ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି; ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ରେ ହେବେ ସାମିଲ

ବୀରମିତ୍ରପୁରରୁ ରାହୁଲ ଯାତ୍ରା ଆରମ୍ଭ କରି ରାଉରକେଲା ଉଦିତ ନଗର ଛକରେ ପହଞ୍ଚିବେ । ସେଠାରୁ ପଦଯାତ୍ରାରେ ପାନପୋଷ ଛକ ଯାଏଁ ଯିବେ । ପାନପୋଷରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଯିବେ ବୋଲି ସୂଚନା ମିଳିଛି ।

ଓଡ଼ିଶା ଆସୁଛନ୍ତି ରାହୁଲ

ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ପ୍ରଥମେ ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିବେ ରାହୁଲ । ୬ ଓ ୭ ତାରିଖ ଦୁଇ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ରହିବା କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହେବେ । ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟର ସମସ୍ତ ବରିଷ୍ଠ ନେତା ଏବେ ରାଉରକେଲାରେ ଡେରା ପକାଇଛନ୍ତି ।

ବୀରମିତ୍ରପୁରରୁ ରାହୁଲ ଯାତ୍ରା ଆରମ୍ଭ କରି ରାଉରକେଲା ଉଦିତ ନଗର ଛକରେ ପହଞ୍ଚିବେ । ସେଠାରୁ ପଦଯାତ୍ରାରେ ପାନପୋଷ ଛକ ଯାଏଁ ଯିବେ । ପାନପୋଷରୁ ରାଜଗାଙ୍ଗପୁର, କୁତ୍ରା ଦେଇ ସୁନ୍ଦରଗଡ଼ ଯିବେ ବୋଲି ସୂଚନା ମିଳିଛି । ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିବ ବୋଲି କଂଗ୍ରେସ ଆଶା ରଖିଥିବା ବେଳେ, ବିଜେପି ଏନେଇ ପ୍ରତିକ୍ରିୟା ରଖିଛି ।

ସେପଟେ ରାହୁଲଙ୍କ ଗସ୍ତକୁ ନେଇ ପୂରା ଚଳଚଞ୍ଚଳ ରାଜ୍ୟ କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଲୋକଙ୍କ ନିକଟରେ ପହଞ୍ଚିବାକୁ ଦଳ ପ୍ରୟାସ ଆରମ୍ଭ କରିଛି ।