Sura Routray
ବିଧାୟକ ସୁର ରାଉତରାୟଙ୍କ ମାନ ଭଂଜନ କରିବାକୁ ପ୍ରୟାସ । ଆଜି ଶାସକ ଦଳର ବିଧାୟକ ଓ ବିଜେପିର ଜଣେ ନେତା ଯାଇ ତାଙ୍କୁ ଭେଟିଛନ୍ତି । କିନ୍ତୁ ତାଙ୍କ ମାନ ଭଂଜନ ପାଇଁ କିଏ ଯାଇଥିଲେ ସେମାନଙ୍କ ନାଁ ସେ କହିନାହାନ୍ତି ।
ଗତକାଲି ଫିଫା ୧୭ବର୍ଷରୁ କମ୍ ବିଶ୍ୱକପ ମ୍ୟାଚ ଦେଖିବାକୁ ସୁର କଳିଙ୍ଗ ଷ୍ଟାଡିୟମ ଯାଇଥିବା ବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ଛାଡି ନଥିଲେ। ସରକାରୀ ପାସ୍ ପାଇଥିବା ସତ୍ତ୍ୱେ ସୁରଙ୍କୁ ଷ୍ଟାଡିୟମରେ ପୂରାଇ ଦେଇନଥିଲେ ଜଣେ ବିଦେଶୀ ସୁରକ୍ଷା କର୍ମୀ । ଏମିତିକି ତାଙ୍କ ବାହୁ ଭିଡ଼ି ବାହାର କରିଦେଇଥିଲେ । ଯାହାକୁ ନେଇ ବିଧାୟକ ସୁରେଶ ରାଉତରାୟ ଅସନ୍ତୋଷ ପ୍ରକାଶ କରିବା ସହ ଷ୍ଟାଡିୟମରୁ ପଳାଇ ଆସିଥିଲେ ।
ଏହି ଘଟଣା ପରେ ସୁରେଶ ରାଉତରାୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ତାଙ୍କ କହିବାନୁଯାୟୀ ପାଖରେ ମ୍ୟାଚ୍ର ପାସ୍ ଥିବା ସତ୍ତ୍ୱେ କାହିଁକି ତାଙ୍କ ସହ ଏମିତି ବ୍ୟବହାର କରାଗଲା । ଏମିତିକି ଟିକେଟ୍ ବ୍ଲାକ୍ରେ ବିକ୍ରି ହୋଇଥିବା ନେଇ ସରକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ ସୁର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665571000.jpg)