ମନୋମୁଖୀ କାର୍ଯ୍ୟ ଓ ପିସି କାରବାରକୁ ବିରୋଧ କରି ବିଡିଓଙ୍କୁ ଘେରିଲା କଂଗ୍ରେସ

ଅଂଶୁମାନ ମହାନ୍ତିଙ୍କ ସହ ବିଡିଓଙ୍କୁ ଘେରିଲେ ଶତାଧିକ କଂଗ୍ରେସ କର୍ମୀ । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାନଗଲେ ଆନ୍ଦୋଳନ ଧମକ ।

BDO VS EX-MLA

ବିଡିଓଙ୍କୁ ଘେରିଲେ ପୂର୍ବତନ ବିଧାୟକ। ପଟ୍ଟାମୁଣ୍ଡାଇ ବ୍ଲକ ପରିସରରେ ହୋହଲ୍ଲା। ବିଭିନ୍ନ ଯୋଜନାରେ ମନମୁଖୀ କାର୍ଯ୍ୟ ଓ ପିସି କାରବାର ପ୍ରତିବାଦରେ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଘେରିଥିଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ। ବ୍ଲକରେ ଭିନ୍ନକ୍ଷମ ଭତ୍ତା, ଆବାସ ଯୋଜନା ଓ ରାସନ୍ କାର୍ଡ ପ୍ରଦାନରେ ବ୍ୟାପକ ଅନିୟମିତତା ଚାଲିଥିବା ଓ ଏଥିପାଇଁ ଯୋଗ୍ୟ ହିତାଧିକାରୀ ବ୍ଲକ ଅଫିସ୍ କୁ ଦୌଡ଼ି ନୟାନ୍ତ ହେଉଥିଲେ ମଧ୍ୟ ସେମାନଙ୍କୁ ନିରାଶ କରାଯାଉଥିବା ଅଭିଯୋଗ କରିଥିଲେ ଅଂଶୁମାନ। ଏଦିଗରେ ବିଡ଼ିଓ ସର୍ତକ ନହେଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି ଅଂଶୁମାନ ମହାନ୍ତି l ତେବେ ଏନେଇ ବିଡିଓଙ୍କ ପ୍ରତିକ୍ରିୟା ମିଳିନାହିଁ।