ସତ୍ତାଧାରୀ କଂଗ୍ରେସ ମଧ୍ୟରେ ଥିବା ଅନ୍ତର୍କନ୍ଦଳ କଥା ଭିନ୍ନ ଭିନ୍ନ ସମୟରେ ସାମ୍ନାକୁ ଆସୁଛି । ଏହା ଭିତରେ ରାଜସ୍ଥାନ ଦାୟିତ୍ୱରେ ଥିବା ଏଆଇସିସି ସଦସ୍ୟ ଅଜୟ ମାକେନ୍ ପ୍ରତିକ୍ରିୟା ରଖିଛନ୍ତି । ମାକେନ୍ କହିଛନ୍ତି କି ବିଗତ ଦୁଇ ତିନି ଧରି ଦଳର ସବୁ ବିଧାୟକଙ୍କ ସହ ଲଗାତାର ଆଲୋଚନା ଚାଲିଛି ।

Advertisment

ଆଗକୁ ନିର୍ବାଚନ ଆସୁଛି । ଏଣୁ କେମିତି ଆଗାମୀ ନିର୍ବାଚନକୁ ଦଳ ସାମ୍ନା କରିବ ଓ ଏହାକୁ ଜିତି, ସତ୍ତାକୁ ପୁଣି ଫେରିବ । ତାକୁ ନେଇ ଦଳ ରଣନୀତି ପ୍ରସ୍ତୁତ କରୁଛି । ଦଳରେ କିଛି ପରିବର୍ତ୍ତନ ଆଭାସ ମିଳୁଥିବାବେଳେ ମାକେନ୍ କହିଛନ୍ତି କି ଖୁବଶୀଘ୍ର ତୃଣମୂଳସ୍ତରରେ ଦଳର ଦାୟିତ୍ୱ ବଣ୍ଟନ କରାଯିବ । ଏ ବାବଦରେ ଦଳରେ ବିଚାର ବିମର୍ଶ ଚାଲିଛି । ଯଥାଶୀଘ୍ର ଜିଲ୍ଲା ଓ ବ୍ଲକ୍‌ସ୍ତରର ମୁଖ୍ୟମାନଙ୍କୁ ନିଯୁକ୍ତ କରାଯିବ ବୋଲି ଅଜୟ ମାକେନ୍ କହିଛନ୍ତି ।

ସେପଟେ ରାଜସ୍ଥାନରେ ସତ୍ତାଧାରୀ ଦଳ କଂଗ୍ରେସର ଅବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ । ସେ କହିଛନ୍ତି, ରାଜସ୍ଥାନରେ ସରକାରୀ ଦଳ ଏବେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି । ଖାଲି ଦଳୀୟ ନେତା ଓ କର୍ମୀ ନୁହନ୍ତି ବରଂ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଦଳିତ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ସୀମା ଲଙ୍ଘିଲାଣି । କଳୁଷିତ ଶାସନ କାହାକୁ କହନ୍ତି, ତାହାର ଏକ ଉଦାହରଣ ସାଜିଛି ରାଜସ୍ଥାନ ସରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘୱାଲ୍ ।  

Congress Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ